ବାହୁବଳୀ ରାଜାର କେଉଁଝର ଜିଲ୍ଲାର ବେଆଇନ ପଥର ଖାଦାନ। ଏହି ଖାଦାନରୁ ରାଜା ଲୁଟି ନେଇଛନ୍ତି କୋଟି କୋଟି ଟଙ୍କାର ପଥର। ଏତେ ପରିମାଣର ପଥର ଖୋଳିଛନ୍ତି ଯେ ଆଖିକୁ ସମୁଦ୍ର ଭଳି ଦେଖା ଯାଉଛି ଏ ଖାଦାନ ।
ଘଡ଼ିକୁ ଘଡ଼ି ବୁଡି ଯାଉଛି ଚେତା। ଘରର ଅବସ୍ଥା ଦେଖି ଫାଟି ଯାଉଛି ଛାତି। ଝିଅ ବାହାଘର କରିବାକୁ ଟଙ୍କା ସୁନା ଗହଣା ରଖିଥିଲେ। ସବୁ ଜଳି ଅଙ୍ଗାର ହୋଇଗଲା ।
ଆଜି ଘରେ ଘରେ ଜଳିବ ସୁଭଦ୍ରା ଦୀପ। କାଲି ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବ ଟଙ୍କା। ସିଏ ପୁଣି ଏକାଥରେ ଦଶ ହଜାର ଟଙ୍କା ।
ନିଜ କର୍ମୀଙ୍କ ଦ୍ବାରା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀ ଭାଙ୍ଗିଛି ବିଜେଡି! ନିଜ ଦୋଷକୁ ବିଜେପି ମୁଣ୍ଡରେ ଲଦିବାକୁ ଚାହିଁଛି ବିଜେଡି! ବିଜେପିକୁ ଜାଣିଶୁଣି ବିଜେଡି ବଦନାମ କରିବାକୁ ଚାହିଁଛି !
ସାଧୁଆପଲ୍ଲୀ ଗାଁର ଲୋକେ କୁଇ ଭାଷାରେ କଥାବାର୍ତ୍ତା କରନ୍ତି। ଏମାନେ ଆଦିବାସୀ ମାଳୁଆ କନ୍ଧ ଭାବରେ ପରିଚିତ। ଗ୍ରାମବାସୀଙ୍କ ମୁଖ୍ୟ ଅଭିଯୋଗ ହେଉଛି, ଆମେ ଆଦିବାସୀ ବୋଲି ଅପଚରା ହୋଇ ରହିଛୁ, ଆମକୁ କେହି ପଚାରୁନାହାନ୍ତି।
ସଶକ୍ତ ଓଡ଼ିଶା ଗଠନ ପାଇଁ ବହୁ ଲକ୍ଷପତି ଦିଦି ସୃଷ୍ଟି କରାଯିବ। ପ୍ରତି ଗାଁରେ ୫ ଜଣ ଲେଖାଏଁ ଲକ୍ଷପତି ଦିଦି ସୃଷ୍ଟି କରିବା ଲକ୍ଷ୍ୟ ରଖିଛୁ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଗୃହ ପ୍ରବେଶ କରିବା ପୂର୍ବରୁ ୨ଟି ଗୋମାତାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲ। ପରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଧର୍ମପତ୍ନୀ ସହ ଗୃହ ପ୍ରବେଶ କରିଥିଲେ। ଜେ.ବି ପଟ୍ଟନାୟକ ଓ ଗିରିଧର ଗମାଙ୍ଗ ପରେ ଏହି ସରକାରୀ ବାସଭବନ ଖାଲି ପଡ଼ିଥିଲା। ୨୬ବର୍ଷ ହେବ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଖାଲି ପଡ଼ିଥିଲା।
ବୋର୍ଡ ସଭାପତି କହିଛନ୍ତି, ମାର୍ଚ୍ଚ ୧୯ ତାରିଖରୁ ଖାତା ଦେଖା ଆରମ୍ଭ ହେବ। ମେ’ମାସ ପ୍ରଥମ ସପ୍ତାହରେ ମାଟ୍ରିକ ରେଜଲ୍ଟ ବାହାରିବ।
୧୨.୯ କିଲୋମିଟରର କେଦାରନାଥ ରୋପ୍ ୱେ ପ୍ରକଳ୍ପ ପାଇଁ ୪ ହଜାର ୮୧ କୋଟି ଟଙ୍କା ବ୍ୟୟ ଅଟ୍ଟକଳ ରଖାଯାଇଛି। ସେହିପରି ହେମକୁଣ୍ଡ ସାହିବ ରୋପ୍ ୱେ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ୨ ହଜାର ୭୩୦ କୋଟି ଟଙ୍କା। କେନ୍ଦ୍ର କ୍ୟାବିନେଟରେ ଏନେଇ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି...
