Advertisment

Murder For Property: ରାସ୍ତାକଡ଼ରୁ ମିଳିଲା ଦଶମ ପଢୁଆ ଝିଅର ମୃତଦେହ...ମା’ ହତ୍ୟା ଦେଖିଥିବାରୁ ଆଞ୍ଜେଲକୁ ମାରିଦେଲେ ?

ମାତ୍ର ୨ ବର୍ଷର ହୋଇଥିବା ବେଳେ ବାପା ଆରପାରିକୁ ଚାଲିଯାଇଥିଲେ । ତାକୁ ଯେତେବେଳେ ୭ ବର୍ଷ ସେତେବେଳେ ମା’ର ଘଟିଲା ଦୁଃଖଦ ମୃତ୍ୟୁ । ଆଉ ତାକୁ ଯେତେବେଳେ ୧୫ ବର୍ଷ ସେତେବେଳେ ସେ ବି ବାପା, ମାଙ୍କ ପାଖକୁ ଅଫେରା ରାଇଜକୁ ଚାଲିଗଲା ।

author-image
Manas Ranjan Mohanty
sambalpur-girl-death

sambalpur-girl-death Photograph: (OTV)

ମାତ୍ର ୨ ବର୍ଷର ହୋଇଥିବା ବେଳେ ବାପା ଆରପାରିକୁ ଚାଲିଯାଇଥିଲେ । ତାକୁ ଯେତେବେଳେ ୭ ବର୍ଷ ସେତେବେଳେ ମା’ର ଘଟିଲା ଦୁଃଖଦ ମୃତ୍ୟୁ । ଆଉ ତାକୁ ଯେତେବେଳେ ୧୫ ବର୍ଷ ସେତେବେଳେ ସେ ବି ବାପା, ମାଙ୍କ ପାଖକୁ ଅଫେରା ରାଇଜକୁ ଚାଲିଗଲା । ସମ୍ବଲପୁର ଅଇଁଠାପାଲି ଶାନ୍ତିନଗର ଠାରେ ନିଜ ଘର ଆଗରେ ଥିବା ସଂକୀର୍ଣ୍ଣ ଡ୍ରେନ୍ କଡ଼ରୁ  ମିଳିଛି ୧୫ ବର୍ଷର ଦଶମ ପଢୁଆ ଝିଅ ଆଞ୍ଜେଲର ମୃତଦେହ । ବାପା, ମାଙ୍କ ମୃତ୍ୟୁ ପରେ ଆଞ୍ଜେଲ ଜେଜେ ଏବଂ ଜେଜେ ମା’ଙ୍କ ପାଖରେ ରହୁଥିଲା ବେଳେ ଆଞ୍ଜେଲଙ୍କ ମୃତ୍ୟୁ କିଭଳି ହେଲା ତାକୁ ନେଇ କିଛି କହୁନାହାନ୍ତି ପରିବାର ଲୋକ । ଅନ୍ୟ ପକ୍ଷରେ ସଂପତ୍ତି ଲୋଭ ଏବଂ ମା’ ହତ୍ୟା ନିଜ ଆଖିରେ ଦେଖିଥିବାରୁ ପ୍ରମାଣ ନଷ୍ଟ ପାଇଁ ଆଞ୍ଜେଲକୁ ଯୋଜନାବଦ୍ଧ ଭାବେ ମାରି ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ମାମୁଘର । ପୋଲିସ ମୃତଦେହ ଜବତ କରି ମାମଲାର ତଦନ୍ତ ଆରମ୍ଭ କରିଛି । 

