/odishatv-khabar/media/media_files/2026/02/11/shooting-2026-02-11-08-29-24.jpg)
Shooting Photograph: (OTV)
କାନାଡାର ବ୍ରିଟିଶ କଲମ୍ବିଆର ଏକ ସ୍କୁଲରେ ଗୁଳିକାଣ୍ଡ ଘଟି ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଗୁଳିଚାଳକ ମଧ୍ୟ ରହିଥିବାର ସୂଚନା ମିଳିଛି। ୨୫ରୁ ଅଧିକ ଆହତ ହୋଇଥିବା ପୋଲିସ କହିଛି।
ରୟାଲ୍ କାନାଡିଆନ୍ ମାଉଣ୍ଟେଡ୍ ପୋଲିସ କହିଛି ଯେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ମୃତ ଅବସ୍ଥାରେ ମିଳିଛି ଏବଂ ସେ ନିଜକୁ ନିକେ ଗୁଳି କରିଥିବାର ସନ୍ଦେହ କରାଯାଉଛି।
ଟୁମ୍ବର୍ ରିଜ୍ ମାଧ୍ୟମିକ ବିଦ୍ୟାଳୟରେ ସ୍ଥାନୀୟ ସମୟ ଅପରାହ୍ନ ୧.୨୦ ରେ ଏହି ଘଟଣା ଘଟିଥିଲା। ଟୁମ୍ବର୍ ରିଜ୍ ପୋଲିସ ଏକ ସତର୍କ ସୂଚନା ଜାରି କରିଛି। ପୋଲିସ ଏହି ଘଟଣାରେ ସେହି ସନ୍ଦିଗ୍ଧ ବ୍ୟକ୍ତି ସମ୍ପୃକ୍ତ କି ନାହିଁ ଏବଂ ସମ୍ଭାବ୍ୟ ପୀଡିତଙ୍କ ସଂଖ୍ୟା ନିର୍ଣ୍ଣୟ କରିବା ଜାରି ରଖିଛି।
ପ୍ରାୟ ୨,୪୦୦ ଜନସଂଖ୍ୟା ବିଶିଷ୍ଟ ଟମ୍ବଲର୍ ରିଜ୍ ସହରର ବାସିନ୍ଦାମାନଙ୍କୁ ଘର ଭିତରେ ରହିବାକୁ ଅନୁରୋଧ କରାଯାଇଛି। ଉକ୍ତ ଅଞ୍ଚଳରେ ଅତିରିକ୍ତ ପୋଲିସ ବଳ ମୁତୟନ କରାଯାଇଛି।
ପିସ୍ ରିଭର୍ ସାଉଥ୍ ସ୍କୁଲ୍ ଡିଷ୍ଟ୍ରିକ୍ଟ କହିଛି ଯେ ଉଭୟ ମାଧ୍ୟମିକ ବିଦ୍ୟାଳୟ ଏବଂ ଟମ୍ବଲର୍ ରିଜ୍ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଇ ତଦନ୍ତ ଜାରି ରହିଛି। ଏହି ସ୍କୁଲରେ ୭ମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୧୭୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।
Boosts NHM AYUSH Doctors Salary: NHMରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବଢ଼ିଲା

Heavy Traffic Jams: ରାଜଧାନୀରେ ଅସମ୍ଭାଳ ଟ୍ରାଫିକ୍, ଦିନ ହେଉ କି ସଂଧ୍ୟା ସବୁବେଳେ ଜାମ୍

Indian Sailor Missing at Sea: କୁଆଡ଼େ ନିଖୋଜ ହେଲେ ସାର୍ଥକ ମହାପାତ୍ର… ୭ ଦିନ ହେଲାଣି ମିଳୁନି ଖୋଜଖବର

India Pakistan Match Craze Spikes: ଫୁଟାଣି ଛାଡ଼ି ନଇଁଲା ପାକିସ୍ତାନ; ଭାରତ ସହ ଖେଳିବାକୁ ପାକିସ୍ତାନ ରାଜି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)