Advertisment

Gold & Silver Turns Cheaper: ତଳ ମୁହାଁ ସୁନା ଓ ରୁପା ଦର, ଏବେ ହିଁ କିଣି ନିଅନ୍ତୁ

ତଳ ମୁହାଁ ସୁନା ଓ ରୁପା ଦର। ସୁନା ଓ ରୁପା ଉଭୟ ଶସ୍ତା ହେଉଛି। ଏମିତି କି ଖସିବାରେ ୧୨ ବର୍ଷର ରେକର୍ଡ ଭାଙ୍ଗିଛି ସୁନା, ରୁପା ଦର । ତେବେ ସୁନା, ରୁପା ଦାମ୍ ହ୍ରାସ ପଛରେ ଅନେକ କାରଣ ରହିଛି ।

author-image
Chinmayee Sahoo
Gold-Rate-Drop-Again

Gold-Rate-Drop-Again Photograph: (OTV)

ଦିନକୁ ଦିନ ସୁନା ଦର ଯେଉଁ ବଢିଥିଲା ସେଥିରେ ଲାଗିଛି କିଞ୍ଚିତ୍ ବ୍ରେକ୍ । ସୁନା କିଣିବାକୁ ଚାହୁଥିବା ବ୍ୟକ୍ତି ଏବେ ହିଁ ଘରକୁ କିଣିନିଅନ୍ତୁ ସୁନା ନଚେତ  ପୁଣି ବଢିଯିବ । ସୁନା ଦର କମିଯାଇଛି, ହୁ ହୁ ବଢୁଥିବା ଦାମ୍‌ରେ ଏବେ ଲାଗିଛି ବ୍ରେକ । ସୁନା ଯେର୍ଉଭଳି ରେଟରେ ବଢୁଥିଲା ତାକୁ ଦେଖି ଗ୍ରାହକଙ୍କ ଛନକା ପଶୁଥିଲା କିନ୍ତୁ ଏବେ ମିଳିଛି ଆଶ୍ସସ୍ତି କାରଣ  ତଳ ମୁହାଁ ହୋଇଛି ଉଭୟ ସୁନା ଏବଂ ରୂପା । 
କିଛି ଦିନ ତଳେ ୧୦ ଗ୍ରାମ ପିଛା ଦେଢ଼ ଲକ୍ଷ ଥିଲା, ଆଉ ଯେଉଁ ରୁପା କେଜି ପିଛା ୨ ଲକ୍ଷ ପାର୍ କରିଥିଲା ଏବେ ତାହା କମିଛି । ଏମିତି କି ଖସିବାରେ ୧୨ ବର୍ଷର ରେକର୍ଡ ଭାଙ୍ଗିଛି ସୁନା ରୁପା ଦର । ଧନତେରାସ ଏବଂ ଦୀପାବଳି ପୂର୍ବରୁ ଅର୍ଥାତ ଅକ୍ଟୋବର ୧୭ ବେଳକୁ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା ୧ ଲକ୍ଷ ୨୧ ହଜାର ୭୦୦ ଟଙ୍କା ଥିଲା ତାହା ଏବେ ୧ ଲକ୍ଷ ୧୫ ହଜାର ୧୫୦ ଟଙ୍କାରେ ପହଞ୍ଚିଛି । 
୭ ଦିନରେ ୭ ହଜାର ଟଙ୍କା ଶସ୍ତା ହୋଇଛି ସୁନା । ଅକ୍ଟୋବର ୨୨ ତାରିଖରେ ସୁନା ୪ ହଜାର ୩୦୦ ଟଙ୍କା ଖସିଛି । ଯାହା ଭାଙ୍ଗିଛି ୧୨ ବର୍ଷର ସବୁ ରେକର୍ଡ । ବିଶ୍ବ ବଜାରରେ ବି ଖସିଛି ସୁନା ଦର । ବୁଧବାର ବିଶ୍ବ ବଜାରରେ ସୁନା ୬.୩ ପ୍ରତିଶତ ଖସିବା ସହ ୨୦୦୩ ପରେ ସବୁଠୁ କମ୍ ଦର ଥିଲା । 
ସେହିପରି ରୁପା ଦାମ୍ ବି ହ୍ରାସ ପାଉଛି । ୧୭ ଅକ୍ଟୋବରରେ ରୁପା କେଜି ଥିଲା ୨ ଲକ୍ଷ ୩ ହଜାର ଟଙ୍କା । ସୁନା ଭଳି ଗ୍ରାହକଙ୍କ ମୁଣ୍ଡ ଘୁରାଇ ଦେଉଥିଲା ରୁପା ଭାଉ । ହେଲେ ଆଜି ୧ ଲକ୍ଷ ୭୦ ହଜାରକୁ ଖସି ଆସିଛି ଏହାର ଦାମ୍ । 
ସୁନା ଦାମ୍ ହ୍ରାସ ପଛରେ ଅନେକ କାରଣ ରହିଛି । ଯେପରିକି- ପ୍ରଫିଟ୍ ବୁକିଂ, ଆମେରିକା-ଭାରତ ଭିତରେ ସୁଧୁରୁଥିବା ସ୍ଥିତି, ଧନତେରାସ୍ଦୀପାବଳି ପରେ ଚାହିଦା କମିବା । ଅର୍ଥନୈତିକ ଅସ୍ଥିରତା ସମୟରେ ସୁନା ରୁପାକୁ ସୁରକ୍ଷିତ ନିବେଶ ବିକଳ୍ପ ଭାବି ଅଧିକ ନିବେଶ କରିଥାନ୍ତି ।  
ସୁନା ରୁପା ଦରରେ ଉଲ୍ଲେଖନୀୟ ହ୍ରାସ ଗ୍ରାହକଙ୍କୁ ଦେଇଛି ଆଶ୍ୱସ୍ତି । ତେଣୁ ଏବେ ହିଁ ପ୍ରକୃଷ୍ଟ ସମୟ ଏବେ ହିଁ କିଣିନିଅନ୍ତୁ ସୁନା । ବିଶେଷଜ୍ଞଙ୍କ ମତରେ ଅଳଙ୍କାର ସୁନା ଅପେକ୍ଷା ସୁନା ବିସ୍କୁଟ କିମ୍ବା କଏନ୍ କିଣନ୍ତୁ ଅଧିକ ଲାଭରେ ରହିବେ ।

Advertisment

ଅଧିକ ଦେଖନ୍ତୁ:

Gold Silver Price
Advertisment
Related Articles
Advertisment