/odishatv-khabar/media/media_files/2025/10/07/barunei-2025-10-07-18-02-00.jpg)
BARUNEI Photograph: (OTV)
ପର୍ଯ୍ୟଟକଙ୍କୁ ଆକ୍ରମଣ କଲା । ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ।ପୋଲିସ ଅଧିକାରୀଙ୍କ ଜୀବନ ନେଲା । ଖୋର୍ଦ୍ଧା ବରୁଣେଇ ପାହାଡ଼ ଉପରେ ଦୀର୍ଘ ୧୨ ଘଣ୍ଟା ଧରି ଆତଙ୍କ ମଚାଇଥିଲା ଗୋଟିଏ ଜଙ୍ଗଲୀ ବାରହା। ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ରକ୍ତାକ୍ତ କରିବା ସହ ଜଣେ ପୋଲିସ କନେଷ୍ଟବଳଙ୍କ ଜୀବନ ନେଇଛି ଏହି ଜୀବ। ସୂଚନାମୁତାବକ ରବିବାର ମଧ୍ୟାହ୍ନ ୧୨ ଟା ସମୟରେ ଜଟଣୀର ୫ ଜଣ ସାଙ୍ଗ ବରୁଣେଇ ବୁଲିବାକୁ ଆସି ପାହାଡ ଉପରେ ଚଢିଥିଲେ। ହେଲେ ହଠାତ ଏହି ସମୟରେ ଏକ ବାରହା ସହିତ ତାଙ୍କର ମୁହାଁ ମୁହିଁ ହୋଇଥିଲେ। ବାରହାଟି ହଠାତ୍ ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲା। ଫଳରେ ଜୀବନ ବିକଳରେ ସେମାନେ ନିକଟରେ ଥିବା ଗୋଟିଏ ଗଛ ଉପରେ ଚଢି ଯାଇଥିଲେ ।
ବାରହାଟି ସେହି ସ୍ଥାନରେ ଜଗି ବସିଥିଲା। ତେବେ ପର୍ଯ୍ୟଟକଙ୍କ ନିକଟରୁ ଖବର ପାଇ ବରୁଣେଇ ପୋଲିସ ବିଟ ହାଉସରୁ ୨ ଜଣ କନେଷ୍ଟବଳ ଏବଂ ସ୍ଥାନୀୟ ଲୋକେ ଉଦ୍ଧାର ପାଇଁ ପହଞ୍ଚିଥିଲେ। ହେଲେ ହିଂସ୍ର ବାରହା ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଫଳରେ ସେମାନେ ମଧ୍ୟ ଗଛରେ ଚଢିଯାଇଥିଲା ବେଳେ କନେଷ୍ଟବଳ ପ୍ରଦୀପ ତେରେଇ ବାରହା ହାବୁଡରେ ପଡିଯାଇଥିଲେ। ତାଙ୍କୁ ମାରି କ୍ଷତାକ୍ତ କରିଦେଇଥିଲା ବାରହା ।
ଉଦ୍ଧାରକାରୀ ମାନେ ନଫେରିବାରୁ ଖୋର୍ଦ୍ଧାର ଏସ୍ପି, ଡିଏଫଓ ଓ ଅଗ୍ନିଶମ ବାହିନୀ ସହ ୩୦ ଜଣିଆ ଦଳ ଜଙ୍ଗଲ ଭିତରେ ପ୍ରବେଶ କରିଥିଲେ। ରାତି ହୋଇଯାଇଥିବାରୁ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡିଥିଲା। ହେଲେ ଶେଷରେ ସେମାନେ ବାରହାକୁ ଘଉଡାଇବାକୁ ସଫଳ ହୋଇଥିଲେ ଆଉ ଦୀର୍ଘ ୧୨ ଘଣ୍ଟା ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା। ହେଲେ ସେତେବେଳକୁ କନେଷ୍ଟବଳ ପ୍ରଦୀପଙ୍କର ମୃତ୍ୟୁ ହୋଇଯାଇଥିଲା ।
ତେବେ ଏହି ଘଟଣା ପରେ ବରୁଣେଇ ପାହାଡପରକୁ ଯିବାକୁ କଟକଣା ଲଗାଇଛି ପୋଲିସ। ଜଙ୍ଗଲ ଭିତରକୁ ଯାଇ ନିଜ ଜୀବନକୁ ବିପଦରେ ନପକାଇବାକୁ ଅନୁରୋଧ କରିଛି ବନ ବିଭାଗ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)