Advertisment

Abhishek Sharma: ଅଭିଷେକ ଶର୍ମା ପାଇଲେ ବିଦେଶୀ ଲଗଜରୀ କାର , କିନ୍ତୁ ଭାରତରେ ଚଳାଇ ପାରିବେ ନାହିଁ? ଜାଣନ୍ତୁ କାରଣ

ପୁରସ୍କାର ସ୍ୱରୂପ ତାଙ୍କୁ ଏକ ମହଙ୍ଗା କାର ମିଳିଥିଲା । ସେ ଦୁବାଇରେ ଏହା ସହ ଫଟୋ ମଧ୍ୟ ଉଠାଇଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ସେ ଏହି କାରଟିକୁ ଭାରତରେ ଚଳାଇ ପାରିବେ ନାହିଁ।

author-image
Manas Ranjan Mohanty
abhisek sharma

abhisek sharma Photograph: (OTV)

ମ୍ୟାଚ ୭, ରନ୍ ୩୧୪, ଆଭରେଜ ୪୪.୮୫,  ସର୍ବାଧିକ ସ୍କୋର ୭୫, ଚୌକା ୩୨ଟି  ଓ ଛକା ୧୯ଟି  । ଏହା ଥିଲା ଏସିଆ କପ୍ ୨୦୨୫ରେ ଅଭିଷେକ ଶର୍ମାଙ୍କ ରେକର୍ଡ । ଫାଇନାଲ ମ୍ୟାଚକୁ ଛାଡ଼ି ଦେଲେ, ପ୍ରତ୍ୟେକ ମ୍ୟାଚରେ ସେ ଟିମ୍ ଇଣ୍ଡିଆ ପାଇଁ ଶାନଦାର ପ୍ରଦର୍ଶନ କରିଥିଲେ । ଏହି କାରଣରୁ ତାଙ୍କୁ 'ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ' ପୁରସ୍କାର ମିଳିଥିଲା । କିନ୍ତୁ ଆଜି ଆମେ ତାଙ୍କ ବିଷୟରେ ନୁହେଁ, ବରଂ ତାଙ୍କ କାର ବିଷୟରେ କହୁଛୁ । ପୁରସ୍କାର ସ୍ୱରୂପ ତାଙ୍କୁ ଏକ ମହଙ୍ଗା କାର ମିଳିଥିଲା । ସେ ଦୁବାଇରେ ଏହା ସହ ଫଟୋ ମଧ୍ୟ ଉଠାଇଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ସେ ଏହି କାରଟିକୁ ଭାରତରେ ଚଳାଇ ପାରିବେ ନାହିଁ।
କିନ୍ତୁ କାହିଁକି? କାହିଁକିର ଉତ୍ତର ପୂର୍ବରୁ ଜାଣି ନିଅନ୍ତୁ ଏହା କେଉଁ SUV?

Advertisment

ଏସିଆ କପ୍ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟକୁ ମିଳିଛି ହାୱାଲ ଏଚ୯, ଯାହାକୁ ଚୀନର ଗ୍ରେଟ ୱାଲ ମୋଟର କମ୍ପାନୀ ତିଆରି କରିଛି । ଚୀନର ବଜାରରେ ଏହାର ମୂଲ୍ୟ ପ୍ରାୟ ୨୯ରୁ ୩୩ ହଜାର ଡଲାର। ଭାରତୀୟ ଟଙ୍କାରେ ହିସାବ କଲେ ଏହା ପ୍ରାୟ ୩୦ ଲକ୍ଷ ଟଙ୍କା ହେବ। କିନ୍ତୁ ବିଶେଷଜ୍ଞମାନେ କହୁଛନ୍ତି ଯେ ଅଭିଷେକ ଶର୍ମା ଏହାକୁ ଭାରତ ଆଣି ପାରିପାରିବେ ନାହିଁ । ଏହା ପଛରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଏହାର ଲେଫ୍ଟ ହ୍ୟାଣ୍ଡ ଡ୍ରାଇଭ କାର।  ଏହି କାରରେ ଷ୍ଟିୟରିଂ ବାମ ପାର୍ଶ୍ୱରେ ଅଛି। ଏହି କାରଣରୁ ଏହା ଭାରତୀୟ ସଡ଼କରେ ଚାଲୁଥିବା ଗାଡ଼ିଗୁଡ଼ିକ ସହ ଜଡ଼ିତ ନିୟମାବଳୀରେ ଖାପ ଖାଉ ନାହିଁ।ଭାରତରେ ଚାଲୁଥିବା ସମସ୍ତ ଗାଡ଼ିରେ ଷ୍ଟିୟରିଂ ଡାହାଣ ପାର୍ଶ୍ୱରେ ଥାଏ। ଏହାକୁ ରାଇଟ ହ୍ୟାଣ୍ଡ ଷ୍ଟିୟରିଂ କଣ୍ଟ୍ରୋଲ କୁହାଯାଏ। 