ଆଜି ସକାଳେ ୨ ଜଣ ଛାତ୍ର ଏକ ବାଇକ୍ରେ ପରୀକ୍ଷା ଦେବାକୁ ଯାଉଥିଲେ। ଚନ୍ଦନପଡ଼ାରେ ନିକଟରେ ବିପରୀତ ଦିଗରୁ ଆସୁଥିବା ପିକଅପ୍ ଭ୍ୟାନ୍ ସହ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମାଲକାନଗିରି...
ପ୍ରଦୀପଙ୍କ କଟକ ସ୍ଥିତ ଅଫିସ, ଖୋର୍ଦ୍ଧା ଟାଙ୍ଗିରେ ପୈତୃକ ଘର, ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ମୈତ୍ରୀ ବିହାରର ଥିବା ଘର, ରଘୁନାଥପୁରରେ ଥିବା ଘର, ନୟାଗଡ଼ରେ ଥିବା ଫାର୍ମ ହାଉସ ସମେତ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି। ପୁରୀରେ ଥିବା ପ୍ରଦୀପଙ୍କ ସଂପର୍କୀୟ ଘରେ ମଧ୍ୟ ଚଢ଼ାଉ କରାଯାଇଛି।
ରାଜ୍ୟରେ ୩ ହଜାର ୧୩୩ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୨୨ ହଜାର ୩୩୬ ଛାତ୍ରଛାତ୍ରୀ। ପେପର୍ ଲିକ ରୋକିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ QR କୋଡ୍ ସହ ସ୍ପେଶାଲ୍ ନମ୍ବର ରହିଛି।
ମାର୍ଚ୍ଚ ୩୧ରେ ଆବେଦନ ଗ୍ରହଣ ବନ୍ଦ କରି ସୁଭଦ୍ରାରୁ ବଞ୍ଚିତ ହୋଇଥିବା ମହିଳାଙ୍କୁ ଖୋଜିବାକୁ ସର୍ଭେ କରିବେ ସରକାର। ଡୋର୍ ଟୁ ଡୋର୍ ବୁଲି ହିତାଧିକାରୀଙ୍କ ସର୍ଭେ କରାଯିବ। ପଞ୍ଚମ ପର୍ଯ୍ୟାୟ ପରେ ବି ରାକ୍ଷୀ ପୂର୍ଣ୍ଣିମାରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକା ବେଳେ ୩ଟି କିସ୍ତି
କିଛି ଗୁପ୍ତ ଫୁପ୍ତ ରଖାଯାଇ ନଥିଲା, ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ହୋଇଥିଲା। ମୋ ପୁଅ ବିବାହରେ ବିବାହ କାର୍ଡ ଛପା ଯାଇନଥିଲା କି ଏହି ବିବାହରେ କାହାକୁ ନିମନ୍ତ୍ରଣ କରାଯାଇ ନଥିଲା। ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ପାଇଁ ମୋ ପୁଅ କହିଥିଲା।...
