Advertisment

Kashmiri Mogra Blooms: ଝାରସୁଗୁଡ଼ାରେ କାଶ୍ମୀର ଭଳି ତାପମାତ୍ରାର ଭ୍ରମ , ଫୁଟିଛି ମୂଲ୍ୟବାନ ମୋଗ୍ରା କେଶର

ଝାରସୁଗୁଡାରେ କାଶ୍ମୀର ଭଳି ତାପମାତ୍ରାର ଭ୍ରମ। ଫୁଟିଛି ମୂଲ୍ୟବାନ କାଶ୍ମରୀ ମୋଗ୍ରା କେଶର  । କଥାଟା ବିଶ୍ୱାସ ହେଉ ନଥିଲେ ବି ସତ । ମାଇନସ ଶୂନ ଡିଗ୍ରୀଠୁ ବି କମ୍ ତାପମାତ୍ରାରେ ହେଇଛି କେଶର ଚାଷ ।

author-image
Manas Ranjan Mohanty
KASMIR-KESHAR-IN-JSG

KASMIR-KESHAR-IN-JSG Photograph: (OTV)

ଝାରସୁଗୁଡାରେ କାଶ୍ମୀର ଭଳି ତାପମାତ୍ରାର ଭ୍ରମ। ଫୁଟିଛି ମୂଲ୍ୟବାନ କାଶ୍ମରୀ ମୋଗ୍ରା କେଶର  । କଥାଟା ବିଶ୍ୱାସ ହେଉ ନଥିଲେ ବି ସତ । ମାଇନସ ଶୂନ ଡିଗ୍ରୀଠୁ ବି କମ୍ ତାପମାତ୍ରାରେ ହେଇଛି କେଶର ଚାଷ । ଏ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ସ୍ଥାନୀୟ ମଙ୍ଗଳ ବଜାର ସଉରାଗୀ କଲୋନୀର ଦୃଢ଼ମନା ସୁଜାତା ଅଗ୍ରୱାଲ l

Advertisment

ସୁଜାତା କିନ୍ତୁ ତାଙ୍କ ୨ ମହଲା ଘରକୁ ଏମିତି ଥଣ୍ଡା ପରିବେଶ ସୃଷ୍ଟି କରିଛନ୍ତି ଯେଉଁଥିରେ ଫୁଟିଛି ଶହଶହ ମୋଗ୍ରା କେଶର ଫୁଲ l ଆଗେ ଶହେ ବର୍ଗ ଫୁଟରେ ଏୟାର କଣ୍ଡିସନର ଲଗାଇ ଚାଷ କରିଥିଲେ, ହେଲେ ଏବର୍ଷ ୨ଟି କୋଠରୀରେ ୩ଶହ ୫୦ ବର୍ଗ ଫୁଟ୍ ଘରେ କରିଛନ୍ତି ଚାଷ। ଯେଉଁଥିରୁ ତାଙ୍କୁ ମିଳିବ ଲକ୍ଷାଧିକ ଟଙ୍କା।....

2021 ମସିହାରୁ ସୁଜାତା ହାଇଡ୍ରୋଫୋନିକ ଏବଂ ମାଇକ୍ରୋଗ୍ରୀନ୍ ଚାଷ ଆରମ୍ଭ କରିଥିଲେ l ତେବେ ନୂଆ କିଛି ଚାଷ କରିବାର ଝୁଙ୍କ ରଖି ଇଣ୍ଟରନେଟ୍ ମାଧ୍ୟମରେ କେଶର ଚାଷ ବିଷୟରେ ଜାଣିବାକୁ ପାଇଲେ l ଯେହେତୁ ଏହାର ଚାହିଦା ଢେର ଅଧିକ, ସେକଥା ଜାଣି ଗତ ଜୁଲାଇ ମାସରେ ବିଷମ ପରିବେଶକୁ ଚାଷ ଉପଯୋଗୀ କରି ଉନ୍ନତ ମାନର ବିହନ ମଗାଇବା ସହ ଉପଯୁକ୍ତ ମାଟିର ବ୍ୟବସ୍ଥା, ତାପମାତ୍ରା ନିୟନ୍ତ୍ରଣ, ଓ ସେଲଫ୍ ସହ ସମସ୍ତ ଉପଯୁକ୍ତ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ସଫଳ ହୋଇଛନ୍ତି। ଏଥିରେ ଅବଶ୍ୟ ତାଙ୍କୁ ସ୍ୱାମୀ ଓ ଦୁଇ ଝିଅଙ୍କ ସହଯୋଗ ମିଳିଛି। ଆବଶ୍ୟକ ଟ୍ରେନିଂ ନେବା ପରେ ଜୁଲାଇ ମାସରେ ଆରମ୍ଭ କରିଥିବା ଚାଷ ଏବେ ଲାଭ ଦେବା ଅବସ୍ଥାରେ। ସୁଜାତଙ୍କ ସୂଚନା ଅନୁସାରେ ଚାଷ ପାଇଁ ସାଢ଼େ ୮ଲକ୍ଷ ଟଙ୍କା ଖଚ୍ଚ ହୋଇଥିବାବେଳେ ପ୍ରାୟ ୨୪ଲକ୍ଷ ଟଙ୍କା ଆୟ ହେବ ବୋଲି ଆଶା ରଖିଛନ୍ତି। ଉଭୟ ଅଫ ଲାଇନ ଓ ଅନଲାଇନରେ ସୁଜାତା କେଶରକୁ ବିକ୍ରି କରିବେ l 

 ଓଡ଼ିଶା ଭଳି ଏକ ପରିବେଶ ଅନୁପଯୋଗୀ ରାଜ୍ୟରେ କେଶର ଉତ୍ପାଦନ କରି ସୁଜାତା କେବଳ ଯେ ଲାଭବାନ ହେବେ ତା ନୁହେଁ ଅନ୍ୟମାନଙ୍କ ପାଇଁ ସାଜିବେ ପ୍ରେରଣାର ଉତ୍ସ।

Advertisment
Advertisment