Advertisment

Silver: ରୁପାରେ ନିବେଶ, କରିଦେବ ମାଲେମାଲ୍

ଖାଲି ସୁନା ନୁହେଁ, କିଣନ୍ତୁ ରୁପା। ସୁନା ଭଳି ରୁପାରେ ନିବେଶ କଲେ ବି ଦେବ ଅଧିକ ରିଟର୍ଣ୍ଣ। ରାଜଧାନୀରେ ୨ ଲକ୍ଷ ଛୁଇଁବ ରୂପା ଦର। ରୂପାର ଚାହିଦା ବଢିବା ସହ ଦର ମଧ୍ୟ ବଢୁଛି।

author-image
Chinmayee Sahoo
SILVER-OUTSHINES-GOLD

SILVER-OUTSHINES-GOLD Photograph: (OTV)

ସୁନାଠୁ ଅଧିକ ଚମକୁଛି ରୁପା । ୯ ମାସରେ ଦୁଇ ଗୁଣା ବଢିଲା ଦାମ୍ । ଚଳିତ ବର୍ଷ ଜାନୁଆରୀରେ ରୁପା କେଜି ଥିଲା ୯୮ ହଜାର ଟଙ୍କା । ଏବେ ୧ ଲକ୍ଷ ୯୫ ହଜାର ଟଙ୍କାରେ ପହଞ୍ଚିଛି ଦାମ୍ । ଅକ୍ଟୋବର ୭ରୁ ୧୩ ତାରିଖ ମଧ୍ୟରେ ଏକାଥରେ ମହଙ୍ଗା ହୋଇଛି ୨୮ ହଜାର ଟଙ୍କା । ତେଣୁ ଏଣିକି ଛାଡନ୍ତୁ ସୁନା କିଣିବା, ଅଧିକ ରିଟର୍ଣ୍ଣ ଚାହୁଁଥିଲେ କିଣନ୍ତୁ ରୁପା । ସୁନାକୁ ପଛରେ ପକାଇ ଦୁଇ ଗୁଣା ସ୍ପିଡରେ ଏହି ଧଳା ଧାତୁ ଦର ।
ଚଳିତ ମାସ ୫ ତାରିଖରେ ରୁପା କେଜି ୧ ଲକ୍ଷ ୬୫ ହଜାର ଟଙ୍କା ଥିଲା । ମାତ୍ର ୯ଟା ଦିନରେ ୧ ଲକ୍ଷ ୯୫ ହଜାର ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଛି ରୁପା ଦର । ଦିନକରେ ୪ରୁ ୫ ହଜାର ବଢୁଛି ରେଟ୍ । ଯଦି ଏହି ବୃଦ୍ଧି ଜାରି ରହେ, ତେବେ ଦିନେ ଦୁଇ ଦିନରେ ରୁପା ଦାମ୍ ଯେ ୨ ଲକ୍ଷ ଡେଇଁବ, ସେଥିରେ ସନ୍ଦେହ ନାହିଁ ।
ଖାଲି ରୁପା ନୁହେଁ, ସୁନା ବି ହେଉଛି ଆକାଶ ଛୁଆଁ । ରାଜଧାନୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ଦାମ୍ ପାଖାପାଖି ୧ ଲକ୍ଷ ୧୫ ହଜାର ଟଙ୍କାରେ ପହଞ୍ଚିଛି । ସପ୍ତାହେ ଭିତରେ ୬ ହଜାରରୁ ଅଧିକ ବଢିଛି ସୁନା ରେଟ୍ ।
ଯଦି ଦାମ୍ କଥା କହିବା, ଅକ୍ଟୋବର ୫ରେ ରାଜଧାନୀରେ ୨୨ କ୍ୟାରେଟ ସୁନା ଥିଲା ୧ ଲକ୍ଷ ୯ ହଜାର ୪୫୦ ଟଙ୍କା । ସପ୍ତାହ ସାରା ବଢିଥିଲା ଦାମ୍ । ଫଳରେ ୨୨ କ୍ୟାରେଟ୍ ସୁନା ଆଜି ଲକ୍ଷେ ୧୫ ହଜାର ଟଙ୍କାରେ ପହଞ୍ଚିଛି ।
୨୦୨୫ରେ ସୁନା-ରୁପା ଦାମ୍ ଏମିତି ହୁ ହୁ ହୋଇ ବଢିବା ପଛରେ ରହିଛି ଅନେକ କାରଣ । ବିଶେଷଜ୍ଞଙ୍କ ଅନୁସାରେ, ଆମେରିକୀୟ ଡଲାର୍ ତୁଳନାରେ ଟଙ୍କା ଦୁର୍ବଳ ଥିବାରୁ ସୁନା ଆମଦାନୀ ମହଙ୍ଗା ହେଉଛି । ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦର ୪ ହଜାର ଡଲାରରୁ ଅଧିକ ରହିଛି । ବଜାରରେ ଅନିଶ୍ଚିତତା, ଭୂରାଜୈନିତକ ସଙ୍କଟ, ଆମେରିକା ଟାରିଫ୍ ନୀତି ଇତ୍ୟାଦି ସୁନା ଓ ରୁପା ଦାମ୍ ବୃଦ୍ଧିର ପ୍ରମୁଖ କାରଣ ।
ଏହାସହ ଶିଳ୍ପ କାରଖାନାଗୁଡିକରେ ବହୁଳ ଭାବେ ବ୍ୟବହାର ହେଉଛି ରୁପା । ତାର ଚାହିଦା ବଢିବା ସହ ଦର ବି ବଢୁଛି । ତେଣୁ ଏବେ ସୁନା ଅପେକ୍ଷା ରୁପାକୁ ଏକ ଭଲ ନିବେଶ ରୂପରେ ଦେଖିଲେଣି ନିବେଶକ । ସୁନା ଭଳି ରୁପା ଯେ ଅଧିକ ରିଟର୍ଣ୍ଣ ଦେବ ଏହାକୁ ଅସ୍ୱୀକାର କରିହେବନି ।

Advertisment

ଅଧିକ ଦେଖନ୍ତୁ:

Silver
Advertisment
Related Articles
Advertisment