Advertisment

Accident: ବାଇକ ଆରୋହୀଙ୍କୁ ଚାପିଦେଲା ଟ୍ରକ, ୩ ମୃତ

ପାହାଳ ଥାନା ଅନନ୍ତପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ। ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଅଛି।

author-image
Chinmayee Sahoo
Accident

Accident Photograph: (OTV)

ରାଜଧାନୀରେ ସଡକ ଦୁର୍ଘଟଣାରେ ୩ ମୃତ। ଭୁବନେଶ୍ବରରେ ପାହାଳ ଥାନା ଅନନ୍ତପୁରରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ୩ ମୃତକଙ୍କ ପରିଚୟ ମିଳିପାରିନି। ହାଇୱା ଡ୍ରାଇଭର ଫେରାର ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ  ଫୁଲ ନଖରା - ନିଆଳି ରାସ୍ତା ଅନନ୍ତପୁରରେ ଏହି ଦୁର୍ଘଟଣା ଘଟିଛି। 

Advertisment

ସୂଚନା ଅନୁଯାୟୀ ଏକ ବାଲି ବୋଝେଇ ହାଇୱା  ଦ୍ରୁତ ଗତିରେ ଆସୁଥିବବେଳେ ବାଇକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇଁ ପାହାଳ ଥାନା ପୋଲିସ ମୃତଦେହ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ପାଇଁ ପଠେଇଛି। ହାଇୱାକୁ ଜବତ କରି ଅଧିକ ତନାଘନା ଚଳାଇଛି ପୋଲିସ।

Accident
Advertisment
Related Articles
Advertisment