Advertisment

Gold And Silver Prices Today: ନୂଆବର୍ଷରେ ସୁନା, ରୁପା ଦରରେ ବଡ଼ ପରିବର୍ତ୍ତନ; ଗ୍ରାହକଙ୍କ ପାଇଁ ବଡ଼ ଖବର

ଯଦି ଆପଣ ସୁନାରେ ନିବେଶ କରିବା ବିଷୟରେ ଭାବୁଛନ୍ତି କିମ୍ବା ନିଜ ପାଇଁ ସୁନା ଅଳଙ୍କାର କିଣିବାକୁ ଚାହୁଁଛନ୍ତି, ତେବେ କିଣିବା ପୂର୍ବରୁ ଆପଣଙ୍କୁ ସମସ୍ତ ଜରୁରୀ ସୂଚନା ଜାଣିବା ଆବଶ୍ୟକ।

author-image
Chinmayee Sahoo
Gold And Silver Rate

Gold And Silver Rate Photograph: (OTV)

ଗ୍ରାହକଙ୍କ ମଧ୍ୟରେ ସୁନା କିଣିବା ପାଇଁ ସବୁବେଳେ ଆଗ୍ରହ ଥାଏ। କିନ୍ତୁ ସୁନା ଓ ରୁପା ଦର ସବୁବେଳେ ପରିବର୍ତ୍ତନଶୀଳ। ଲଗାତାର କିଛି ମାସ ଧରି ସୁନା ଦର ବୃଦ୍ଧି ହେଉଥିବା କାରଣରୁ ଚିନ୍ତାରେ ଗ୍ରାହକ। ଆଜି ନୂଆବର୍ଷରେ ମଧ୍ୟ ସୁନା ଓ ରୁପା ଦରରେ ପରିବର୍ତ୍ତନ ହୋଇଛି।

Advertisment

ଯଦି ଆପଣ ସୁନାରେ ନିବେଶ କରିବା ବିଷୟରେ ଭାବୁଛନ୍ତି କିମ୍ବା ନିଜ ପାଇଁ ସୁନା ଅଳଙ୍କାର କିଣିବାକୁ ଚାହୁଁଛନ୍ତି, ତେବେ କିଣିବା ପୂର୍ବରୁ ଆପଣଙ୍କୁ ସମସ୍ତ ଜରୁରୀ ସୂଚନା ଜାଣିବା ଆବଶ୍ୟକ। ଭାରତରେ ୨୪-କ୍ୟାରେଟ ଏବଂ ୨୨-କ୍ୟାରେଟ ସହ ୧୮ କ୍ୟାରେଟ୍ ସୁନା ମୂଲ୍ୟ ଯାଞ୍ଚ କରନ୍ତୁ।

ଜାଣନ୍ତୁ କେତେ ରହିଛି ସୁନା ଦର:-

ଗତ କାଲି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୩୪,୮୯୦ ଟଙ୍କା ଥିବା ବେଳେ ଆଜି ୧୭୦ ଟଙ୍କା ବଢି ୧,୩୫,୦୬୦ ଟଙ୍କା ହୋଇଛି। ସେହିପରି ଗତ କାଲି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୨୩,୬୫୦ ଟଙ୍କା ଥିବା ବେଳେ ଆଜି ୧୫୦ ଟଙ୍କା ବଢି ୧,୨୩,୮୦୦ ଟଙ୍କା ହୋଇଛି। ଗତ କାଲି ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୦୧,୧୭୦ ଟଙ୍କା ଥିବା ବେଳେ ଆଜି ୧୨୦ ଟଙ୍କା ବଢି ୧,୦୧,୨୯୦ ଟଙ୍କା ହୋଇଛି।

Advertisment

ଅନ୍ୟପଟେ ନୂଆବର୍ଷରେ ରୂପା ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଗତ କାଲି ଭୁବନେଶ୍ବରରେ ୧ କିଲୋଗ୍ରାମ୍ ପିଛା ୨,୫୭,୦୦୦ ଟଙ୍କା ଥିବା ବେଳେ ଆଜି ୧୦୦୦ ଟଙ୍କା କମ୍ ହୋଇ ୨,୫୬,୦୦୦ ଟଙ୍କା ହୋଇଛି। 

Gold Price Silver Price Gold Silver Price
Advertisment
Related Articles
Advertisment