Advertisment

Google Maps Misguides: ଗୁଗୁଲ ମ୍ୟାପ୍ ଭରସାରେ ଯାଉଥିଲେ ହୁସିଆର !

ପୁଳା ପୁଳା କୋବି... ଯିଏ ଯେତେ ପାରିଲା ସେତେ ବୋହିଲା । ବସ୍ତା ବସ୍ତା କରି ମୁଣ୍ଡାଇ ନେଲେ ଲୋକେ । ଗୁଗୁଲ ମ୍ୟାପ୍‌ ଦେଖି ଯାଉଥିବା ବେଳେ ଘାଟିରେ ଓଲଟିଲା ବନ୍ଧାକୋବି ବୋଝେଇ ଟ୍ରକ ।

author-image
Manas Ranjan Mohanty
GOOGLE-MAP-BALIGUDA

GOOGLE-MAP-BALIGUDA Photograph: (OTV)

ଗୁଗୁଲ ମ୍ୟାପ୍ ଭରସାରେ ଯାଉଥିଲେ ହୁସିଆର ! ଗନ୍ତବ୍ୟସ୍ଥଳରେ ପହଞ୍ଚିବା ବଦଳରେ ବଡ଼ ସମସ୍ୟାରେ ପଡିପାରନ୍ତି ଆପଣ । ଏଇ ଯେମିତି ଗୁଗୁଲ୍ ମ୍ୟାପ୍‌ରେ ବାଟବଣା ହୋଇ ଘାଟି ତଳକୁ ଖସିପଡିଛି କୋବି ବୋଝେଇ ଟ୍ରକ ।

Advertisment

ପୁଳା ପୁଳା କୋବି... ଯିଏ ଯେତେ ପାରିଲା ସେତେ ବୋହିଲା । ବସ୍ତା ବସ୍ତା କରି ମୁଣ୍ଡାଇ ନେଲେ ଲୋକେ । ଗୁଗୁଲ ମ୍ୟାପ୍‌ ଦେଖି ଯାଉଥିବା ବେଳେ ଘାଟିରେ ଓଲଟିଲା ବନ୍ଧାକୋବି ବୋଝେଇ ଟ୍ରକ । 

ମଧ୍ୟପ୍ରଦେଶରୁ ଆସୁଥିଲା କୋବି ବୋଝେଇ ଟ୍ରକ । ଦାରିଙ୍ଗବାଡ଼ି ଦେଇ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିଲା । ଗୁଗୁଲ ମ୍ୟାପ ଦେଖି ଗାଜଲବାଡ଼ି ଘାଟି ରାସ୍ତାରେ ଗାଡି ଚଲାଉଥିଲେ ଡ୍ରାଇଭର । ହେଲେ ହଠାତ୍ ଘାଟି ରାସ୍ତାରେ କଟିଗଲା ନେଟୱାର୍କ । ଆଉ କାମ କରିନଥିଲା ଗୁଗୁଲ ମ୍ୟାପ୍ । ଫଳରେ ଡ୍ରାଇଭର ବାଟ ଜାଣି ପାରିନଥିଲେ । ଆଉ ଦେଖୁ ଦେଖୁ ଅନ୍ଧାର ରାତିରେ ଘାଟି ତଳକୁ ଖସିପଡିଥିଲା କୋବି ବୋଝେଇ ଟ୍ରକ । 

Advertisment



ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ସହ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ଆହତମାନଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ହସ୍ପିଟାଲରେ ଭର୍ତ୍ତି କରିଥିଲା । ପରେ ସମସ୍ତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ରାତିରେ ଦୁର୍ଘଟଣା ପରେ ଆଜି ସକାଳେ ଘାଟି ରାସ୍ତାରେ ଏଣେତେଣେ ହୋଇ ପଡ଼ିଥିବା ବନ୍ଧା କୋବିକୁ ଯିଏ ଯେମିତି ପାଇଲା ବ୍ୟାଗ, ବସ୍ତାରେ ପୂରେଇ ଘରକୁ ନେଇ ପଳେଇ ଯାଉଥିବାର ଦେଖିବାକୁ ମିଳିଛି ।

କୌଣସି ଅଜଣା ସ୍ଥାନକୁ ଯାଉଥିଲେ ବାଟ ଜାଣିବା ପାଇଁ ଗୁଗୁଲ ମ୍ୟାପ୍‌ର ସହାୟତା ନେଉ । ହେଲେ ଏହା ଏତେ ବିପଦଜନକ ବି ହୋଇପାରେ । ଗୁଗୁଲ ମ୍ୟାପ୍‌ରେ ବାଟବଣା ହେବାର ଏ ଘଟଣା କିଛି ନୂଆ ନୁହେଁ । କିଛି ଦିନ ତଳେ ଗୁଗୁଲ ମ୍ୟାପ୍‌ରେ ବାଟବଣା ହୋଇ ୫ ଜଣ ସାଙ୍ଗ ସପ୍ତଶଯ୍ୟା ଘଞ୍ଚ ଜଙ୍ଗଲରେ ଫସି ଯାଇଥିଲେ । ସେହିପରି ଫ୍ରାନ୍ସର ଜଣେ ପର୍ଯ୍ୟଟକ ବାଟହୁଡି ବାଲେଶ୍ୱର ସୋରରେ ପହଞ୍ଚିଥିଲେ । ତେଣୁ ଗୁଗୁଲ୍ ମ୍ୟାପ୍ ଭରସାରେ ଯାଉଥିଲେ ହୁସିଆର !

Advertisment