ଏମିତି କୁଆଡ଼େ ବାରମ୍ବାର ନାଲି ଆଖି ଦେଖାଇ ଧମକ ଦେଉଥିଲା ସ୍ବାମୀ । ଶାଶୁଘର ଲୋକ ବି ଅକଥନୀୟ ନିର୍ଯାତନା ଦେଉଥିଲେ । ଦୁଃଖ ସହି ସହି ଆଖିର ଲୁହ ପିଇ କଟୁଥିଲା ତନୁସୂୟାଙ୍କ ଦିନ। ଆଉ ଏବେ ସେହି ତନୁସୂୟା ଶବ ପାଲଟିଯାଇଛନ୍ତି ।
ପୂର୍ବରୁ ବିଜେଡି ନେତା ଦିବ୍ୟଶଙ୍କର ମିଶ୍ର ମଧ୍ୟ ଦ୍ବିତୀୟ ବିବାହ କରି ବେଶ୍ ଚର୍ଚ୍ଚାରେ ରହିଥିଲେ । ସଫ୍ଟୱେର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ତିଙ୍କୁ ଗତ ଦୁଇ ବର୍ଷ ତଳେ ବିବାହ କରିଥିଲେ । ଦିବ୍ୟଶଙ୍କରଙ୍କ ବାହାଘର ବେଳର କିଛି ଫଟୋ ଓ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା ।...
ଉତ୍ତରପ୍ରଦେଶର ରାମପୁର ସ୍ଥିତ ଶୁମାଲି ଅଞ୍ଚଳ। ଏଠାକାର ତ୍ରିଲୋକି ସିଂହ ଦିବାକରଙ୍କ ଝିଅର ବାହାଘର ୬ ମାସ ପୂର୍ବେ ଶାହଜାହାଦ ନଗର ଥାନା ସ୍ଥିତ ଦୁଦାଇରେ ରହୁଥିବା ସୁଭାଷଙ୍କ ସହ ସ୍ଥିର ହୋଇଥିଲା। ଯୌତୁକ ବାବଦକୁ ୧୦ ଲକ୍ଷ ଟଙ୍କା ନଗଦ ଓ ଜିନିଷ ପତ୍ର ଦେବାକୁ କନିଆଁ...
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ଟ୍ରଂପ ପ୍ରଶାସନ କହିଛି। ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମୟରେ ୨୦୨୨ ମସିହାରୁ ଏପର୍ଯ୍ୟନ୍ତ ୟୁକ୍ରେନକୁ ୬୦ ବିଲିୟନ ଡଲାରରୁ ଅଧିକ ସହାୟତା ଦେଇଆସିଛି ଆମେରିକା।
ଆଜି ସକାଳ ପ୍ରାୟ ୮ଟା ସମୟରେ RMC ମାର୍କେଟ୍ରେ ଥିବା ବିସ୍କୁଟ ଗୋଦାମରେ ନିଆଁ ଲାଗିଯାଇଥିଲା। ପରେ ନିଆଁ ପ୍ଲାଷ୍ଟିକ ଗୋଦାମକୁ ବ୍ୟାପି ଯାଇଥିଲା। ୩ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ହେଲେ ପ୍ରବଳ ଧୁଆଁ ହେଉଥିବାରୁ ନିଆଁ ଲିଭାଇବା ପାଇଁ...
ଜଣେ ଏସଏସପି ରାଙ୍କର ଅଧିକାରୀ ମାମଲାର ତଦନ୍ତ କରି ୧୦ ମାର୍ଚ୍ଚ ସୁଦ୍ଧା ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି। ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଆଇନ ବିଭାଗର ରେଜିଷ୍ଟ୍ରାର ମଧ୍ୟ କିଟ୍ ବିଶ୍ୱବିଦ୍ୟାଳୟ ଯାଇ ଘଟଣାସ୍ଥଳରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।