ଏକ ରିପୋର୍ଟ ଅନୁସାରେ, ଯେତେବେଳେ ଖବର ପ୍ରଚାର ହେଲା ଯେ ଅଭିଷେକ ଦେଶକୁ ଫେରି ଆସିଛନ୍ତି, କିନ୍ତୁ ପୁରସ୍କାରରେ ମିଳିଥିବା ଗାଡ଼ି ଏପର୍ଯ୍ୟନ୍ତ ଆସି ନାହିଁ, ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଥିଲେ।  କିନ୍ତୁ ଏହାର କାରଣ ଏହିପରି। ଏବେ ପ୍ରଶ୍ନ ହେଉଛି, ବିଭିନ୍ନ ଦେଶରେ ଗାଡ଼ିଗୁଡ଼ିକ ସଡ଼କର ଡାହାଣ କିମ୍ବା ବାମ ପାର୍ଶ୍ୱରେ କାହିଁକି ଚାଲେ ଏବଂ ଗାଡ଼ିରେ ଷ୍ଟିୟରିଂ ଡାହାଣ କିମ୍ବା ବାମ ପାର୍ଶ୍ୱରେ ରହିବ, ତାହା କିପରି ନିର୍ଣ୍ଣୟ ହୁଏ? 

Advertisment

ଲେଫ୍ଟ ହ୍ୟାଣ୍ଡ ଟ୍ରାଫିକ (LHT) ଏବଂ ରାଇଟ ହ୍ୟାଣ୍ଡ ଟ୍ରାଫିକ (RHT) ହେଉଛି ଦ୍ୱିମୁଖୀ ଟ୍ରାଫିକରେ ଗ୍ରହଣ କରାଯାଉଥିବା ପଦ୍ଧତି । ଅର୍ଥାତ୍ ଯେଉଁ ସଡ଼କରେ ଦୁଇ ପାର୍ଶ୍ୱରୁ ଟ୍ରାଫିକ ଚାଲେ, ସେଠାରେ ଏହି ନିୟମଗୁଡ଼ିକ ମଧ୍ୟରୁ ଗୋଟିଏ ନିଶ୍ଚିତ ରହିଥାଏ।
ଏଥିରେ ଗାଡ଼ିଗୁଡ଼ିକ ସଡ଼କର ବାମ କିମ୍ବା ଡାହାଣ ପାର୍ଶ୍ୱରେ ଚାଲନ୍ତି। ଏହା ଟ୍ରାଫିକ ପ୍ରବାହ ପାଇଁ ଅତ୍ୟନ୍ତ ଜରୁରୀ ଏବଂ ଏହାକୁ 'ରୁଲ ଅଫ ଦି ରୋଡ' ମଧ୍ୟ କୁହାଯାଏ। 

ରାଇଟ ଏବଂ ଲେଫ୍ଟ ହ୍ୟାଣ୍ଡ ଡ୍ରାଇଭର ଅର୍ଥ ହେଉଛି ଗାଡ଼ିରେ ଡ୍ରାଇଭର ଏବଂ ଷ୍ଟିୟରିଂ ହ୍ୱିଲର ଅବସ୍ଥାନ । ଏହି ନିୟମ ଏହା ମଧ୍ୟ ନିର୍ଦ୍ଦେଶ ଦିଏ ଯେ ସଡ଼କରେ ଗାଡ଼ି କେଉଁ ପାର୍ଶ୍ୱରେ ଚାଲିବ, ଗୋଟିଏ ଦିଗରେ ଚାଲୁଥିବା ଏକାଧିକ ଗାଡ଼ି ପାଇଁ ସ୍ଥାନ ଅଛି କି ନାହିଁ ଏବଂ ଯଦି କୌଣସି ଗାଡ଼ି ଅନ୍ୟ ଗୋଟିକୁ ଓଭରଟେକ କରିବାକୁ ଚାହେଁ, ତେବେ ସେ ଡାହାଣ ପାର୍ଶ୍ୱରୁ କିମ୍ବା ବାମ ପାର୍ଶ୍ୱରୁ କରିପାରିବ।

