/odishatv-khabar/media/media_files/2026/03/02/gold-and-silver-price-increase-2026-03-02-12-16-28.jpg)
Gold And Silver Price Increase Photograph: (OTV)
ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ବଢ଼ିଲା ସୁନା ଓ ରୁପା ଦର। ୩ ପ୍ରତିଶତ ଲେଖାଏଁ ବଢ଼ିଲା ସୁନା ଓ ରୁପା ଦର। ୨୪ କ୍ୟାରେଟ୍ ସୁନା ଦର ୫ ହଜାର ଟଙ୍କା ବଢିଛି। ୧୦ ଗ୍ରାମ୍ ସୁନା ଦର ୧ ଲକ୍ଷ ୭୦ ହଜାର ୩୦୯ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ରୁପା ଦର ୯ହଜାର ଟଙ୍କା ବୃଦ୍ଧି ପାଇଛି। ରୁପା ଦର ବୃଦ୍ଧି ପାଇ କେଜି ୩ ଲକ୍ଷ ୨୫ ହଜାର ୧୦୦ ଟଙ୍କାରେ ପହଞ୍ଚିଛି।
Advertisment
ବିଶେଷଜ୍ଞଙ୍କ ମତରେ, ବର୍ଦ୍ଧିତ ଭୂରାଜନୈତିକ ବିପଦ ମୂଲ୍ୟବାନ ଧାତୁରେ ଦ୍ରୁତ ବୃଦ୍ଧି ଆଣିପାରେ। ଏହି ଚରମ ପରିସ୍ଥିତିରେ ବିଶ୍ୱ ସ୍ତରରେ ୬ ହଜାର ଡଲାର କିମ୍ବା ଘରୋଇ ସ୍ତରରେ ୨ ଲକ୍ଷ ଟଙ୍କା ସୁନା ବଢିବାର ଅନେକ ସମ୍ଭାବନା ରହିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ସୁନା ୨୦% ରୁ ଅଧିକ ବୃଦ୍ଧି ପାଇଛି, ଜାନୁଆରୀ ଶେଷ ଭାଗରେ ରେକର୍ଡ ଉଚ୍ଚତାରୁ ତୀବ୍ର ହ୍ରାସ ପରେ ପୁଣି ଥରେ ୫ ହଜାର ଡଲାର ପ୍ରତି ଆଉନ୍ସ ଉପରେ ସ୍ଥିର ହୋଇଛି।
Advertisment



Related Articles
Share Market Crash: ଇରାନ-ଆମେରିକା ଯୁଦ୍ଧ ପ୍ରଭାବ, ଖସିଲା ଭାରତୀୟ ସେୟାର ବଜାର
POSTED

Airstrike on Pakistan’s Nur Khan Airbase: ପାକିସ୍ତାନ ଉପରେ ବଡ଼ ହମଲା, ସାମରିକ ସ୍ଥାନଗୁଡ଼ିକୁ ଟାର୍ଗେଟ
POSTED

Modi Speaks to Netanyahu: ନେତାନ୍ୟାହୁଙ୍କ ସହ କଥା ହେଲେ ମୋଦି, ସାଧାରଣ ନାଗରିକଙ୍କ ସୁରକ୍ଷା ସବୁଠୁ ବଡ଼ ପ୍ରାଥମିକତା
POSTED

How To Protect Your Heart: ଅଚାନକ ହୁଏ ନାହିଁ ହାର୍ଟ ଆଟାକ୍! ଛୋଟ ଛୋଟ ଅଭ୍ୟାସ ଆପଣଙ୍କ ହୃଦୟକୁ ରକ୍ଷା କରିଦେବ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)