ଏହି ଘଟଣା ଆଠଗଡ ଅଞ୍ଚଳରେ ଅନ୍ଧାର ରାତିରେ ଘଟିଥିଲା । ବାଙ୍କି ଓ ଆଠଗଡ ଅବକାରୀ ବିଭାଗର ଟିମ୍ କଳାପଥରରୁ ନୟାଗଡ ଆଡକୁ ଯାଉଥିବା ପିକଅପ ଭ୍ୟାନକୁ ଗୋଡ଼େଇ ୪୫୫ ଲିଟର ଚୋରା ଦେଶୀ ମଦ ଜବତ କରିବା ସହ ମାମଲା ରୁଜୁ କରିଛି। ପ୍ରଶାସନ ଏହି ଘଟଣାକୁ ଅତି ସଂବେଦନଶୀଳ ଭାବେ ନେଇ ତଦନ୍ତ ଜାରି ରଖିଛି ।
ସ୍ୱାମୀକୁ ୧୮ ଖଣ୍ଡ କରି ବୟଫ୍ରେଣ୍ଡ ସହ ହୋଲି ଖେଳିଥିଲା ସ୍ତ୍ରୀ । ପବରେ ଡ୍ୟାନ୍ସ୍ କରିଥିଲା, ବୟଫ୍ରେଣ୍ଡ ସହ ମିଶି କେକ୍ କାଟିଥିଲା । ଉତ୍ତରପ୍ରଦେଶ ମୀରଟରେ ମରଚାଣ୍ଟ ନେଭି ଅଫିସର ସୌରଭ ରାଜପୁତଙ୍କ ହତ୍ୟା ଘଟଣାରେ ସାମ୍ନାକୁ ଆସିଛି ଆଉ ଏକ ନୂଆ ଭିଡ଼ିଓ ।
ନକଲି ପରିଚୟ ପତ୍ର ଦେଖାଇ ଲୋକଙ୍କୁ ଚାକିରି ଦେବା ନାଁରେ ଠକୁଥିଲା। ତା ନିକଟରୁ ପୋଲିସ ୟୁନିଫର୍ମ, ନକଲି ଆପଏଣ୍ଟମେଣ୍ଟ ଲେଟର, ୨ ଲକ୍ଷରୁ ଅଧିକ ନକଲି ଟଙ୍କା, ନକଲି ପୋଲିସ ଆଇ କାର୍ଡ ,କାର, ମୋବାଇଲ ଫୋନ ଜବତ ହୋଇଛି l
ମୁହଁ ଲୁଚାଉଛନ୍ତି ସାର୍ । ପୋଲିସ ବି ଭିଡ଼ି ଭିଡ଼ି ନେଉଛି । ଦୁଇ ମାସରୁ ଅଧିକ ଲୁଚକାଳି ପରେ ରସିକିଆ ସାରଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ଏ ଦୃଶ୍ୟ ହେଉଛି ଯାଜପୁର ଗାନ୍ଧି ଛକର ।
ଲମ୍ବୁଛି କ୍ରାଇମବ୍ରାଞ୍ଚର ଜେରା ତାଲିକା । ୨ ବର୍ଷର କ୍ରାଇମ୍ ଫାଇଲ୍ ର ଫର୍ଦ୍ଦ ଲେଉଟାଉଛି କ୍ରାଇମବ୍ରାଞ୍ଚ । କେମିତି ତଦନ୍ତ କରୁଥିଲେ ଏଡିଜି ଅରୁଣ ବୋଥ୍ରା ? କାହିଁକି ତଦନ୍ତ ପରିସରକୁ ଆସିନଥିଲେ ପ୍ରତ୍ୟକ୍ଷଦର୍ଶୀ ସରୋଜ ସା’ ? ଘଟଣା ଦିନ କ’ଣ ସବୁ ଘଟିଥିଲା ? ଫାୟାରିଂ ପଛରେ ଗୋପାଳ ସହ ଆଉ କିଏ ଥିଲେ କି ?
ସ୍ୱାମୀର ୧୮ ଖଣ୍ଡ କରି ବୟଫ୍ରେଣ୍ଡ ସହ ହୋଲି ଖେଳିଥିଲା ସ୍ତ୍ରୀ। ପବରେ ଡ୍ୟାନ୍ସ୍ କରିଥିଲା, ବୟଫ୍ରେଣ୍ଡ ସହ ମିଶି କେକ୍ କାଟିଥିଲା ।
ନାଇଜେରିଆରୁ କଟକ, ଭାୟା ସୋଶାଲ ମିଡିଆ, ଚଳାଇଥିଲେ କଳା କାରନାମା। ବନ୍ଧୁତା ସ୍ଥାପନ କରି ଓଡ଼ିଆ ଝିଅକୁ କରୁଥିଲେ ବ୍ଲାକମେଲ୍। ଯୁବତୀଙ୍କ ଆତ୍ମହତ୍ୟା ପରେ ରହସ୍ୟର ଉନ୍ମୋଚନ କଲା କଟକ କମିଶନରେଟ ପୋଲିସ।
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଯେତିକି ଖୋଳତାଡ଼ ହେଉଛି, ସେତିକି ରହସ୍ୟ ବଢୁଛି। ନୂଆ ନୂଆ ଦିଗ ବି ସାମ୍ନାକୁ ଆସୁଛି। କ୍ରାଇମବ୍ରାଞ୍ଚ ଅତିରିକ୍ତ SPଙ୍କ ନେତୃତ୍ବରେ ଗ୍ରାଉଣ୍ଡ ଜିରୋରେ ସରିଛି ଗୋଟିଏ ପର୍ଯ୍ୟାୟ ତଦନ୍ତ। ତାହାରି ଭିତରେ ରହସ୍ୟଜନକ ଭାବେ ପୋଲିସ ହାତରୁ ବନ୍ଧୁକ ଛଡ଼ାଇ ନେଇଥିବା ଛାତ୍ର ବିଜେଡି ନେତା କ୍ରାଇମବ୍ରାଞ୍ଚ ସ୍କାନରକୁ ଆସିବା ପରେ ଉଠିଛି ନାନା ପ୍ରଶ୍ନ। କ୍ରାଇମବ୍ରାଞ୍ଚ ତଦନ୍ତର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ? ଆଗକୁ ପଡ଼ିବ କି ଅଭିଯୁକ୍ତ ଗୋପାଳ ଦାସର ପାଳି ? ସେନେଇ ଲାଗିରହିଛି ନାନା କଳ୍ପନାଜଳ୍ପନା।
ଅନଲାଇନ ଫ୍ରେଣ୍ଡସିପ୍ ପୂର୍ବରୁ ଏକଦମ୍ ସାବଧାନ। ମାତିଛନ୍ତି ସେକ୍ସଟର୍ସନ୍ ରାକେଟ୍। ଦିଲ୍ଲୀରୁ ଧରାପଡ଼ିଲା ସେକ୍ସଟର୍ସନ ମାଷ୍ଟରମାଇଣ୍ଡ୍। କଟକରେ ସେକ୍ସଟର୍ସନର ଶିକାର ହୋଇ ଜଣେ ମହିଳା ଆତ୍ମହତ୍ୟା କରିବା ପରେ, ଏହି ମାମଲାର ଖିଅ ଖୋଜି ଖୋଜି ଦିଲ୍ଲୀରୁ ଜଣେ ନାଇଜେରିଆ ନାଗରିକକୁ ଗିରଫ କରିଛି କମିଶନରେଟ୍ ପୋଲିସ।
#ମୁସ୍କାନର_କଳା_ଯାଦୁ_ସ୍ୱାମୀକୁ_ଦେଲା_ବଳୀ ବୟଫ୍ରେଣ୍ଡ ସହ ମିଶି ମୁସ୍କାନ କରୁଥିଲା କଳାଯାଦୁ। ନିଶା ଖାଇବା ଓ ଗୁଣିଗାରେଡ଼ିରେ ଥିଲା ସେ ମାଷ୍ଟର୍। ନିଜ ସ୍ୱାମୀକୁ ବଳୀ ପକାଇବାକୁ ରଚିଥିଲା ପ୍ଲାନ୍। ପୋଲିସ ଆଗରେ ଖୋଲୁଛି ଚାଞ୍ଚଲ୍ୟକର ଗୁମର ।
ହଜାର ହଜାର ଲିଟର ନକଲି ମୋବିଲ ହୋଇଛି ଜବତ । କେବଳ ମୋବିଲ ନୁହେଁ ତା ସହ ମିଳିଛି ପ୍ରାୟ ୫ ହଜାର ଖାଲି ମୋବିଲ ବୋତଲ । ବୋତଲ,ବହୁ ନାମି ଦାମୀ କମ୍ପାନୀର ଷ୍ଟିକର, ବୋତଲ କ୍ୟାପ ଆଦି ଜବତ କରିଛି ବିଶ୍ରା ପୋଲିସ ।
ମଣିଷ କେତେ ଅମାନୁଷିକ ହୋଇପାରେ। ମାନବିକତା ହରାଇପାରେ। ତାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ବ୍ରହ୍ମପୁର ଅଞ୍ଚଳରେ । ମାନବିକାତାର ସବୁ ସୀମା ଟପିଯାଇଛନ୍ତି ଦୁର୍ବୃତ୍ତ। ରାସ୍ତା କଡ଼ରେ ଶୋଇଥିବା କୁକୁରକୁ ଖଣ୍ଡାରେ ହାଣିଛନ୍ତି ୮ ଜଣ ଯୁବକ । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି । ତେବେ କାହିଁକି ଏଭଳି ନୃଶଂସ କାଣ୍ଡ ଘଟାଇଲେ । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଦୁର୍ବୃତ୍ତଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପଶୁପ୍ରେମୀ ଓ ସ୍ଥାନୀୟ ନିବାସୀ । ପୋଲିସ ମଧ୍ୟ ସିସିଟିଭି ଫୁଟେଜ୍ ଯାଞ୍ଚ କରି ତଦନ୍ତ ଚଳାଇଛି ।
ଜେଲରେ ନଖରା ଦେଖାଉଛନ୍ତି ମୀରଟ ପତିହନ୍ତା ମୁସ୍କାନ ଆଉ ତାଙ୍କ ଲଭର୍ ସାହିଲ୍। ଖାଦ୍ୟ ନ ଖାଇ କହୁଛନ୍ତି ଆମକୁ ଡ୍ରଗ୍ସ ଦରକାର।
କବି ନଗର ଅଞ୍ଚଳର ଗୋବିନ୍ଦପୁରମ କଲୋନି ନିବାସୀ ପତିରାମଙ୍କ ପୁଅ ଜିତେନ୍ଦ୍ର ସିଂହଙ୍କ ବିଧବା ପତ୍ନୀ ଆରତୀ ଘର ଝାଡୁ କରୁଥିବା ସମୟରେ ତାଙ୍କ ଶ୍ୱଶୁର ତାଙ୍କୁ ଅସଦାଚାରଣ କରିଥିଲେ ।
କଟକର ଜଣେ ବ୍ୟକ୍ତିଙ୍କ ଅଶ୍ଳୀଳ ଫଟୋ ଭିଡିଓ ଭାଇରାଲ କରିବା ସହ ବ୍ଲାକମେଲ୍ କରି ଟଙ୍କା ମାଗୁଥିଲା । ଲକ୍ଷାଧିକ ଟଙ୍କା ନେବାପରେ ମଧ୍ୟ ବିଦେଶୀ ନାଗରିକ ଜଣକ ଆହୁରି ଟଙ୍କା ମାଗିଥିଲା ।
ଉପରେ ଅସଲି କିନ୍ତୁ ଭିତରେ ନକଲି। ବ୍ରାଣ୍ଡେଡ୍ କମ୍ପାନୀ ନାଁରେ ତିଆରି ହେଉଥିଲା ନକଲି ଇଞ୍ଜିନ ଅଏଲ୍। ଏଭଳି କିଛି କମ୍ପାନି ଠାବ ହୋଇଛି ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ। ପୋଲିସ ଚଢ଼ାଉ କରି ୪ ହଜାର ଲିଟର ଅପମିଶ୍ରିତ ଇଞ୍ଜିନ୍ ଅଏଲ ଜବତ କରିଛି। ଏଥିସହ ଏହି ଘଟଣାରେ ୨ ଭାଇଙ୍କୁ ଗିରଫ କରିଛି।
#ଏଥର_ଗୋପାଳ_ପାଳି ନବ ଦାସ ହତ୍ୟା ମାମଲାରେ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ। ଗୋପାଳ ଦାସଙ୍କୁ ହେଇପାରେ ପଚରାଉଚରା। ଚୌଦ୍ବାର ଜେଲକୁ ଯାଇ ଜେରା କରିପାରେ କ୍ରାଇମବ୍ରାଞ୍ଚ।
#ଭାଣିଜୀ_କହୁଥିଲେ_ବୋହୂ_କରି_ନେଲେ OAS ବାବୁଙ୍କ ପରିବାର ସହିପାରିଲେନି ଲୋକଲଜ୍ଜା। ପୁଅର OAS ଚାକିରୀ ଯିବାର ଭୟ ଘାରିଥିଲା। ଯେଉଁ ଝିଅକୁ ଭାଣେଜୀ ବୋଲି କହୁଥିଲେ। ତାକୁ ହିଁ ବୋହୂ ରୂପରେ ସ୍ୱିକାର କରି ଘରକୁ ନେଲେ ।
ଗତ ଶୁକ୍ରବାର ଦିନ ଏ.କୃଷ୍ଣା ରାଓ ବ୍ୟାବସାୟିକ କାର୍ଯ୍ୟରେ ଗେଟଗୁଡ଼ା ଯାଇଥିଲେ । ହେଲେ ସେଠାରେ ଏକ କାରରେ ୫ ଜଣ ଆସି ତାଙ୍କୁ ଅପହରଣ କରି ବିଶିଂପୁର୍ ଥାନା ଅନ୍ତର୍ଗତ କିରମଗୁଡ଼ା ଗାଁର ଦୁର୍ଗମ ପାହାଡ଼ିଆ ଇଲାକାର ଏକ ଘରେ ନେଇ ରଖିଥିଲେ ।
#ମତେ_ପାହାଡ଼_ଉପରକୁ_ଟେକିନେଲେ ୫ଜଣ କାରରେ ଆସି ମତେ ଟେକିନେଲେ। ଆଖିରେ ପଟି ବାନ୍ଧି ୧୪ ଘଣ୍ଟା ପାହାଡ଼ ଉପରରେ ରଖିଲେ। ରାତି ଅଧରେ ସୁନା ଚେନରୁ ଆରମ୍ଭ କରି ସବୁ ଲୁଟିନେଲେ। ଶୌଚ ହେବା ବାହାନାରେ ମୁଁ ଯମ କବଳରୁ ଖସି ଆସିଲି। ଶୁଣନ୍ତୁ ଅପହରଣର ଲୋମଟାଙ୍କୁରା କାହାଣୀ ।
#ସରୋଜ_କହୁଛି_ମୁଁ_ସବୁ_ଜାଣିଛି ! ସରୋଜ ସା’ ପାଖରେ କ୍ରାଇମବ୍ରାଞ୍ଚ ଟିମ୍ । ଚାଲିଛି ପଚରା, ଖୋଲିବ ଗୁମର । ନବଙ୍କ ହତ୍ୟା ଦିନ ସରୋଜର ଥିଲା ବଡ଼ ଭୂମିକା । ନବଙ୍କୁ ଗୁଳିବେଳେ ତତ୍କ୍ଷଣାତ୍ ଆକ୍ସମୁଡ଼କୁ ଆସିଥିଲା ସରୋଜ । ତତକାଳୀନ IICଙ୍କ ବନ୍ଧୁକ ଛଡ଼ାଇଆଣି ନବଙ୍କୁ କିଏ ଗୁଳି ମାରିଥିଲା ବୋଲି ଚିତ୍କାର କରିବା ସହ ଅଭିଯୁକ୍ତକୁ ଗୁଳି ଫୁଟାଇବାକୁ ସଜାଗ ହୋଇସାରିଥିଲା ।
