Advertisment

Mother Performs Danda Pranam: ମା’ର ଆକୁଳ ଚିତ୍କାରରେ ଥରୁଥିଲା ରତ୍ନସିଂହାସନ ! କାନି ପତାଇ ଭିକ ମାଗିଲା ମାଆଟିଏ

କାନି ପତାଇ ଭିକ ମାଗୁଛି ମା’ । ଅଧିଆ ପଡ଼ି ବଡ଼ଦାଣ୍ଡରେ ଗଡ଼ିଯାଉଛି । ନିଜକୁ କଷ୍ଟ ଦେଉଛି, ଦଣ୍ଡ ପ୍ରଣାମ କରି କରି ପୁଅ ପାଇଁ ଆୟୂଷ ମାଗୁଛି । ଗତ କାଲି ଆପଣ ଗୋଟିଏ ବାପାର ଦୁଃଖର ଲୁହ ପରେ ସୁଖର ହସ ଦେଖିଥିଲେ, ଆଉ ଆଜି ଏ ମା’ ସହ ଘଟିଛି ଠିକ୍ ସେହିପରି ।

author-image
Manas Ranjan Mohanty
Jagannath-Devotee

Jagannath-Devotee Photograph: (OTV)

କାନି ପତାଇ ଭିକ ମାଗୁଛି ମା’ । ଅଧିଆ ପଡ଼ି ବଡ଼ଦାଣ୍ଡରେ ଗଡ଼ିଯାଉଛି । ନିଜକୁ କଷ୍ଟ ଦେଉଛି, ଦଣ୍ଡ ପ୍ରଣାମ କରି କରି ପୁଅ ପାଇଁ ଆୟୂଷ ମାଗୁଛି । ଗତ କାଲି ଆପଣ ଗୋଟିଏ ବାପାର ଦୁଃଖର ଲୁହ ପରେ ସୁଖର ହସ ଦେଖିଥିଲେ, ଆଉ ଆଜି ଏ ମା’ ସହ ଘଟିଛି ଠିକ୍ ସେହିପରି । ଆଖିରେ ଲୁହ ଅୁଛି, ତଥାପି ସେ ବହୁତ ଖୁସି । ଜୟ ଜଗନ୍ନାଥ ଡାକି ସବୁ କଷ୍ଟକୁ ସହିଯାଉଛି । କାରଣ, କୋଳ ଖାଲି ହେବା ଆଗରୁ କୂଳ ଉଦ୍ଧାର କରିଦେଇଛି କାଳିଆ ସାଆଁନ୍ତ । ହସ୍ପିଟାଲ ବେଡରେ ଛଟପଟ ହେଉଥିବା ପୁଅ ଆଜି ସୁସ୍ଥ ହୋଇ ଶ୍ରୀମନ୍ଦିରକୁ ଆସିଛି । ଆଉ ଏ ଜନ୍ମକଲା ମା’ଟା ପୁଅ ପାଇଁ କରିଥିବା ମାନସିକକୁ ପୂରଣ କରୁଛି । 

Advertisment



ଏ ମା’ର ନାଁ ଗାୟତ୍ରୀ ବେହେରା । ଘର ଯାଜପୁର । ଏଇ ଗୋଟିଏ ବୋଲି ପୁଅ ତାଙ୍କରି ସାହାରା । ବାରମ୍ବାର ପୁଅ ନିମୋମୁନିଆ ରୋଗରେ ପୀଡିତ ହେଉ ଏମ୍ସରେ ଚିକିତ୍ସିତ ହେଉଥିଲା । ଅବସ୍ଥା ବି ସଙ୍କଟାପନ୍ନ ଥିଲା । ହେଲେ ମହାପ୍ରଭୁଙ୍କୁ ପରିବାରର ପ୍ରାର୍ଥନା ପରେ ତାଙ୍କ କରୁଣାରୁ ସେ ଆଜି ସୁସ୍ଥ । ତେଣୁ ଏ ମା’ଟି ପରିବାର ସହ ଶ୍ରୀମନ୍ଦିର ଆସିଛି । ଗୂଣ୍ଡିଚା ମନ୍ଦିର ପାଖରୁ ଦଣ୍ଡ ପ୍ରଣାମ କରି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରି ପୁଅର ଦୀର୍ଘାୟୁ କାମନା କରିଛି ।

ସେ ଭକ୍ତର ଠାକୁର, ସେ ଭାବର ଠାକୁର । ତା’କୁ ଯିଏ ଥରେ ହୃଦୟରୁ ଡାକିଛି ସେ ତା’ ସବୁ ଦୁଃଖକୁ ଦୂର କରିଛି । ଖାଲି ଏ ମା’ କାହିଁକି ଆଗରୁ ଏମିତି ଅନେକ କାହାଣୀ ଶ୍ରୀମନ୍ଦିର ଦେଖିଛି । ଏ ସିଂହଦୂଆର ସାକ୍ଷୀ ରହିଛି । ଆଉ ଏ ବଡ଼ ଦାଣ୍ଡ ତା’ ଧୂଳିରେ ସେ ଭକ୍ତର ସବୁ ଦୁଃଖକୁ ନଷ୍ଟ କରିଦେଇଛି । 

Advertisment
Related Articles
Advertisment