/odishatv-khabar/media/media_files/2025/10/31/horoscope-2025-10-31-08-27-57.jpg)
Horoscope Photograph: (OTV)
ମେଷ-
ଅଶ୍ୱନୀ- ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ପ୍ରେମିକ ପ୍ରେମିକା ମାନେ ପରସ୍ପର ଠାରୁ ଦୂରତ୍ୱ ଅବଲମ୍ବନ କରିବେ । ଦୁର୍ଘଟଣା ଗସ୍ତ ହୋଇପାରନ୍ତି । କାମରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ ।
ଦ୍ୱିଜା- ଆୟିନି ସହାୟତା ସାଙ୍ଗକୁ ବିଦେଶ ଯାତ୍ରା କରି ପାରନ୍ତି । ମହିଳା ମାନେ ସୁଷସମୃଦ୍ଧି ପ୍ରାପ୍ତ କରିବେ । ବିଦେଶରେ କାମ କରୁଥିବା ଲୋକମାନେ ପଦୋନ୍ନତି ପାଇ ପାରିବେ ।
କୃତିକା- ମାଲିମକଦ୍ଧମାରେ ଜୟଯୁକ୍ତ ହେବେ । ମହିଳା ମାନେ ସନ୍ତାନ ମାନଙ୍କ କୃତିତ୍ୱ ପାଇଁ ଗର୍ବ ଅନୁଭବ କରିବେ । ଯେଉଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଭାବୁଥିବେ ତାହା ଶୀଘ୍ର ଆରମ୍ଭ କରନ୍ତୁ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ମଙ୍ଗଳଙ୍କର ମନ୍ତ୍ର ପାଠ କରନ୍ତୁ
ବୃଷ-
କୃତିକା- ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦିତା ବଢିବ । ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି । ବନ୍ଧୁ ମାନଙ୍କ ସହିତ ହସ ଖୁସିରେ ସମୟ କଟାଇବେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ଉନ୍ନତି ଦେଖାଦେବ ।
ରୋହିଣୀ- ରାଜନିତି ବିରୋଧୀ ସମ୍ମୁଖିନ ହେଲେ ମଧ୍ୟ ବିରୋଧୀ ଦଳ କିଛି କ୍ଷତି କରି ପାରିବେ ନାହିଁ । ଚାକିରି କ୍ଷେତ୍ରରେ ସହନଶୀଳତା ବଢିବ ଓ ପ୍ରଂଶସା ମିଳିବ । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ ।
ମୃଗଶିରା- ମାଲିମକଦ୍ଦମାରେ ଜୟଯୁକ୍ତ ହେବେ । ମହିଳା ମାନେ ସନ୍ତାନ ମାନଙ୍କ କୃତିତ୍ୱ ପାଇଁ ଗର୍ବ ଅନୁଭବ କରିବେ । କୈାଣସି କାରଣରୁ ମନ ଭଲ ରହିବ ନାହିଁ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ମା କମଳାଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
ମିଥୁନ-
ମୃଗଶିରା- ମାନସିକ ଅସ୍ଥିରତା କାରଣରୁ ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି । ସମସ୍ତ ବାଧାକୁ ସଂଘର୍ଷ କରି ଆଗକୁ ବଢିପାରିବେ । ବ୍ୟବସାୟରେ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ ।
ଆଦ୍ରା- ରାଜନୀତିରେ ମନ ଚାହୁଁଥିବା ପଦ ପାଇବେ । ଜୀବିକା ଅର୍ଜନରେ ସଫଳତା ଲାଭ ପାଇବେ । ଶିକ୍ଷାର୍ଥୀ ମାନେ ପରିଶ୍ରମ ମୁତାବକ ଫଳ ପାଇବେ । ପ୍ରଶାସନ କ୍ଷେତ୍ରରେ ଶୁଭ ଫଳ ପାଇବେ ।
ପୁନର୍ବସୁ- ଚୋରି ହେବା ସମ୍ଭାବନା ରହିଛି । ଜମି କିଣିବା ବେଳେ ଗୁରୁଜନଙ୍କ ପରାମର୍ଶ ଭଲ ରହିବ । ଅଳ୍ପ ପରିଶ୍ରମ କରି ଅଧିକ ଧନ ପାଇବାର ଆଶା ଦେଖାଦେବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ
କର୍କଟ-
ପୁନର୍ବସୁ- ବ୍ୟବସାୟରେ ଅଗ୍ରଗତି ଘଟିବ । କୈାଣସି ଜିନିଷ ଦ୍ୱାରା ଆଘାତ ପାଇ ପାରନ୍ତି । ପାରିବାରିରେ ସମସ୍ତେ ଶାନ୍ତିରେ ସମୟ କାଟିବେ
ପୁଷ୍ୟା- କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ଆଲୋଚନାର ପାତ୍ର ହେବେ । ଘରେ ବନ୍ଧୁ ମିଳନ ଆମୋଦ ପ୍ରମୋଦର ସୁଅ ଛୁଟିବ । ଆବଶ୍ୟକତା ଠାରୁ ଅଧିକ ଧନ ପାଇବେ ।
ଅଶ୍ଳେଷା- ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ଆସିବ । ଶିକ୍ଷାର୍ଥୀଙ୍କ ଆଶା ସଫଳ ହେବ । ରାଜନିତିରେ ସବୁ ସମସ୍ୟାର ସମାଧାନ କରି ଆଗକୁ ଆଗେଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ଶିବଙ୍କ ସହସ୍ର ନାମ ପାଠ କରନ୍ତୁ
ସିଂହ-
ମଘା- ଶାରିରୀକ ଓ ମାନସିକ ସ୍ତରରେ ଉନ୍ନତି ଆସିବ । ଅଫିସରେ ନୂଆ ସମ୍ପର୍କ ସୃଷ୍ଟି ହେବ। ପାରିବାରିକ ଶାନ୍ତି ବୃଦ୍ଧି ପାଇବ ଏବଂ ସମସ୍ତ କାର୍ଯ୍ୟ ଶୁଭପ୍ରଦ ହେବ ।
ପୂ,ଫାଲଗୁନି- ନୂତନ କର୍ମ କ୍ଷେତ୍ରରେ ଯୋଗଦାନ ଦେଇ ପାରନ୍ତି । ରାଜନୀତିରେ ଯୋଗ୍ୟତା ଅନୁସାରେ ପଦବୀ ମିଳିପାରେ । ଶିକ୍ଷାର୍ଥି ମାନେ ବିଦ୍ୟାରେ ସଫଳତା ହାସଲ କରିବେ ।
ଉ,ଫାଲଗୁନି- ଋଣ କ୍ଷେତ୍ରରେ ଅର୍ଥ ଲାଭ କରିବେ । ମହିଳା ମାନେ କରିଥିବା ଆଶା ପୂରଣ ହୋଇପାରେ । ପୁରୁଣା ଗାଡି ବିକିବାରେ ମନ ବଳାଇବେ
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗୀଙ୍କ ପୂଜା କରନ୍ତୁ
କନ୍ୟା-
ଉ- ଫାଲ୍ଗୁନୀ- ଆପଣଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ ଯାହାଦ୍ୱାରା ଆଜି ଆପଣ ଋଣ ମୁକ୍ତ ହୋଇପାରିବେ । କିଛି ଲୋକଙ୍କ ପାଇଁ ପରିବାରରେ ଖୁସି ଖବର ଆସିପାରେ ଯାହା ଯୋଗୁ ଉତ୍ସବ ଓ ଭୋଜି-ଭାତ ହୋଇ ପାରେ ।
ହସ୍ତା- ଭ୍ରମଣ, ମନୋରଞ୍ଜନକୁ ବେଶୀ ଗୁରୁତ୍ୱ ଦେଇ ପାରନ୍ତି । ଆପଣ ଆପଣଙ୍କ ଖାଲି ସମୟରେ ଘର ସଫାସଫି କରିବାକୁ ପସନ୍ଦ କରିବେ । ଜୀବନର ଆନନ୍ଦ ନେବାକୁ ହେଲେ ବନ୍ଧୁମାନଙ୍କୁ ସମୟ ଦେବା ଦରକାର ।
ଚିତ୍ରା- ବନ୍ଧୁଙ୍କ ସହାୟତା ଲାଭକରି କାର୍ଯ୍ୟ ହାସଲ କରିବେ। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର-ସର୍ବକାର୍ଯ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ତୁଳା-
ଚିତ୍ରା- ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ବହୁ କଷ୍ଟରେ କାର୍ଯ୍ୟସିଦ୍ଧି ଘଟିବ । ପାରିବାରିକ ଜୀବନ ଆନନ୍ଦମୟ ରହିବ । ବ୍ୟବସାୟ-ବାଣିଜ୍ୟରେ ପ୍ରଗତି କରିବେ । ନୂଆ କର୍ମଚାରୀଙ୍କ ସାକ୍ଷାତରେ କିଛି ନୂଆ ମଉକା ପାଇପାରିବେ ।
ସ୍ୱାତୀ- ଅଫିସ୍ରେ ବଡ ଅଧିକାରୀ ମାନଙ୍କର ସହଯୋଗ ପାଇବେ । ଭାଷଣ ବାଜିରେ କ୍ରୋଧକୁ ଆୟତକରିବା ଉଚିତ୍ । ଛାତ୍ରଛାତ୍ରି ଗୁରୁଜନଙ୍କ ଠାରୁ ଭଲ ପରାମର୍ଶ ପାଇବେ ।
ବିଶାଖା- ଜମିବାଡି ସମ୍ବନ୍ଧିୟ ସମସ୍ୟାରୁ ମୁକ୍ତି ପାଇବେ । ମହିଳା ମାନେ କୌଣସି ଧର୍ମାନୁଷ୍ଠାନରେ କିଛି ଅଗ୍ରଣି ଦାୟିତ୍ୱ ନେଇ ପାରନ୍ତି । ଅନ୍ୟ ମନସ୍କତା ଓ ଆଘାତପ୍ରାପ୍ତିର ଆଶଙ୍କା ରହିଛି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର –ଧଳା ରଙ୍ଗର ପୋଷାକ ପରିଧାନ କରନ୍ତୁ
ବିଛା-
ବିଶାଖା- ବନ୍ଧୁ, ମିତ୍ର ସହକର୍ମୀ ଭାଗୀଦାରୀଙ୍କ ପାଇଁ ବିଶେଷ ଲାଭ ପାଇବେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିବେ । ଦୂର ଯାତ୍ରାରେ କଷ୍ଟ ଅନୁଭବ କରିବେ ।
ଅନୁରାଧା- ପ୍ରେମିକା ପ୍ରେମିକ ମାନେ ନିକଟସ୍ଥ ସ୍ଥାନକୁ ଭ୍ରମଣ କରିବାକୁ ଯାଇ ଆନନ୍ଦ ଅନୁଭବ କରିବେ । ରାଜନୈତିକ କ୍ଷେତ୍ରରେ ସଫଳତା ପାଇ ପ୍ରଂଶସିତ ହେବେ ।
ଜ୍ୟୋଷ୍ଠା- ଛାତ୍ରଛାତ୍ରୀ ମାନେ ପାଠପଢାରେ ବ୍ୟସ୍ତ ରହିବେ । ନିଜର ମର୍ଯ୍ୟାଦାକୁ ଜଗି ରଖି ଚଳିଲେ ଭଲ । ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିକୁ ହାଲକା କରିବାରେ ସମର୍ଥନ ହେବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର-ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ
ଧନୁ-
ମୂଳା- କର୍ମକ୍ଷେତ୍ରରେ କେତେକ ସମସ୍ୟାକୁ କେନ୍ଦ୍ରକରି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ । ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ୟ୍ୟ ସ୍ଥଗିତ ରହିପାରେ। ଈର୍ଷା ପରାୟଣ ମନୋଭାବ କାରଣରୁ ନିକଟ ସମ୍ପର୍କୀୟମାନେ ଦୂରେଇ ରହିପାରନ୍ତି।
ପୂ,ଷାଢା- କର୍ମ କ୍ଷେତ୍ରରେ ଅନ୍ୟ ମାନେ ଆପଣଙ୍କର କର୍ମ କରିବାର ଶୈଳିକୁ ବୁଝିପାରିବେ ନାହିଁ । ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ । ବିଦ୍ୟାର୍ଥୀ ମାନେ ଏକାଗ୍ରତା ରକ୍ଷା କରିବେ ।
ଉ,ଘାଢା- ମାଲିମକଦମା ଆପଷ ବୁଝାବଣା ମଧ୍ୟରେ ସମାଧାନ କରିବେ । ଗୃହିଣୀ ମାନଙ୍କ ପାଇଁ ଦିନଟି ମିଶ୍ରିତ ରହିବ । କିଛି ବିଶେଷ କାର୍ୟ୍ୟ ଅତି ଶିଘ୍ର ପୂରଣ ହେବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହନୁମାନଙ୍କ ପାଖରେ ବୁନ୍ଦିଲଡୁ ଭୋଗ ଲଗାନ୍ତୁ
ମକର
ଉ, ଷାଢା- ଶାରୀରିକ ଅସୁସ୍ଥତା ଦୂରେଇ ଯିବ । ବ୍ୟବସାୟୀ ମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ସେଥିରେ ପ୍ରଚୁର ଲାଭ ମିଳିବ । ଜୀବନ ସାଥୀଙ୍କ ସହିତ ଶାନ୍ତି ବାତାବରଣ ସୃଷ୍ଟି କରିବେ ।
ଶ୍ରବଣା- ଆଶା କରିଥିବା ଖବର ପାଇ ଖୁସୀ ହୋଇଯିବେ । ପ୍ରେମିକା, ପ୍ରେମିକ ମାନଙ୍କର ଅନେକ ଦିନର ଅଭିଳାଷା ପୂର୍ଣ୍ଣ ହେବ । ଉଧାର ଦେଇଥିବା ଟଙ୍କା ସହଜରେ ହସ୍ତଗତ ହୋଇଯିବ ।
ଧନିଷ୍ଠା- ଜାଗା ଜମି କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ ଦୂରେଇ ଯିବ । ଯାନ ବାହନ କିଣି ଖୁସି ଅନୁଭବ କରିବେ । ପଡୋଶୀ ଏବଂ କୁଟୁମ୍ଭ ସହ ଲାଗିଥିବା କଳହର ସମାଧାନ ହୋଇଯିବ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର-ଗରିବ ଲୋକଙ୍କୁ ଖାଇବାକୁ ଦିଅନ୍ତୁ
କୁମ୍ଭ-
ଧନିଷ୍ଠା- କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ । ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ।
ଶତଭିଷା- ମାନସିକ ଅସ୍ଥିରତା ରହିଥିଲେ ମଧ୍ୟ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ । ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଉଚ୍ଚଶିକ୍ଷା ପ୍ରତିଷ୍ଠା ପଥରେ ଆସୁଥିବା ପ୍ରତିବନ୍ଧକ ଗୁଡିକ ହଟିଯିବ ।
ପୂ,ଭାଦ୍ରପଦ- ସଞ୍ଚୟ ଅଧିକ କରି ଖର୍ଚ୍ଚ କମ୍ କରନ୍ତୁ ନଚେତ୍ ହଇରାଣ ହୋଇପାରନ୍ତି । ଜମିଜମା କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି । ମହିଳା ମାନଙ୍କର ଗୁରୁଜନ ମାନଙ୍କ ସହିତ ମତାନ୍ତର ଘଟିପାରେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ରାହୁଙ୍କର ମନ୍ତ୍ର ପାଠ କରି ଦିନ ଆରମ୍ଭ କରନ୍ତୁ
ମୀନ
ପୂ, ଭାଦ୍ରପଦ- ମହିଳା ଓ ପୁରୁଷ ସହକର୍ମୀ ମାନଙ୍କର ସମର୍ଥନ ଯୋଗୁଁ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଫଳ ଲାଭ ପାଇବା ସହ ଆର୍ଥିକ ସ୍ଥିତି ବୃଦ୍ଧି ହେବ ।
ଉ, ଭାଦ୍ରପଦ- ରାଜନୀତି ସଙ୍ଗଠନ ସୁଦୃଢ ହେବ । କଠିନ ପରିଶ୍ରମ କରୁଥିବା ଛାତ୍ରମାନଙ୍କ ଆଶା ଶେଷରେ ପୂରଣ ହେବ । ଗୃହ ନିର୍ମାଣ ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ କରିବେ
ରେବତୀ- ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ପ୍ରସ୍ତାବ ସ୍ଥିରିକୃତ ହୋଇଯିବ । ଭାଇ- ଭଉଣୀ ମାନଙ୍କ ସହ ମନୋମାଳିନ୍ୟ ଦୂର ହେବ । ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- କଦଳି ଗଛକୁ ଜଳ ପ୍ରଦାନ କରନ୍ତୁ
Today Panchang 15th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Modi Factor Dominates Bihar: ମୋଦିଙ୍କୁ ଭରସା କଲେ ବିହାର ଭୋଟର: ଖାଲି ହୋଇଗଲା ଆରଜେଡି, କଂଗ୍ରେସ ପୂରା ସଫା

Congress Collapse in Nuapada: ନୂଆପଡ଼ାରେ ଘାସିରାମଙ୍କ ଶୋଚନୀୟ ପରାଜୟ, ‘କଂଗ୍ରେସର ପରାଜୟ ପଛର ବଡ଼ କାରଣ ଟଙ୍କା’

‘Brand Naveen’ Loses Shine: ଭାଙ୍ଗିଗଲା ବିଜେଡିର `ବ୍ରାଣ୍ଡ୍ ନବୀନ' ଫୁଟାଣି, ନୂଆପଡ଼ାରେ ତୃତୀୟ ସ୍ଥାନକୁ ଖସିଗଲା ଶଙ୍ଖ ଦଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)