ଗତକାଲି ଭୋର ୪ଟା ୧୮ ମିନିଟରେରେ ଏକ ସ୍କୁଟରରେ ୩ ଜଣ ଦୁର୍ବୃତ୍ତ ଖଣ୍ଡା ଧରି ବ୍ରହ୍ମପୁର ଗାନ୍ଧି ନଗର ସପ୍ତମ ଲାଇନ ଦେଇ ଯାଉଥିଲେ। ଏହି ସମୟରେ କଲୋନୀରେ ଥିବା ବୁଲା କୁକୁର ସେମାନଙ୍କୁ ଦେଖି ଭୋକିଥିଲେ। କୁକୁର ଭୋକୁଥିବା ଦେଖି ଦୁର୍ବୃତ୍ତମାନଙ୍କ ମୁଣ୍ଡକୁ ବିଷ ଚଢ଼ିଯାଇଥିଲା।
#ସରୋଜ_କହୁଛି_ମୁଁ_ସବୁ_ଜାଣିଛି ! ସରୋଜ ସା’ ପାଖରେ କ୍ରାଇମବ୍ରାଞ୍ଚ ଟିମ୍ । ଚାଲିଛି ପଚରା, ଖୋଲିବ ଗୁମର । ନବଙ୍କ ହତ୍ୟା ଦିନ ସରୋଜର ଥିଲା ବଡ଼ ଭୂମିକା । ନବଙ୍କୁ ଗୁଳିବେଳେ ତତ୍କ୍ଷଣାତ୍ ଆକ୍ସମୁଡ଼କୁ ଆସିଥିଲା ସରୋଜ । ତତକାଳୀନ IICଙ୍କ ବନ୍ଧୁକ ଛଡ଼ାଇଆଣି ନବଙ୍କୁ କିଏ ଗୁଳି ମାରିଥିଲା ବୋଲି ଚିତ୍କାର କରିବା ସହ ଅଭିଯୁକ୍ତକୁ ଗୁଳି ଫୁଟାଇବାକୁ ସଜାଗ ହୋଇସାରିଥିଲା ।
#ବିରିୟାନି_ଭିତରେ_ଖଣ୍ଡ_ଖଣ୍ଡ_ଗୋ_ମାଂସ କଳା ଜରିରେ ଆଣୁଥିଲେ ଗୋ ମାଂସ ବିରିୟାନି । ରାସ୍ତା ଉପରେ ମାଡ଼ି ବସିଲେ ଲୋକେ । ରାସ୍ତାରେ ଆଣ୍ଠେଇ ଦେଲେ, ସାମ୍ନାରେ ବିରିୟାନି ଢାଲିଦେଲେ । ଆଉ ତା’ରେ ଆରମ୍ଭ ହେଲା ଉତ୍ତେଜନା ।
#JEରୁ_କାଠ_ବେପାରୀ ଭିଜିଲାନ୍ସ ରେଡରେ ସାଧାରଣତଃ ନଜରକୁ ଆସିଥାଏ ଟଙ୍କା-ସୁନା, କୋଠା-ବାଡ଼ି, ଗାଡ଼ି। ଦୁଇ ଲକ୍ଷ ନଗଦ କ୍ୟାସ୍ ସହ କାଲି ଧରାପଡ଼ିଥିବା ଯାଜପୁର ଆରଡି ବିଭାଗର କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କର ଏସବୁ ତ ଅଛି। ହେଲେ ବାବୁଙ୍କ ବେପାର ନିଶା ଭିଜିଲାନ୍ସକୁ ତାଜୁବ କରିଛି। ସାମ୍ନାକୁ ଆସିଛି ଭୀମସେନଙ୍କ ଭୁବନେଶ୍ବର ଉପକଣ୍ଠ ଆଲିସାନ୍ ବଙ୍ଗଳା ପରିସରରେ ଥିବା ତିନି ତିନିଟି ଫ୍ୟାକ୍ଟ୍ରି।