ଉଦାହରଣ ସ୍ୱରୂପ, ଯେଉଁ ଦେଶମାନଙ୍କରେ ଲେଫ୍ଟ ହ୍ୟାଣ୍ଡ ଟ୍ରାଫିକ ଅଛି, ସେଠାରେ ଡାହାଣ ପାର୍ଶ୍ୱରୁ ଓଭରଟେକ କରାଯାଏ, ଯେପରି ଭାରତରେ ହୁଏ । ଅନ୍ୟପକ୍ଷରେ, ଚୀନ, ରୁଷିଆ, ଏବଂ ଜର୍ମାନୀ ଭଳି ଦେଶମାନଙ୍କରେ ଯେଉଁ ଗାଡ଼ିଗୁଡ଼ିକ ଚାଲନ୍ତି, ସେଗୁଡ଼ିକ ରାଇଟ ହ୍ୟାଣ୍ଡ ଡ୍ରାଇଭ। ଅର୍ଥାତ୍ ସେଠାକାର ଗାଡ଼ିଗୁଡ଼ିକରେ ଷ୍ଟିୟରିଂ ବାମ ପାର୍ଶ୍ୱରେ ଥାଏ, ଯାହା ଭାରତ ଠାରୁ ବିପରୀତ। ବିଶ୍ୱରେ ଏପରି କୌଣସି ଦେଶ ନାହିଁ, ଯେଉଁଠାରେ ଏକାସାଙ୍ଗରେ ଲେଫ୍ଟ ହ୍ୟାଣ୍ଡ ଡ୍ରାଇଭ ଏବଂ ରାଇଟ ହ୍ୟାଣ୍ଡ ଡ୍ରାଇଭ ଗାଡ଼ିଗୁଡ଼ିକୁ ଅନୁମତି ଦିଆଯାଇଥାଏ।

ଯଦି କୌଣସି ଦେଶରେ ସମସ୍ତ ଗାଡ଼ି ରାଇଟ ହ୍ୟାଣ୍ଡ ଡ୍ରାଇଭ ଚାଲୁଛି, ତେବେ ସେଠାରେ ଏକ ଲେଫ୍ଟ ହ୍ୟାଣ୍ଡ ଡ୍ରାଇଭ ଗାଡ଼ି ସମସ୍ୟା ସୃଷ୍ଟି କରିପାରେ, ବିଭ୍ରାନ୍ତି ବଢ଼ାଇପାରେ ଏବଂ ଅନ୍ୟମାନଙ୍କ ପାଇଁ ବିପଦ ମଧ୍ୟ ହୋଇପାରେ। ପ୍ରଥମେ ଆମେ ଜାଣିବା ଯେ ଲେଫ୍ଟ ହ୍ୟାଣ୍ଡ ଡ୍ରାଇଭ ଏବଂ ରାଇଟ ହ୍ୟାଣ୍ଡ ଡ୍ରାଇଭ କେବେ ଆରମ୍ଭ ହେଲା । ଏଥିପାଇଁ ବ୍ୟାକଗିୟର ପକାଇ ଇତିହାସରେ ପଛକୁ ଯିବାକୁ ପଡ଼ିବ।

ଯଦିଓ ବିଭିନ୍ନ ଦେଶରେ ଡ୍ରାଇଭିଂ ନିୟମ ନିର୍ଦ୍ଧାରଣ ପାଇଁ ତାରିଖ ଭିନ୍ନ ଭିନ୍ନ, କିନ୍ତୁ ଏହି ପୁରା କାହାଣୀରେ ବ୍ରିଟେନ ଏବଂ ବ୍ରିଟିଶ ସାମ୍ରାଜ୍ୟର ଏକ ବଡ଼ ଭୂମିକା ରହିଛି । ଆସ୍କକାରଗୁରୁର ପ୍ରତିଷ୍ଠାତା ତଥା ସମ୍ପାଦକ ଅମିତ ଖରେ କହିଛନ୍ତି, "ବ୍ରିଟିଶ ସାମ୍ରାଜ୍ୟ ଯେତେବେଳେ ବିଶ୍ୱରେ ନିଜର ପ୍ରଭାବ ବିସ୍ତାର କରିବା ଆରମ୍ଭ କଲେ, ସେମାନଙ୍କ ସହ ସେମାନଙ୍କ ଗାଡ଼ି ତ ଗଲା, ସେହିପରି ଗାଡ଼ି ଚଳାଇବାର ନିୟମ ମଧ୍ୟ ବିଭିନ୍ନ ଦେଶରେ ପହଞ୍ଚିଲା।" ଖରେ କହିଛନ୍ତି ଏହି କାରଣରୁ ଆପଣ ଦେଖିବେ ଯେ ଯେଉଁଠାରେ ବ୍ରିଟେନ ଶାସନ କରିଥିଲା, ସେହି ଅଧିକାଂଶ ଦେଶରେ ଆଜି ମଧ୍ୟ ଲେଫ୍ଟ ହ୍ୟାଣ୍ଡ ଟ୍ରାଫିକ ଅଛି। ଅର୍ଥାତ୍ ସେଠାରେ ରାଇଟ ହ୍ୟାଣ୍ଡ ଡ୍ରାଇଭ ଅଛି। ଏହାର ଅର୍ଥ ହେଉଛି ଗାଡ଼ିର ଷ୍ଟିୟରିଂ ଡାହାଣ ପାର୍ଶ୍ୱରେ ରହିବ। ଲେଫ୍ଟରେ ନୁହେଁ। ଯେମିତି ହଂକଂ, ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଥାଇଲାଣ୍ଡ, ଇଣ୍ଡୋନେସିଆ, କିମ୍ବା ଇଂଲଣ୍ଡରେ ମଧ୍ୟ ଏହିପରି। ସେ ଆଗକୁ କହିଛନ୍ତି ଯେଉଁଠାରେ ବ୍ରିଟିଶ ନଥିଲେ, ସେହିପରି ବିଶ୍ୱର ଅନେକ ଦେଶରେ ରାଇଟ ହ୍ୟାଣ୍ଡ ଟ୍ରାଫିକ ଚାଲେ, ଅର୍ଥାତ୍ ଷ୍ଟିୟରିଂ କଣ୍ଟ୍ରୋଲ ଗାଡ଼ିରେ ବାମ ପାର୍ଶ୍ୱରେ ଥାଏ। ଅର୍ଥାତ୍ ଭାରତରେ ଚାଲୁଥିବା ଗାଡ଼ିଗୁଡ଼ିକ ତୁଳନାରେ ଠିକ୍ ବିପରୀତ ।" 

ଷ୍ଟିୟରିଂ କଣ୍ଟ୍ରୋଲ ଉପରେ ନିୟମ କ’ଣ କହୁଛି?

ମୋଟର ଭେଇକିଲ ଆକ୍ଟ ୧୯୮୮ର ଅଧ୍ୟାୟ ସାତରେ ସ୍ପଷ୍ଟ କୁହାଯାଇଛି ଯେ ଭାରତରେ ପ୍ରତ୍ୟେକ ମୋଟର ଗାଡ଼ି ରାଇଟ ହ୍ୟାଣ୍ଡ ଷ୍ଟିୟରିଂ କଣ୍ଟ୍ରୋଲ ସହିତ ନିର୍ମିତ ହେବ । ଯଦି ଏହି ଦାବି କରାଯାଏ  ଯେ ଭାରତର ସଡ଼କରେ ଏବେ କୌଣସି ଏପରି ଗାଡ଼ି ଚାଲୁ ନଥିବ ଯେଉଁଥିରେ ଲେଫ୍ଟ ହ୍ୟାଣ୍ଡ ଷ୍ଟିୟରିଂ କଣ୍ଟ୍ରୋଲ ଅଛି, ତେବେ ତାହା ଭୁଲ ହୋଇପାରେ। କାରଣ ଭାରତ ସରକାର କିଛି ବ୍ୟତିକ୍ରମରେ ଏହାକୁ ଅନୁମତି ଦେଇଥାଏ।

ଏକ ରିପୋର୍ଟ କହୁଛି ଯେ ଯଦି କୌଣସି ବିଦେଶୀ କିମ୍ବା ଦେଶୀ କମ୍ପାନୀ ଗବେଷଣା ଏବଂ ବିକାଶ (R&D) ପାଇଁ କୌଣସି ଲେଫ୍ଟ ହ୍ୟାଣ୍ଡ ଡ୍ରାଇଭ ଗାଡ଼ିକୁ ଭାରତ ଆଣିବାକୁ ଚାହେଁ, ତେବେ ସେମାନେ ସରକାରଙ୍କ ଠାରୁ ଅନୁମତି ମାଗିପାରନ୍ତି ଏବଂ ଅନୁମତି ମଧ୍ୟ ଦିଆଯାଇଥାଏ। ଏହା ବ୍ୟତୀତ, ବିଶ୍ୱର ଅନେକ ଦେଶରେ ଲେଫ୍ଟ ହ୍ୟାଣ୍ଡ ଷ୍ଟିୟରିଂ କଣ୍ଟ୍ରୋଲ ଥିବା ଗାଡ଼ିଗୁଡ଼ିକ ଚାଲେ । ଯେମିତି ଆମେରିକା ଭଳି ଦେଶରେ । ଯେତେବେଳେ ଆମେରିକାର ରାଷ୍ଟ୍ରପତି କିମ୍ବା ଅନ୍ୟ କୌଣସି ଶୀର୍ଷ ନେତା ଭାରତ ଆସନ୍ତି, ସେମାନଙ୍କ ସହ ସେମାନଙ୍କ ଗାଡ଼ିଗୁଡ଼ିକର କାଫିଲା ମଧ୍ୟ ଆସେ। ଏବଂ ଏହି ଗାଡ଼ିଗୁଡ଼ିକ ଲେଫ୍ଟ ହ୍ୟାଣ୍ଡ ଡ୍ରାଇଭ ହୋଇଥାଏ । ଏପରି ସମୟରେ ଏହି ଗାଡ଼ିଗୁଡ଼ିକ ସଡ଼କରେ ବାହାରିବା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଥାଏ। 

Advertisment
Related Articles
Advertisment