/odishatv-khabar/media/media_files/2025/11/02/sakshigopal-2025-11-02-21-38-31.jpeg)
Sakshigopal Photograph: (OTV)
କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ତିଥି l ପବିତ୍ର ବଡ଼ ଏକାଦଶୀ ତଥା ଦେବୋପତଥାନ ଏକାଦଶୀ l ଏହି ପବିତ୍ର ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ଠାକୁର ଶ୍ରୀ ଶ୍ରୀ ଗୋପାଳ ଜୀଉ ଓ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କର ମନୋରମ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଥିଲା l ଠାକୁରଙ୍କର ଏହି ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନ ନିମନ୍ତେ ଆଜି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା l ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଧାଡିରେ ଯାଇ ମନ୍ଦିରରେ ପ୍ରବେଶ କରିଥିଲେ l
ସାକ୍ଷୀଗୋପାଳ ଠାକୁର ଉତ୍ତର ଭାରତରୁ ଆସିଥିବାରୁ ବର୍ଷ ସାରା ସାକ୍ଷୀଗୋପାଳ ମନ୍ଦିରରେ ଗହମରୁ ପ୍ରସ୍ତୁତ ସାମଗ୍ରୀରେ ଭୋଗ ନୈବେଦ୍ୟ ଅର୍ପଣ କରାଯାଇଥାଏ l ବର୍ଷକରେ ଆଜି ଗୋଟିଏ ଦିନ ନିମନ୍ତେ ସ୍ଥାନୀୟ ଅଞ୍ଚଳର ମୁଖ୍ୟ ଫସଲ ଧାନରୁ ପ୍ରସ୍ତୁତ ଚୁଡାରେ ପ୍ରସ୍ତୁତ ଚୁଡାଘସା ପ୍ରସ୍ତୁତ କରାଯାଇ ଠାକୁରଙ୍କୁ ଭୋଗ ନୈବେଦ୍ୟ ଅର୍ପଣ କରାଯାଇଥିଲା l ସ୍ଥାନୀୟ ଭକ୍ତ ମାନେ ମନ୍ଦିର ବେଢାରେ ଗୁଣ୍ଡ ଚୁଡାରେ ଚିନି କିମ୍ବା ଗୁଡ଼ ସହିତ ଅଳେଇଚ, ଦେଶୀ କମଳା, ଗୋଲ ମରିଚ, ନଡ଼ିଆ ଲବଙ୍ଗ, ଛେନା ଓ କର୍ପୁର ଆଦି ମିଶ୍ରଣ କରି ସ୍ୱାଦିଷ୍ଟ, ସୁମିଷ୍ଟ ଓ ସୁବାସିତ ଚୁଡାଘସା ପ୍ରସ୍ତୁତ କରି ଠାକୁରଙ୍କୁ ଭୋଗ ନୈବେଦ୍ୟ ଅର୍ପଣ କରିଥିଲେ l ଚୁଡାଘସା ମହକରେ ମନ୍ଦିର ପରିସର ମହକି ଉଠିଥିଲା l ଶହଶହ ସଂକୀର୍ତ୍ତନ ମଣ୍ଡଳୀ ମନ୍ଦିର ବେଢା ଓ ବେଢା ବାହାରେ ହରିନାମ ଗାୟନ କରିବା ସହିତ ସଂକୀର୍ତ୍ତନ ପରିବେଷଣ କରିଥିଲେ l ହରିନାମ ସଂକୀର୍ତ୍ତନରେ ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିଵଶ ସୃଷ୍ଟି ହୋଇଥିଲା ।
ଗତକାଲି ରାତ୍ର ୨ ଟାରୁ ମନ୍ଦିର ଦ୍ଵାର ଉନ୍ମୋଚନ, ମଙ୍ଗଳ ଆଳତି, ଵେଶ ମଇଲମ, ମର୍ଦ୍ଦନ, ଅବକାଶ, ଲକ୍ଷ୍ମୀ ନାରାୟଣ ଵେଶ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ଵଲ୍ଲଭ, ସକାଳ ଧୂପ, ଵାଳଧୁପ ଓ ଆଳତି ଦେଵନୀତି ପରେ ସକାଳ ୬ ଟାରୁ ସାହଣମେଲା ଦର୍ଶନ ଆରମ୍ଭ ହୋଇଥିଲା l ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ୩ ଦିନ ବ୍ୟାପି ଆୟୋଜିତ ମୁକ୍ତାକାଶ ରଙ୍ଗମଞ୍ଚରେ ୩ ଦିନ ବ୍ୟାପି ଆୟୋଜିତ ଶ୍ରୀ ରାଧା ଉତ୍ସବ ରେ ପଲ୍ଲିଶ୍ରୀ ମେଳା ପ୍ରଦର୍ଶନୀ ସହିତ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରେ ଉଦଯାପିତ ହୋଇଥିଲା । ମେଳାରେ ଲକ୍ଷ୍ମୀପୂଜା ମାଣପେଡି, ଖଟୁଲି, ପିଢା, କଟୁରୀ, ଦା,ପନିକି, କୋରଣା, ମାଣ, ଭୋଗେଇ,ଵେତା, ଵାଉଁଶିଆ, ଟୋକେଇ ଆଦି ଆଦି ଵିଭିନ୍ନ ଘରକରଣା ସାମଗ୍ରୀର ଅସ୍ଥାୟୀ ଦୋକାନ, ଓରମାସ ମେଳା ରେ ବେଶ ଭଲ କାରବାର ହୋଇଥିଲା ।
ବଡ଼ ସିଂହାର ବେଶ ପରେ ଠାକୁର ଉଠିଥିଲେ l ରୁପା ଟାବେରାରେ ବିରାଜମାନ କରିଥିଲେ l ନୂତନ ପାଟବସ୍ତ୍ର ପରିଧାନ କରିଥିଲେ l ଆଳତି, ଉପଚାର ଓ କୋରା ଭୋଗ ଅନୁଷ୍ଠିତ ହୋଇଥିଲା l ପରେ ପୁଷ୍ପାଞ୍ଜଳି ଓ ପହୁଡ଼ ଅନୁଷ୍ଠିତ ହୋଇଥିଲା l
Real love Beyond luxury: ଦାମୀ କାର ନାହିଁ କି ମୋଟା ଅଙ୍କର ଦରମା, ଅଛି କେବଳ ଭଲ ପାଇବା....ଭାଇରାଲ ହେଉଛି ଏହି ଭିଡିଓ

Rape and Murder Case: ମୃତ୍ୟୁ ପର୍ଯ୍ୟନ୍ତ ଫାଶୀ ଖୁଣ୍ଟରେ ଝୁଲାଯିବା ଉଚିତ... ଦୁଷ୍କର୍ମ ଓ ହତ୍ୟା ଦଣ୍ଡ ଶୁଣାଇବା ବେଳେ ଏମିତି କହିଲେ ଜଜ୍

Internet Shocked: ଭାଇରାଲ ହେଉଛନ୍ତି ଓଭର ବ୍ରିଜ୍ ବାବା , ନଦେଖିଲେ ବିଶ୍ବାସ କରିପାରିବେନି

Spiritual Fervour Grips Puri: ପଞ୍ଚକର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ପ୍ରବଳ ଗହଳି, ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)