କୋରାପୁଟରେ ମିଳିବ ଗୋଆର ଅନୁଭବ। କ୍ରୁଜରେ ବସି ମଜା କରିବେ ପର୍ଯ୍ୟଟକ। ପର୍ଯ୍ୟଟନ ବଢିବ ଲାଭାନ୍ୱିତ ହେବ ଓଡ଼ିଶା। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ନେଇଛି ବଡ ନିଷ୍ପତ୍ତି ।
ବ୍ୟବସ୍ଥା ଏମିତି ଯେତେ ଛି.. ଛି.. କଲେ ବି ନିଅଣ୍ଟ ପଡ଼ିବ। ମହିଳାମାନେ ମୁଣ୍ଡରେ ଚାଉଳ ବ୍ୟାଗ୍ ଲଦି ଚାଲୁଛନ୍ତି ମାଇଲ୍ ମାଇଲ୍ ବାଟ। ମାଗଣା ଚାଉଳ ପାଇଁ ଖର୍ଚ୍ଚ କରୁଛନ୍ତି ୫୦୦ ଟଙ୍କା।
ଯୁବପିଢି କିପରି ଦୀର୍ଘ ସମୟ ହେଡଫୋନ୍ ଏବଂ ଇଅରଫୋନ୍ ବ୍ୟବହାରରୁ ବର୍ତ୍ତିବେ ସେଥିପାଇଁ ମନ୍ତ୍ରଣାଳୟ ସମସ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରିଛି। ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ଅତୁଲ ଗୋଏଲ ଏକ ଚିଠି ଯୋଗେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।
ବିଜ୍ଞାନ ପ୍ରଶ୍ନ ପତ୍ରରେ ତ୍ରୁଟି। ବିଜ୍ଞାନ-ସି ସେଟ୍ରେ ରହିଛି ୪ ମାର୍କ କମ୍। ମାଟ୍ରିକ ପରୀକ୍ଷାରେ ଏଭଳି କିଛି ବଡ଼ ତ୍ରୁଟି ଦେଖାଦେଇଛି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅବ୍ୟବସ୍ଥା ରୋକିବା ପାଇଁ କେତେକଣ ବ୍ୟବସ୍ଥା କରାଯାଇଥିଲା।
ଅଠରବାଙ୍କି ରେଲୱେ ଓଭରବ୍ରିଜ ନିକଟରେ କୋଇଲା ବୋଝେଇ ଟ୍ରେନଟି ଠିଆ ହୋଇଥିଲା। ଏହି ସମୟରେ ସଂପୃକ୍ତ ନାବାଳକ ଜଣଙ୍କ କୋଇଲା ବୋଝେଇ ଟ୍ରେନ ଉପରେ ଚଢ଼ିଯାଇଥିଲେ। ତେଣ୍ଟାରେ ଖେଞ୍ଚି କୋଇଲା କାଢୁଥିବା ବେଳେ ଏହି ସମୟରେ ସେ ହଠାତ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ।
ପରୀକ୍ଷାର୍ଥୀଙ୍କର ଯେମିତି କୌଣସି କ୍ଷତି ନ ହେବ ସେ ନେଇ ବିଚାର କରୁଛୁ ବୋଲି କହିଛନ୍ତି ବୋର୍ଡ ସଭାପତି । ପରୀକ୍ଷା ପରିଚାଳନା କମିଟି ଏନେଇ ତର୍ଜମା କରିବ ବୋଲି ବି ସେ ସୂଚନା ଦେଇଛନ୍ତି ।
ଏସିଡ୍ ମାଡ଼ ପରେ ଜଗବନ୍ଧୁ ଜୋରରେ ଚିତ୍କାର କରିଥିଲେ। ଜଗବନ୍ଧୁଙ୍କ ପାଟି ଶୁଣି ପରିବାର ଲୋକେ ଦୌଡ଼ି ଆସିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ଦହିପାଣିରେ ଡୁବିଥିବା ବରା ସାଙ୍ଗକୁ ଆଳୁଦମ, ପିଆଜ ଆଉ ସେଓ ଖାଇବାର ମଜା କିଛି ନିଆରା । କଟକ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ତରଫରୁ ଦହିବରା ଦିବସ ପାଳନ କରାଯାଇଛି । ଏହି ଅବସରରେ ଦହିବରା ଷ୍ଟଲ୍ ବୁଲି ଖାଇବାର ମଜା ନେଉଛନ୍ତି ସଭିଏଁ ।
ଫିଲିପାଇନ୍ସର ରାଜଧାନୀ ମାନିଲାର ମାନାଡାଲୁୟୋଙ୍ଗରେ ଏହି ଘୋଷଣା କରାଯାଇଛି। ସେଠାରେ ପ୍ରବଳ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ତେଣୁ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏହି ବିଚିତ୍ର ଘୋଷଣା କରାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଉଭୟ ଦିନ ଓ ରାତିରେ ତାପମାତ୍ରା ସ୍ୱାଭାବିକଠୁ ଅଧିକ ରହିବ । ଏବେ ପଶ୍ଚିମ ଓଡ଼ିଶାର ତାପମାତ୍ରା ୩୫ ଡିଗ୍ରୀ ପାର୍ କରିଛି ।
