/odishatv-khabar/media/media_files/uploadimage/library/16_9/16_9_0/Horoscope_1692329039-674509.jpg)
ମେଷ-
ଅଶ୍ୱନୀ- ନିକଟ ସମ୍ପର୍କୀୟଙ୍କ ଠାରୁ ସାହାଯ୍ୟ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାର୍ୟ୍ୟ ପାଇବେ । ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ଆଗକୁ ବଢିବାର ସୁଯୋଗ ମିଳିବ ତେଣୁ ନିଷ୍ଠାପର ଭାବରେ ପ୍ରୟାସ ଜାରି ରଖିବ ।
ଦ୍ୱିଜା- ପ୍ରଶାସନିକ କ୍ଷେତ୍ରରେ ସାହାଯ୍ୟ ପାଇବେ । ଆର୍ଥିକ ସହୟତା ପାଇ ଅଫିସରେ କାମ କରିନେବେ । ଆଜି କିଛି ଭଲ ଖବର ମିଳିବ ଯାହାକୁ ନେଇ ପୁରା ଦିନ ମନ ପ୍ରସନ୍ନ ରହିବ
କୃତିକା- ସମାଜ ସେବା କରିବାରେ ମନଭାବ ପୋଷଣ କରିବେ । ଗୃହ ନିର୍ମାଣ ବା ଯାନବାହ. ଭୂମି କ୍ରୟ କରି ପାରିବେ । ମହିଳା ମାନେ ସୁସ୍ୱାଦ ଭୋଜନ କରିବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - କୈାଣସି ଛୋଟା ଲୋକଙ୍କୁ କିଛି ସାହାର୍ୟ୍ୟ କରନ୍ତୁ
ବୃଷ-
କୃତିକା- କାମ ଚାପରେ ବ୍ୟସ୍ତତା ବଢ଼ିଯାଇପାରେ। ପଦୋନ୍ନତି କେତେକାଂଶରେ ମାନସିକ ସ୍ଥିତିକୁ ସନ୍ତୁଳିତ କରି ରଖିବାରେ ସାହାଯ୍ୟ କରିବ। ନୂତନ ସ୍ଥାନରେ କୌଣସି ବ୍ୟକ୍ତି ପରିସ୍ଥିତିକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରିପାରନ୍ତି।
ରୋହିଣୀ- ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ। ବିଦ୍ୟାର୍ଥୀ ମାନେ ଶିକ୍ଷାରେ ସଫଳତା ଲାଭ କରିବେ । ପରିବାରର ଅଭିଯୋଗ ପ୍ରତି ଧ୍ୟାନ ନ ଦେବା ମନାନ୍ତର ବୃଦ୍ଧି କରିପାରେ।
ମୃଗଶିରା- ଆପଣଙ୍କ ସ୍ୱଭାବ ଟିକେ କୋମଳ କରନ୍ତୁ । ଜମିବାଡିକୁ ନେଇ ପରିବାରରେ ସାମୟିକ ଅଶାନ୍ତି ଦେଖାଦେବ । ସାହାଯ୍ୟ ସହଯୋଗ ପାଇ ଆଧ୍ୟାତ୍ମିକ ଓ ବୈାଦ୍ଧିକ କ୍ଷମତା ପ୍ରାପ୍ତ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
ମୃଗଶିରା- ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟୀ ମାନେ ଆଜି ବ୍ୟବସାୟରେ ଲାଭାଂଶ କମାଇବେ । ବ୍ୟକ୍ତି ଗତ ଜୀବନରେ ଅନ୍ୟ ବ୍ୟକ୍ତି ହସ୍ତକ୍ଷେପ ଦ୍ୱାରା ଆପଣ ବିରକ୍ତ ହୋଇପାରନ୍ତି ।
ଆଦ୍ରା- ଅଫିସ୍ କାମ କରିବା ବେଳେ ମନକୁ ବିଭିନ୍ନ ପ୍ରକାର ଯୋଜନା ଆସିବ । ସାମାଜିକ ସ୍ଥିତି ବଜାୟ ରହିବ । ରାଜନୀତିଜ୍ଞ ମାନେ ଉଭୟ ସଂଗଠନ ଓ ଶାସନ କ୍ଷେତ୍ରରେ ସ୍ଥିତି ସାମାନ୍ୟ ଉନ୍ନତ ହେବ । ପରୀକ୍ଷାରେ ପ୍ରତିଯୋଗିତାରେ କୃତକାର୍ୟ୍ୟ ହେବେ ।
