/odishatv-khabar/media/media_files/2026/02/10/heavy-traffic-jams-2026-02-10-20-40-42.jpg)
ରାଜଧାନୀରେ ଅସମ୍ଭାଳ ଟ୍ରାଫିକ୍ Photograph: (OTV)
ବ୍ୟସ୍ତବହୁଳ ରାଜଧାନୀ ରାଜରାସ୍ତାରେ ବେଳେ ବେଳେ ଅକଲ ଗୁଡୁମ୍ କରିଦେଉଛି ଟ୍ରାଫିକ୍ ଜାମ୍। ୧୦୦ କି ୨୦୦ ମିଟର ରାସ୍ତା ପାର ହେବାକୁ ବେଳେ ବେଳେ ଭିଡ଼ ଭିତରେ ଅପେକ୍ଷା କରିବାକୁ ପଡୁଛି ଘଣ୍ଟା ଘଣ୍ଟା ସମୟ। ବିଶେଷକରି ସଂଧ୍ୟା ସମୟରେ କିଛି ନିର୍ଦ୍ଦିଷ୍ଟ ରୁଟରେ ଭୟଙ୍କର ଭିଡ଼ ପରେ ଆକ୍ତାମାକ୍ତା ହୋଇ ପଡୁଛନ୍ତି ସାଧାରଣ ଜନତା। ସେ କିଟ୍-ଶୀଖରଚଣ୍ଡି ରାସ୍ତା ହେଉ କି ଡମଣାରୁ ଜୟଦେବ ବିହାର ଛକ। କଟକ ରୋଡ୍ ହେଉ କି ପଳାଶୁଣି ହଂସପାଳ ଜାତୀୟ ରାଜପଥ।
Advertisment
ଫଳରେ ଅତି ଜରୁରୀ କାମରେ ଯାଉଥିବା ଲୋକେ ହୁଅନ୍ତୁ କିମ୍ବା ମେଡିକାଲ ଯାଉଥିବା ରୋଗୀ, ସମସ୍ତେ ଫସିଯାଉଛି ଭିଡ଼ର ଚକ୍ରବ୍ୟୁହ ଭିତରେ। ଏମିତିକି ଘନ ଘନ ସାଇରନ୍ ବଜାଉଥିବା ଆମ୍ବୁଲାନ୍ସକୁ ବି ବାଟ କାଟି ଯିବାକୁ ରାସ୍ତା ଟିକେ ମିଳୁନି।
- ରାଜଧାନୀରେ ଅସମ୍ଭାଳ ଟ୍ରାଫିକ୍
- ଦିନ ହେଉ କି ସଂଧ୍ୟା ସବୁବେଳେ ଜାମ୍
- କିଛି ମିଟର୍ ଯିବାକୁ ଲାଗୁଛି ଘଣ୍ଟାଏ ସମୟ
- ଅଟକୁଛି ଅଧିକ ଗଡ଼ୁଛି କମ୍
- ଟ୍ରାଫିକ୍ ଟେନସନରେ ଛଟପଟ ଜନତା
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)