Advertisment

Massive Fire Ravages Two Families: ଭୟଙ୍କର ଅଗ୍ନିକାଣ୍ଡ, ଦୁଇ ପରିବାରର ସବୁକିଛି ପୋଡି ପାଉଁଶ

ଅଗ୍ନିକାଣ୍ଡରରେ ଦୁଇ ପରିବାର ସର୍ବସ୍ୱାନ୍ତ। ଧାମନଗର ବ୍ଲକ କାଶିମପୁର ପଞ୍ଚାୟତ ପଛାଲେ ଗାଁରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୫ ଵଖରା ଭର ଭସ୍ମୀଭୂତ ସହ ଘରକରଣା ଜିନିଷ ପୋଡି ପାଉଁଶ ହୋଇଯାଇଛି।

author-image
Pramod Behera
Massive Fire Ravages Two Families

ଭୟଙ୍କର ଅଗ୍ନିକାଣ୍ଡ Photograph: (OTV)

ଅଗ୍ନିକାଣ୍ଡରରେ ଦୁଇ ପରିବାର ସର୍ବସ୍ୱାନ୍ତ। ଧାମନଗର ବ୍ଲକ କାଶିମପୁର ପଞ୍ଚାୟତ ପଛାଲେ ଗାଁରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୫ ଵଖରା ଭର ଭସ୍ମୀଭୂତ ସହ ଘରକରଣା ଜିନିଷ ପୋଡି ପାଉଁଶ ହୋଇଯାଇଛି।

Advertisment

ଏହି ଗାଁରେ ଦୁଇ ଭାଇ ଚିନ୍ତାମଣୀ ମଳିକ ଓ ପରମାନନ୍ଦ ମଳିକଙ୍କର ୫ ଵଖରା ଘର ସମେତ ଘରର ଆସବାବପତ୍ର, ଧାନ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ବିଳମ୍ବତ ରାତିରେ ଅଗ୍ନିକାଣ୍ଡ ଘଟିବାରୁ ଦମକଳ ଗାଡି ଆସି ପହଞ୍ଚିଲା ବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଦମକଳ ଆସିବା ପୂର୍ବରୁ ଗାଁ ଲୋକେ ନିଆଁକୁ ଆୟତ୍ତ କରିଥିଲେ। ଏହି ଵିପନ୍ନ ପରିବାରକୁ ସରକାରୀ ସହାୟତା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

Fire Accident Dhamnagar Odisha Disaster
Advertisment
Advertisment