ପୁନର୍ବସୁ- ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ । ମାଲିକମକଦ୍ଦମାରେ ଓକିଲଙ୍କ ସାହାର୍ୟ୍ୟ ପାଇବେ । ବିଦ୍ୟାର୍ଥୀ ମାନେ ଗୁରୁଜନ ମାନଙ୍କ ଆଜ୍ଞା ପାଳନ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବଗଳାମୁଖିଙ୍କର ପୂଜା ପାଠ କରନ୍ତୁ
କର୍କଟ-
ପୁନର୍ବସୁ- ମାନସିକ ଶାନ୍ତି ପାଇବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ବ୍ୟବସାୟରେ ସଫଳତା ପାଇବା ପାଇଁ ସାମାନ୍ୟ ପରିଶ୍ରମ କରିବାକୁ ପଡିବ ।
ପୁଷ୍ୟା- ସହକର୍ମୀଙ୍କ ସହଯୋଗ ପାଇ କାମ ହାସଲ କରିବେ। ସଂଗଠନ, ରାଜନୀତି କିମ୍ବା ପ୍ରଶାସନିକ ସ୍ତରରେ ବିବାଦୀୟ ପରିସ୍ଥିତିର ସାମ୍ନା କରିବେ।
ଅଶ୍ଲେଷା- ଅଦାଲତରେ ଜୟଯୁକ୍ତ ହେବେ । ରାଜନେତା ନୂଆ କାର୍ୟ୍ୟ ଭାର ଗ୍ରହଣ କରିବେ । ସମ୍ପତି ବଢାଇବାର ଯୋଜନା ସଫଳ ହେବ । ସାମ୍ବାଦିକତା ତଥା ଦୂର ବ୍ୟବସାୟର ସମ୍ପ୍ରସାରଣ ଘଟିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୂବନେଶୂରୀଙ୍କ ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
ସିଂହ-
ମଘା- କୈାଣସି ରୋଗରେ ସାମାନ୍ୟ କଷ୍ଟ ପାଇ ପାରନ୍ତି । ଯୋଗାଯୋଗ ଅଭାବ ହେତୁ ସମ୍ପର୍କୀୟଙ୍କ ମଧ୍ୟରେ ଦୂରତା ରହିପାରେ । ବ୍ୟବସାୟ ସମ୍ବନ୍ଧରେ ବଡ ଚୁକ୍ତି ହୋଇପାରେ । ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ ହେବ ।
ପୂ,ଫାଲଗୁନି- ସମ୍ପର୍କୀୟ ମାନଙ୍କର ସାହାର୍ଯ୍ୟ ପାଇବା କାରଣରୁ ଆର୍ଥିକ ଉନ୍ନତି ପାଇପାରିବେ । ରାଜନୈତିକ କ୍ଷେତ୍ରରେ ସାମାଜିକ ସ୍ଥିତି ବଜାୟ ରହିବ । ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷା ଲାଭ ପାଇଁ ପ୍ରସ୍ତୁତ ହେବେ ।
ଉ,ଫାଲଗୁନି- ନିଜର ଚତୁରତା, ଓ ବିବେକ ବଳରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ । କ୍ରିଡା,ମନୋରଞନ, ନୃତ୍ୟଗୀତ, କଳାସଙ୍ଗୀତ, ଭୋଜିଭାତରେ ଉତ୍ସାହିତ ହେବେ ।
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କନ୍ୟା-
ଉ,ଫଳଗୁନି- ପରିବାରରେ ପିଲାମାନଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇ ପାରନ୍ତି। କର୍ମକ୍ଷେତ୍ରରେ ଦ୍ରୁତୋନ୍ନତି ପରିଲକ୍ଷିତ ହୋଇପାରେ।
ହସ୍ତା- ବଡ କଂପାନିରୁ ଚାକିରି ପାଇଁ ଡାକରା ଆସିବ । ସାମାଜିକ କାର୍ଯ୍ୟରେ ଭାଗନେଇ ଗଠନ ମୂଳକ କାର୍ୟ୍ୟପାଇଁ ପ୍ରସ୍ତୁତି ଆରମ୍ଭ କରିବେ । ଲୋକ ମାନେ ଆପଣଙ୍କ ଜ୍ଞାନ ଦ୍ୱାରା ପ୍ରଭାବିତ ହେବେ । ସାମାଜିକ ପ୍ରତିଷ୍ଠା ସହିତ ସୁଖ ସୈଭାଗ୍ୟ ପ୍ରଦାନ କରିବ ।
ଚିତ୍ରା- ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ । ଛୋଟ ଛୋଟ ସମସ୍ୟାର ଅଣ ଦେଖା ନକରିବା ଭଲ ହେବ । ରାଜନୈତିକ କ୍ଷେତ୍ରରେ ଯଶଲାଭ ହେବ । ନିଜର କର୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରିପାରିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଗୁରୁଜନ ମାନଙ୍କର ଚରଣ ସ୍ପର୍ଶ କରନ୍ତୁ
ତୁଳା-
ଚିତ୍ରା- ପରିବାରରେ ଆପଣଙ୍କ ପ୍ରାଧାନ୍ୟତା ବୃଦ୍ଧି ହୋଇପାରେ । ପ୍ରେମିକା, ପ୍ରେମିକ ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ । ବେମାର, ବୃଦ୍ଧିଜନ, ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ ।
ସ୍ୱାତୀ- ବ୍ୟବସାୟୀ ମାନେ ବିନା ପରିଶ୍ରମରେ ଅଧିକ ଲାଭବାନ୍ ହେବେ । କଳା ଓ ସାହିତ୍ୟ କ୍ଷେତ୍ରରେ ଆଗ୍ରହ ବଢିବ । ସାମାଜିକ ଭାବମୂର୍ତି ସୁରକ୍ଷା ହେବ । ଚାକିରି କ୍ଷେତ୍ରରେ ପଦୋନ୍ନତି ହୋଇପାରେ ।
ବିଶାଖା- ଉପରିସ୍ଥ କର୍ମଚାରୀ ମାନଙ୍କ ସହିତ କିଛି ବାଦ ବିବାଦ ଉପୁଜି ପାରେ । କୋର୍ଟକଚେରୀ ମାମଲାଠୁ ଦୂରରେ ରୁହନ୍ତୁ । ଅର୍ଥ ସମ୍ମାନର ଅଭାବ ରହିବ ନାହିଁ । ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଦେବଙ୍କର ଦର୍ଶନ ସହିତ ପୂଜା ପାଠ କରନ୍ତୁ
ବିଛା-
ବିଶାଖା- ମନରେ ଉତ୍ତେଜନାକୁ ନିୟନ୍ତ୍ରିତ କରି ସହୃଦୟତାର ସହ ବାକ୍ୟାଳାପ କରିବାରେ ସମର୍ଥ ହେବେ। ପାରିବାରିକ ସମ୍ପର୍କକୁ ପ୍ରାଧାନ୍ୟ ଦେବାକୁ ପଡ଼ିପାରେ।
ଅନୁରାଧା- କର୍ମକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କାମରେ ଯୋଜନା ମୁତାବକ ସଫଳତା ପାଇବେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିବେ। ଅଫିସ୍ରେ ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ।
ଜ୍ୟେଷ୍ଠା- ଆପଣଙ୍କର ବହୁତ କାମ ଅଧୁରା ରହିପାରେ । ପୈତୃକ ସମ୍ପତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ । ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ
ଧନୁ-
ମୂଳା- ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ନିତିଦିନିଆ କାମ ସହଜରେ ପୂରା ହୋଇଯିବ । ଜୀବନ ସାଥିଙ୍କ ସହଯୋଗରେ ଆଗକୁ ବଢିବାର ସୁଯୋଗ ପାଇବେ । ବ୍ୟବସାୟରେ ଧନଲାଭର ନୂଆ ଉତ୍ସ ତଲାସ କରିବେ ।
ପୂ,ଷାଢା- ରାଜନୀତିରେ ମହତ୍ୱାକାଂକ୍ଷା ପୂରା ହେବ । ଚାକିରି ବୃତିରେ ଅଧୁରା ସ୍ୱପ୍ନ ପୂରା ହୋଇପାରେ । ପିଲାମାନେ ଦ୍ୱନ୍ଦ ଭିତରକୁ ପ୍ରବେଶ କରିବେ । କୈାଣସି କାର୍ୟ୍ୟ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ କରନ୍ତୁ ।
ଉ,ଷାଢା- ଗମ୍ଭିରତାର ସହ ଉଦ୍ୟମ କରନ୍ତୁ ସଫଳତା ପାଇବେ । ଭୂ-ସମ୍ପତି କିଣିବାର ଯୋଗ ରହିଛି । କଠିନ ପରିଶ୍ରମ କରିବା ଫଳରେ ବହୁତ ଭଲ ଫଳାଫଳ ପାଇବେ । ନୂତନ ଦ୍ରବ୍ୟ ଲାଭର ସୁଯୋଗ ରହିଛି ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ଗଣେଷଙ୍କ ମନ୍ତ୍ର ପାଠ କରନ୍ତୁ
ମକର-
ଉ,ଷାଢା- ସାମୟିକ ଭାବରେ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ । ପରିବାରରେ ତିକ୍ତତା ଦେଖାଦେଇ ପାରେ । ବ୍ୟବସାୟରେ ବଡ ବ୍ୟବସାୟୀଙ୍କ ସହ ହାତ ମିଳାଇବେ । ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଂଶସାକୁ ସହି ନପାରି କଟୁ ମନ୍ତବ୍ୟ ଦେଇପାରନ୍ତି ।
ଶ୍ରବଣା- ବିବାଦୀୟ ଘଟଣାରେ କାହା କଥା ନ ଶୁଣି ଠିକ୍ ବିଚାର କରନ୍ତୁ। ପୂର୍ବ ସମସ୍ୟାର ସମାଧାନ ହେବାରେ ପଡ଼ୋଶୀ ସାହାଯ୍ୟ କରିବେ। ପାଖରେ ଥିବା ଜିନିଷ ପରକୁ ଦେଇ ଖୋଜିଲା ସମୟରେ ନ ପାଇ ଅପଦସ୍ଥ ହୋଇପାରନ୍ତି।
ଧନିଷ୍ଠା- ଆପଣଙ୍କ କଳାତ୍ମକ ବଢିପାରେ । ଆୟନ୍ ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରଦେବ । କୈାଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ ଭେଟ ହେବ । କୋର୍ଟ କଚେରୀ ଓ ମାଲିମକଦ୍ଦମାରେ ବିଜୟୀ ହେବା ସହ ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣକାଳିଙ୍କୁ ପୂଜା କରନ୍ତୁ
କୁମ୍ଭ-
ଧନିଷ୍ଠା- ହଠାତ୍ ବାୟୁରୋଗ ଦେଖା ଦେଇପାରେ । ସ୍ୱାର୍ଥ ପ୍ରବୃତିର ଶୀକାର ହୋଇ ସମ୍ପର୍କର ମଧୁର ସ୍ୱାଦ ଅନୁଭବ କରି ପାରବେ ନାହିଁ। ସ୍ଥଗିତ ଥିବା କର୍ମଟି ପୂରଣ ହେବା ସହ ଆର୍ଥୀକ ସଙ୍କଟ ଦୂରେଇ ଯାଇପାରେ ।
ଶତଭିଷା- ଖେଳାଳି ଓ ଚିତ୍ରତାରକା ମାନେ ଉତମ ପ୍ରଦର୍ଶନ କରିବେ । ବ୍ୟବସାୟରେ ନୂଆ କିଛି କରିବାକୁ ଆଗ୍ରହୀ ଥିଲେ ମଧ୍ୟ ବରିଷ୍ଠଙ୍କ ପରାମର୍ଶ ନିଅନ୍ତୁ । ଚାକିରିଆ ବ୍ୟକ୍ତି ମାନେ ନିଜର ବାଣୀ ଉପରେ ଧ୍ୟାନ ଦିଅନ୍ତୁ ।
ପୂ,ଭାଦ୍ରପଦ- ରାଜନୈତିକ କ୍ଷେତ୍ରରେ ସମସ୍ୟା ସମାଧାନ କରିପାରିବେ । ଅଦାଲତରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ । ଖର୍ଚ୍ଚ ଉପରେ ଟିକେ ଧ୍ୟାନ ଦିଅନ୍ତୁ । ସାମ୍ବାଦିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ମାନଙ୍କ ପାଇଁ ଭଲ ସମୟ ଆସିପାରେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ପୂଜାର୍ଚ୍ଚନା କରନ୍ତୁ
ମୀନ-
ପୂ,ଭାଦ୍ରପଦ- ବନ୍ଧୁମାନଙ୍କ ସାହାଯ୍ୟରେ ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ବିବାଦୀୟ ପରିସ୍ଥିତି ସାମୟିକ ମନକୁ ପ୍ରଭାବିତ କରିପାରେ। କର୍ମକ୍ଷେତ୍ରରେ ପରିସ୍ଥିତିକୁ ଲକ୍ଷ୍ୟ କରି ମନର ଭାବ ପ୍ରକାଶ କରିବାରେ ପଛେଇଯିବେ।
ଉ,ଭାଦ୍ରପଦ- ବେମାର, ବୃଦ୍ଧିଜନ, ଓ ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢେଇବେ । ଅଫିସ୍ କାମ କରିବା ବେଳେ ମନକୁ ବିଭିନ୍ନ ପ୍ରକାର ଯୋଜନା ଆସିବ । ସାମାଜିକ ସ୍ଥିତି ବଜାୟ ରହିବ । ପରୀକ୍ଷାରେ ପ୍ରତିଯୋଗିତାରେ କୃତକାର୍ୟ୍ୟ ହେବେ ।
ରେବତୀ- ଛାତ୍ରଛାତ୍ରୀ ମାନେ ପଢାରେ ଅଗ୍ରଗତି କରିବେ । ଜମିଜମାକୁ ନେଇ କୋର୍ଟର ଦ୍ୱାରସ୍ଥ ହେବେ । ହଠାତ୍ କୈାଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ବୁଦ୍ଧିମତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
Today Panchang 1st March 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Iran confirms Khamenei killed: ମଧ୍ୟପ୍ରାଚ୍ୟ ଅଶାନ୍ତ; ଭୟଙ୍କର ବିମାନ ଆକ୍ରମଣରେ ଖାମେନେଇଙ୍କ ମୃତ୍ୟୁ

Ragging Allegations Government School Hostel: ସ୍କୁଲ ହଷ୍ଟେଲରେ ରାଗିଙ୍ଗ ଅଭିଯୋଗ, ୩ ଛାତ୍ରଙ୍କୁ ଦୀର୍ଘସମୟ ଆଣ୍ଠେଇ ଦେଲେ

Govinda Dwadashi: କାହିଁକି ପାଳନ ହୁଏ ଗୋବିନ୍ଦ ଦ୍ୱାଦଶୀ, ଏହିଦିନ ବୁଡ଼ ପକାଇଲେ ମିଳିଥାଏ ଏହିସବୁ ସୁଫଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)