Advertisment

‘Brand Naveen’ Loses Shine: ଭାଙ୍ଗିଗଲା ବିଜେଡିର `ବ୍ରାଣ୍ଡ୍ ନବୀନ' ଫୁଟାଣି, ନୂଆପଡ଼ାରେ ତୃତୀୟ ସ୍ଥାନକୁ ଖସିଗଲା ଶଙ୍ଖ ଦଳ

ନୂଆପଡ଼ାରେ କାମ କଲାନି ନବୀନ ଯାଦୁ । ଫ୍ୟୁଜ୍ ହୋଇଗଲା ବିଜେଡିର `ବ୍ରାଣ୍ଡ୍ ନବୀନ' । ଭୋଟ୍ ଭିଡ଼ିପାରିଲେନି ଶଙ୍ଖ ସୁପ୍ରିମୋ । ବୁମେରାଂ ହେଲା କି ନବୀନଙ୍କ `ବେଇମାନ୍' ପଲିଟିକ୍ସ ? ସାଧାରଣ ନିର୍ବାଚନ ସକ୍ ପରେ ବିଜେଡିକୁ ଜବରଦସ୍ତ ଝଟକା ଦେଇଛି ନୂଆପଡ଼ା ଜନାଦେଶ।

author-image
Tapan Swain
SETBACK TO BJD

SETBACK TO BJD Photograph: (OTV)

ବିଜେଡିକୁ ନୂଆପଡ଼ା ସକ୍। ଭାଙ୍ଗିଗଲା ବିଜେଡିର `ବ୍ରାଣ୍ଡ୍ ନବୀନ' ଫୁଟାଣି । ଏକାବେଳେ ତୃତୀୟ ସ୍ଥାନକୁ ଖସିଗଲା ଶଙ୍ଖ ଦଳ। ବାରମ୍ବାର ଚେଷ୍ଟା କରିବି ଗଡ଼ ବଞ୍ଚାଇପାରିଲେନି ଖୋଦ୍ ନବୀନ। କୁହାଯାଉଛି ଶଙ୍ଖ ସୁପ୍ରିମୋଙ୍କ ବେଇମାନ ପଲିଟିକ୍ସ ଆଉ ବାହାରି ନେତାଙ୍କୁ ପ୍ରାର୍ଥୀ କରିବା ଦଳକୁ ଏକଦମ୍ ବ୍ୟାକଫୁଟକୁ ନେଇଗଲା। ତେବେ କାହିଁକି ନୂଆପଡ଼ାବାସୀଙ୍କ ଆସ୍ଥା ହରାଇଲା ବିଜେଡି, କାହିଁକି ଭୋଟରଙ୍କ ମନ ଜିଣିପାରିଲେନି ନବୀନ- ପଢ଼ନ୍ତୁ ଏଇ ରିପୋର୍ଟ। ....

Advertisment

ନୂଆପଡ଼ାରେ କାମ କଲାନି ନବୀନ ଯାଦୁ । ଫ୍ୟୁଜ୍ ହୋଇଗଲା ବିଜେଡିର `ବ୍ରାଣ୍ଡ୍ ନବୀନ' । ଭୋଟ୍ ଭିଡ଼ିପାରିଲେନି ଶଙ୍ଖ ସୁପ୍ରିମୋ । ବୁମେରାଂ ହେଲା କି ନବୀନଙ୍କ `ବେଇମାନ୍' ପଲିଟିକ୍ସ ?
ସାଧାରଣ ନିର୍ବାଚନ ସକ୍ ପରେ ବିଜେଡିକୁ ଜବରଦସ୍ତ ଝଟକା ଦେଇଛି ନୂଆପଡ଼ା ଜନାଦେଶ। ବିପର୍ଯ୍ୟୟ ପରେ ନେତା ଖସୁଥିଲେ, ଏବେ ଆସନ ଖସିଗଲା। ଶତଚେଷ୍ଟା ପରେ ବି ଗଡ଼ ବଞ୍ଚାଇପାରିଲେନି ନିଜେ ବିଜେଡି ସଭାପତି ନବୀନ ପଟ୍ଟନାୟକ।

ମାଳମାଳ କମିଟି ଗଢିଲେ, ନିଜେ ଦୁଇ ଦୁଇ ଥର ନୂଆପଡ଼ା ଗଲେ। ରୋଡ୍ ଶୋ ସାଙ୍ଗକୁ ସମାବେଶରେ ଉଦବୋଧନ ବି ଦେଲେ। ସୋସିଆଲ୍ ମିଡିଆରେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ। ହେଲେ ଫଳାଫଳ- ଥାର୍ଡ୍ ପୋଜିସନ୍। ଦୀର୍ଘ ବର୍ଷ ଧରି ନୂଆପଡ଼ାକୁ କବଜାରେ ରଖିଥିବା ବିଜେଡି ଉପନିର୍ବାଚନରେ ଚିତ୍ ଖାଇଛି। ପ୍ରଥମରୁ ଖସିଆସିଛି ସିଧା ତୃତୀୟ ସ୍ଥାନକୁ। ଏପରିକି ୨୦୨୪ ନିର୍ବାଚନରେ ପାଇଥିବା ୩୪ ପ୍ରତିଶତ ଭୋଟ ବି ପାଖରେ ରଖିବାକୁ ଫେଲ୍ ମାରିଛି। ବିଜେଡି ଜିତିନପାରିବା ଦଳକୁ ଯେତିକି ଝଟକା ଦେଇଛି ତାଠୁ ଅଧିକ ପ୍ରଶ୍ନ ଚିହ୍ନ ଲାଗିଛି ନବୀନଙ୍କ ଲୋକପ୍ରିୟତା ଉପରେ। ଯାହାର ଜବାବ ରଖିଛି ବିଜେଡି। 

Advertisment

ତେବେ କାହିଁକି ନୂଆପଡ଼ାବାସୀଙ୍କ ଆସ୍ଥା ହରାଇଲା ବିଜୁ ଜନତା ଦଳ ? କାହିଁକି ଲୋକଙ୍କୁ ପ୍ରଭାବିତ କରିପାରିଲାନି ନବୀନଙ୍କ ୨୪ ବର୍ଷର ମୁଖ୍ୟମନ୍ତ୍ରୀ ଅଭିଜ୍ଞତା ? ନଜର ପକାନ୍ତୁ ବିଜେଡିର ଶୋଚନୀୟ ପରାଜୟ ପଛର ତିନି ସମ୍ଭାବ୍ୟ କାରଣ ଉପରେ...

କାରଣ ନମ୍ବର ୧- ନବୀନଙ୍କ `ବେଇମାନ୍' ପଲିଟିକ୍ସ 

ନୂଆପଡ଼ା ମଇଦାନରେ ନବୀନ ବ୍ୟବହାର କରିଥିଲେ ବେଇମାନ୍ ଶବ୍ଦ। ଅନୁକମ୍ପା ଭୋଟ୍ ହାତେଇବାକୁ ପ୍ରାୟ ୧୩ ବର୍ଷ ପରେ ରାଜନୀତିରେ ଦ୍ବିତୀୟ ଥର ପାଇଁ ଏହି ଶବ୍ଦର ପ୍ରୟୋଗ କରିଥିଲେ ବିଜେଡି ସଭାପତି। ଜୟ ଢୋଲକିଆଙ୍କ ଉଦ୍ଦେଶ୍ୟରେ ଆକ୍ଷେପ କରି ନବୀନଙ୍କ ଏହି କଡ଼ା ଟିପ୍ପଣୀକୁ କିନ୍ତୁ ପସନ୍ଦ କରିନଥିଲେ ନୂଆପଡ଼ାବାସୀ। ଅନ୍ୟପଟେ ଶାସକ ଦଳର 'ବେଇମାନ' କାଉଣ୍ଟରର ବି ଜବାବ ରଖିପାରିନଥିଲା ଦଳ। କୁହାଯାଉଛି ବେଇମାନ ରାଜନୀତି ହିଁ ବିଜେଡିକୁ ନୂଆପଡ଼ାରେ ବୁଡ଼େଇଦେଲା । 

କାରଣ ନମ୍ବର ୨- ବାହାର ନେତାଙ୍କୁ ପ୍ରାର୍ଥୀ କରିବା

ଜୟ ଢୋଲକିଆ ବିଜେଡି ଛାଡ଼ି ବିଜେପିକୁ ଯିବାପରେ ଅନେକ ସ୍ଥାନୀୟ ନେତା ଟିକେଟ ଆଶାୟୀ ଥିଲେ। ହେଲେ ଶେଷ ମୁହୂର୍ତ୍ତରେ ଅତାବିରାରୁ ହାରିଥିବା ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଣି ପ୍ରାର୍ଥୀ କରିଥିଲେ ନବୀନ। ଭୁଲ୍ ପ୍ରାର୍ଥୀ ଚୟନ ପାଇଁ ସ୍ଥାନୀୟ ନେତୃତ୍ବ ବି ଅସନ୍ତୁଷ୍ଟ ଥିଲେ । ବାହାର ନେତାଙ୍କୁ ପ୍ରାର୍ଥୀ କରିଥିବାରୁ ନୂଆପଡ଼ାର ଭୋଟର ବିଜେଡିକୁ ମୁହଁ ମୋଡ଼ିଥିବା ଚର୍ଚ୍ଚା ହେଉଛି। 

କାରଣ ନମ୍ବର ୩- ମୁହଁ ଫେରାଇନେଲେ ମହିଳା

ଶାସନରେ ଥିବାବେଳେ ବିଜେଡିର ବଳ ସାଜିଥିଲା ମହିଳା ଭୋଟ୍ ବ୍ୟାଙ୍କ୍ । ହେଲେ ନୂଆପଡ଼ାରେ ବିଜେଡିକୁ ମୁହଁ ମୋଡ଼ିଛନ୍ତି ମହିଳା ଭୋଟର । ସୁଭଦ୍ରା ଯୋଜନା ମହିଳାଙ୍କୁ ବିଜେପି ଆଡ଼କୁ ଆକୃଷ୍ଟ କରିଛି। ଏହାଛଡ଼ା ଆଦିବାସୀ ଭୋଟ୍ ବି ବିଜେଡି ଖାତାକୁ ଆସିପାରିଲାନି। 

ହାରୁ ନେତାଙ୍କ ଅଧିକ ହାକିମାତି ବି ଦଳ ପରାଜୟର ଅନ୍ୟତମ କାରଣ ବୋଲି ଚର୍ଚ୍ଚା ହେଉଛି । 
୨୦୨୪ ନିର୍ବାଚନରେ ବିଧାନସଭାରେ ୫୧ ଆସନ ପାଇଥିବା ବିଜେଡି ଏବେ ୫୦କୁ ଖସିଆସିଛି। ଦଳରେ ଅନ୍ତଃକନ୍ଦଳ ବଢୁଥିବାବେଳେ ଆଗକୁ ବିଜେଡିର ଭବିଷ୍ୟତ କଣ ହେଉଛି ତାହା ସମୟ କହିବ।... 

Naveen Patnaik BJD nuapada byelection
Advertisment
Related Articles
Advertisment