Advertisment

Gold and Silver Price Hike: ପୁଣି ବଢିଲା ସୁନା ଦର, ରୁପା ବି ଉପରମୁହାଁ

ଲଗାତର ୨ ଦିନ କମିବା ପରେ ପୁଣି ଉପର ମୁହାଁ ହେଲା ସୁନା ଓ ରୁପା ଦର। ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମରେ ୨ ହଜାର ୮୯୦ ଟଙ୍କା ବଢିଛି। ରୁପା କେଜି ପିଛା ଦର ୫ ହଜାର ଟଙ୍କା ବଢିଛି।

author-image
Chinmayee Sahoo
Gold And Silver Rate

Gold And Silver Rate Photograph: (OTV)

ଲଗାତର ଦୁଇଦିନ କମିବା ପରେ ପୁଣି ଉପର ମୁହାଁ ହେଲା ସୁନା ଓ ରୁପା ଦର। ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମରେ ୨ ହଜାର ୮୯୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୧ ଲକ୍ଷ ୫୬ ହଜାର ୬ ଶହ ଟଙ୍କା ହୋଇଛି। 

Advertisment

୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମରେ ୨ ହଜାର ୬୫୦ ଟଙ୍କା ବଢିଛି। ୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନା ଦର ୧ ଲକ୍ଷ ୪୩ ହଜାର ୫୫୦ ଟଙ୍କା ରହିଛି। ଏପଟେ ରୁପା କେଜି ପିଛା ଦର ୫ ହଜାର ଟଙ୍କା ବଢି ୨ ଲକ୍ଷ ୮୫ ହଜାରରେ ପହଞ୍ଚିଛି।

Gold And Silver Prices Update Silver Price Increase Silver Prices Gold Prices Gold Price Increase gold rate hike
Advertisment
Related Articles
Advertisment