Advertisment

Road Accidenet: ଅକାଳରେ ଚାଲିଗଲା ଡାକ୍ତରୀ ଛାତ୍ରୀଙ୍କ ଜୀବନ, କାଳ ସାଜିଲା ସ୍ପିଡ଼ ବାଇକ୍

ଡାକ୍ତରୀ ଛାତ୍ରୀଙ୍କ ଜୀବନ ନେଲା ସ୍ପିଡ଼ ବାଇକର | ଗତ ଶନିବାର ଦିନ ସକାଳୁ ସକାଳୁ ବଲାଙ୍ଗିର ଆୟୁର୍ବେଦିକ କଲେଜ ସମ୍ମୁଖରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଧକ୍କା ଦେଇଥିଲା ସ୍ପିଡ଼ ବାