/odishatv-khabar/media/media_files/2025/10/23/puri-reels-2025-10-23-11-50-49.jpg)
PURI-REELS Photograph: (OTV)
ଟିକଟକ ପରେ ଯୁବସମାଜକୁ ଏବେ ଘାରିଛି ରିଲ୍ସ । ରିଲ୍ସ କର ,ତାକୁ ନେଇ ସୋସିଆଲ ମିଡ଼ିଆରେ ଅପଲୋଡ୍ କରିବା ନିଶାରେ ମାତିଛନ୍ତି ଯୁବସମାଜ । ଭାଇରାଲ ହେବାର ନିଶା ଏତେ ଘାରିଛି ଯେ, ଦିନ ବିତୁଛି ରିଲ୍ସରେ ଆଉ ସକାଳ ଆରମ୍ଭ ହେଉଛି ରିଲ୍ସ ଦୁନିଆରୁ । ଏମିତି ନିଶା ମାତିଛି ଯେ ନା ମାନୁଛନ୍ତି ରାସ୍ତାଘାଟ ନା ସ୍ଥାନ କାଳ ପାତ୍ର , କିଏ ଟ୍ରେନ ଲାଇନରେ ତ ଆଉ କିଏ ରିଲ୍ସ କରିବା ପାଇଁ ସମୁଦ୍ର ଭିତରକୁ ପଶିଯାଉଛନ୍ତି।
ଏପରି ସମାନ ଘଟଣା ଘଟିଯାଇଛି ପୁରୀ ସମୁଦ୍ରକୂଳରେ । ରିଲ୍ସ ନିଶାରେ ସମୁଦ୍ର ଭିତରକୁ ସ୍କୁଟି ନେଇ ଜଣେ ଯୁବକ ପଶିଯାଇଥିଲେ। ଏହି ସମୟରେ ସମୁଦ୍ରରେ ଲହଡ଼ି ମାଡ଼ି ଆସିଥିଲା। କିଛି ଅଘଟଣ ଘଟିବା ପୂର୍ବରୁ ସେଠାରେ ଉପସ୍ଥିତ ଥିବା ଲୋକେ ତୁରନ୍ତ ସେଠାରୁ ଟାଣି ଆଣିଥିଲେ। ଯୁବକଙ୍କ ସହ କିଛି ବଡ଼ ଅଘଟଣ ଘଟିବା ପୂର୍ବରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)