Advertisment



ଆଞ୍ଜେଲର ବାପା ଗଙ୍ଗାପ୍ରସାଦ ମିଶ୍ର ଥିଲେ ସମ୍ବଲପୁରର ଜଣେ ଜଣାଶୁଣା ବ୍ୟବସାୟୀ । ୨୦୧୪ ମସିହାରେ ଅନୁଗୁଳ ମାଧପୁର ନିକଟରେ ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ବାମୀଙ୍କ ମୃତ୍ୟୁ ପରେ ଆଞ୍ଜେଲଙ୍କ ମା ମିତାଲି ପ୍ରିୟଦର୍ଶିନୀ ୨ ବର୍ଷର ଝିଅକୁ ଧରି ଭୁବନେଶ୍ବରରେ ସାମ୍ବାଦିକତା ପାଠ୍ୟକ୍ରମରେ ନାମ ଲେଖାଇଥିଲେ । ଏକ ଘରୋଇ ଶିକ୍ଷାନୁଷ୍ଠାନରେ ସାମ୍ବାଦିକତା ପାଠ ପଢ଼ି ଭୁବନେଶ୍ବରରେ ଏକ ସାଟେଲାଇଟ ଟିଭି ଚାନେଲରେ ଚାକିରି କରିଥିଲେ ଆଞ୍ଜେଲଙ୍କ ମା’ ମିତାଲି । ଆଞ୍ଜେଲଙ୍କ ମାମୁଘର ଲୋକଙ୍କ ଅଭିଯୋଗ ମୁତାବକ ଗଙ୍ଗାପ୍ରସାଦ ତାଙ୍କର ୩ ମହଲା କୋଠା ସହ ଅଚଳାଚଳ ସଂପତ୍ତି ପତ୍ନୀ ମିତାଲିଙ୍କ ନାମରେ ରେଜିଷ୍ଟ୍ରୀ କରିଥିଲେ । ଏହାକୁ ନେଇ ଗଙ୍ଗାଙ୍କ ମୃତ୍ୟୁ ପରେ ମିତାଲିଙ୍କୁ ହଇରାଣ ହରକତ କରୁଥିଲେ ଶାଶୁ ଶ୍ବଶୁର ଏବଂ ବିବାହିତ ନଣନ୍ଦ । ଏଭଳି ଅବସ୍ଥାରେ ୨୦୧୭ରେ ମିତାଲିଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା । ସମ୍ବଲପୁର ସ୍ଥିତ ଶାଶୁଘରୁ ମିତାଲିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଥିଲା । ସେଦିନ ମା’ଙ୍କ ପାଖରେ ସମ୍ବଲପୁରରେ ଥିଲେ କୁନି ଝିଅ ଆଞ୍ଜେଲ । ସଂପତ୍ତି ଲୋଭରେ ତାଙ୍କ ଝିଅକୁ ଶାଶୁଘର ଲୋକ ମାରି ଝୁଲାଇ ଦେଇଥିବା ଥାନାରେ ଅଭିଯୋଗ କରିଥିଲେ ମିତାଲିଙ୍କ ବାପଘର ଲୋକ । ବାପା, ମାଙ୍କ ମୃତ୍ୟୁ ପରେ କୁନି ଝିଅ ଆଞ୍ଜେଲ ସମ୍ବଲପୁର ଘରେ ଜେଜେ ଏବଂ ଜେଜେ ମା’ଙ୍କ ସହ ରହୁଥିଲେ । ତେବେ ଆଜି ସନ୍ଦେହଜନକ ଭାବେ ଆଞ୍ଜେଲଙ୍କ ମୃତଦେହ ମିଳିବା ପରେ ମା’ ହତ୍ୟାର ମୁକସାକ୍ଷୀ ଥିବାରୁ ତାକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଆଞ୍ଜେଲଙ୍କ ମାମୁଘର ଲୋକ । 

ଜୀବନ କଣ ବୁଝିବା ପୂର୍ବରୁ ଚାଲିଯାଇଛି ଗୋଟିଏ ନିଷ୍ପାପ ଝିଅର ଜୀବନ । ଯେଉଁ ଡ୍ରେନ କଡ଼ରୁ ମୃତଦେହ ମିଳିଛି ତାକୁ ନେଇ ବି ଯେକେହି ସନ୍ଦେହ କରିବ । ମାତ୍ର ୧୫ ବର୍ଷର ବାପା, ମା ଛେଉଣ୍ଡ ଝିଅଟି କିଭଳି ମୃତ୍ୟୁବରଣ କଲା ତାର ପ୍ରକୃତ କାରଣ ଖୋଜିବା ପୋଲିସ ପାଇଁ ଆହ୍ବାନ ହୋଇଛି । 

Advertisment
Related Articles
Advertisment