/odishatv-khabar/media/media_files/2026/03/09/fake-food-officer-2026-03-09-14-52-37.jpg)
Fake Food Officer Photograph: (OTV)
ମେଳଣରେ ଧାରାପଡିଲେ ନକଲି ଫୁଡ୍ ସେଫ୍ଟି ଅଫିସର। ନିଜକୁ ଖାଦ୍ୟ ନିରାପତ୍ତା କର୍ମଚାରୀର ପରିଚୟ ଦେଇ ଖାଦ୍ୟ ଯାଞ୍ଚ କରୁଥିବା ବେଳେ ଧରିପକାଇଲେ ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମୁରୁଣା ଗାଁରେ।
ଏଠାରେ ଦୋଳ ମେଳଣ ଚାଲିଥିବା ବେଳେ ଅନେକ ଦୋକାନରେ ଖାଦ୍ୟ ଯାଞ୍ଚ କରିଥିଲେ ଯୁବକ ଜଣଙ୍କ। ପରେ ଦୋକାନୀଙ୍କ ସହିତ ଯୁକ୍ତିତର୍କ ହେବା ପରେ ଦୋକାନୀଙ୍କର ସନ୍ଦେହ ହୋଇଥିଲା। ତାଙ୍କୁ ପରିଚୟ ପଚାରିବା ପରେ ସେ ଏକ ନକଲି କାର୍ଡ ଦେଖାଇଥିଲେ। ଯେଉଁଥିରେ ଯୁବକ ଜଣଙ୍କ ତାମିଲନାଡୁର ବୋଲି ଲେଖା ଥିଲା l
ପରେ ଲୋକେ ଏକତ୍ରିତ ହୋଇ ପାଟିତୁଣ୍ଡ କରିବାରୁ ଯୁବକ ଜଣଙ୍କ ନକଲି ଖାଦ୍ୟ ନିରାପତ୍ତା କର୍ମଚାରୀ ବୋଲି ଜଣାପଡିଥିଲା। ଯୁବକଙ୍କ ଘର ସିମୁଳିଆ ଥାନା କ୍ଷୀରକୋଣା ଗାଁର ଶିବ କ୍ରିଷ୍ଣା କୁମାର। ତେଣୁ ଦୋଳ କମିଟିର ଲୋକେ ତାଙ୍କୁ ଧରି ସିମୁଳିଆ ପୋଲିସ ଜିମା ଦେଇଛନ୍ତି।
ପୋଲିସ ତଦନ୍ତ କରିବା ପରେ ଯୁବକ ଜଣକ ତାମିଲନାଡୁରେ ଏକ ଫୁଡ ପ୍ରସେସିଂ ପ୍ଲାଣ୍ଟରେ କାମ କରୁଥିବା ଜଣାପଡିଛି। ଏନେଇ ପୋଲିସ ପ୍ରତିକ୍ରିୟା ମିଳିପାରି ନାହିଁ।
Odisha Jail Data: ତଥ୍ୟ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ୮୬ ଜେଲରେ ଅଛନ୍ତି ମୋଟ ୧୮,୧୭୬ କଏଦୀ

Odisha Weather Update: ରାଜ୍ୟରେ ବଢ଼ିବ ତାତି, ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Kumar Kartikeya Birthday: କେମିତି ଓ କେଉଁଠି ହୋଇଥିଲା କାର୍ତ୍ତିକେୟଙ୍କ ଜନ୍ମ? ଜାଣିବା କ'ଣ ଥିଲା ତାଙ୍କର ଅନ୍ୟ ୧୭ଟି ନାଁ

Abhishek Manu Singhvi : କୁବେର କଂଗ୍ରେସ ପ୍ରାର୍ଥୀ, ଦିନକର ଆୟ ଉଡ଼ାଇଦେବ ହୋସ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)