Advertisment

Cyclone: ଆସୁଛି ବାତ୍ୟା ‘ମୋନ୍ଥା’; ଆଜିଠୁ ବଦଳିଯିବ ପାଗ, ଅତିପ୍ରବଳ ବର୍ଷା ହେବ

୨୭ ତାରିଖରେ ବାତ୍ୟା ହେବ। ବାତ୍ୟା କେଉଁଆଡ଼େ ମୁହାଁଇବ ସ୍ପଷ୍ଟ ହୋଇନି। ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ଆକଳନ କରାଯାଇନି। ଏହା ପ୍ରଭାବରେ ଓଡ଼ିଶାରେ ହେବ ଅତିପ୍ରବଳ ବର୍ଷା ହେବ।

author-image
Chinmayee Sahoo
CYCLONE

CYCLONE Photograph: (OTV)

ଆସୁଛି ବାତ୍ୟା  ‘ମୋନ୍ଥା’। ଆଜିଠୁ ବଦଳି ଯିବ ପାଗ । ଆଜି ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସହିତ ଶକ୍ତିଶାଳୀ ହୋଇ ଧିରେ ଧିରେ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଆଜି ମଧ୍ୟାହ୍ନ ସୁଦ୍ଧା ଏହା ଅବପାତର ରୂପ ନେଇ କାଲି ରାତିରେ ଗଭୀର ଅବପାତରେ ପରିଣତ ହେବ। 
୨୭ ତାରିଖ ସୋମବାର ସକାଳ ୮ଟା ବେଳକୁ ଏହା ବାତ୍ୟାର ରୂପ ନେଇ ସାରିଥିବ। ତେବେ ସମ୍ଭାବ୍ୟ ବାତ୍ୟା କେଉଁଆଡ଼େ ମୁହାଁଇବ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ବି ଆକଳନ କରାଯାଇନି। ଡିପ୍ରେସନ ପରେ ଆଜି ହିଁ ଏହା ସ୍ପଷ୍ଟ ହୋଇଯିବ। ଏପଟେ ବାତ୍ୟା ପ୍ରଭାବରେ ଓଡ଼ିଶାରେ ହେବ ଅତିପ୍ରବଳ ବର୍ଷା । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆନ୍ଧ୍ର ଉପରେ ବାତ୍ୟାର ପ୍ରଭାବ ଅଧିକ ରହିବ। କିନ୍ତୁ ଓଡ଼ିଶାରେ ପ୍ରଭାବରେ ପ୍ରବଳ ବର୍ଷା ହେବ। 
ଆଜିଠୁ ପାଗ ବଦଳୁ ଥିବା ବେଳେ ୨୭ରୁ ୨୯ ତାରିଖ, ତିନି ଦିନ ଯାଏଁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ କାଚିବ। ୨୭ରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆ ଯାଇଥିବା ବେଳେ ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିକୁ ବି ଦିଆ ଯାଇଛି ସମାନ ଚେତାବନୀ। 
ସେହିପରି ୨୮ରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ୨୯ରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକକୁ ବି ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଏହି ସମୟରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତର ଚେତାବନୀ ଦିଆଯାଇଛି। ଝଡ଼ତୋଫୋନ ସହ ଏହି ସମୟରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ମଧ୍ୟ ବହିବ। ୩୦ ତାରିଖରୁ ପାଗରେ ପରିବର୍ତ୍ତନ ଆସିବ। ସେପଟେ କାଲିଠୁ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

Advertisment

ଅଧିକ ଦେଖନ୍ତୁ:

Cyclone
Advertisment
Related Articles
Advertisment