ରାସନ କାର୍ଡରୁ ବାଦ୍ ପଡ଼ିଥିବା ଆବେଦନକାରୀଙ୍କ ପାଇଁ ଖୁସି ଖବର। ଆବେଦନ କରିବାକୁ ମିଳିବ ପୁଣି ସୁଯୋଗ। ବାଦ୍ ପଡ଼ିଥିବା ଯୋଗ୍ୟ ପରିବାର ପାଇଁ ଆଜିଠୁ ଖୋଲିବ ପୋର୍ଟାଲ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ଚଳିତ ସପ୍ତାହରେ ହାଜର ଦେବାକୁ ଦୀପାଳି ଦାସ୍ ଓ ବିଶାଳ ଦାସଙ୍କୁ ନୋଟିସ୍ ଜାରି କରିଛି କ୍ରାଇମବ୍ରାଞ୍ଚ। ଚଳିତ ସପ୍ତାହରେ କୌଣସି ଦିନ ହାଜର ହେବାକୁ ନୋଟିସ୍ କରାଯାଇଛି। କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ କିଛି ଆପତ୍ତି ଥିଲେ ଉଭୟ ଜଣାଇପାରିବେ। ଉଭୟଙ୍କ ବୟାନ ମାମଲାକୁ ଦେଇପାରେ ନୂଆମୋଡ଼ ।
ବସ୍ରେ ୬୦ରୁ ଅଧିକ ତୀର୍ଥଯାତ୍ରୀଥିବା ଜଣାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍କୁ ଜବତ କରି ଘଟଣାର ତଦନ୍ତ କରୁଛି ।
ମହାଦୀପ ନେଇ ମନ୍ଦିର ଚୂଡାକୁ ଚଢ଼ିବା ବେଳେ ହଠାତ୍ ଖସି ପଡିଥିଲେ ସେବାୟତ। ମୁହଁ ମାଡ଼ି ତଳେ ପଡିଥିଲେ, ଆଉ ତାଙ୍କ ହାତରୁ ଛିଟିକି ପଡ଼ିଥିଲା ମହାଦୀପ। ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ବେଳେ ଘଟିଥିବା ଏହି ଘଟଣକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚ।
ଛି... ଛି... କଲା ସାରା ଦେଶ । ଲଜ୍ଜିତ କଲା ଚିତ୍ରକୋଣ୍ଡା । ଓଡ଼ିଶାର ନଇଁଲା ମୁଣ୍ଡ । ପ୍ରସବ କଲେ ୧୦ମ ଛାତ୍ରୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳ ଏକ ଆବାସିକ ବିଦ୍ୟାଳୟର ଛାତ୍ରୀ ପ୍ରସବ ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।
ପୁଣି ଥରେ ଖୋଲିପାରେ ବହୁ ଚର୍ଚ୍ଚିତ କୋଲକାତା ଆରଜି କର ଫାଇଲ୍। ଦିଲ୍ଲୀରେ ସିବିଆଇ ନିର୍ଦ୍ଦେଶକଙ୍କୁ ଭେଟିଲେ ଅଭୟାଙ୍କ ବାପାମାଆ।
୧୯୮୭ ମସିହା ମେ’ ମାସ ୧୭ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଭୁବନେଶ୍ୱରର ମ୍ୟୁନିସିପାଲଟି ଅତିଥି ଭବନରେ ଏହି ବିବାହ ହେଇଥିଲା। ଟିକି ଅପାଙ୍କ ନରମ ସ୍ୱଭାବ ଉତ୍ତମଙ୍କୁ ଆକୃଷ୍ଟ କରିଥିଲା
ଗତକାଲି ଓଲିଉଡର ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଛି। ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି।
ମେଦାନ୍ତରେ ଥିଲା ବେଳେ ବାରିପଦା ଆସିବେ ବୋଲି କହୁଥିଲେ। ମୟୂରଭଞ୍ଜ ମହୋତ୍ସବରେ ଯୋଗ ଦେବେ ବୋଲି ମଧ୍ୟ କହୁଥିଲେ। ବାରିପଦାବାସୀଙ୍କ କାନ୍ଧରେ ଶ୍ମଶାନ ଯିବେ ବୋଲି ତାଙ୍କର ଶେଷ ଇଚ୍ଛା ଥିଲା । ବାରିପଦାରେ ତାଙ୍କ ଶେଷ କୃତ୍ୟ ହେଉ ବୋଲି ତାଙ୍କର ଇଚ୍ଛା ଥିଲା। ଏହି ଦୁଃଖଦ...
ଆଜି ଦିନ ପ୍ରାୟ ୧୧ରୁ ସାଢ଼େ ୧୧ଟାରେ ଉତ୍ତମ ମହାନ୍ତିଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ। ଏହାପରେ ପାର୍ଥିବ ଶରୀରକୁ ତାଙ୍କର ବାସଭବନ ବରମୁଣ୍ଡାକୁ ନିଆଯିବ। ଏହାପରେ ସତ୍ୟ ନଗର ନିଆଯିବ। ସେଠାରେ ଗାର୍ଡ ଅଫ୍ ଅନର ଦିଆଯିବା ପରେ ଶେଷକୃତ୍ୟ ସଂପନ୍ନ କରାଯିବ। ଏହି ସୂଚନା ଦେଇଛନ୍ତି...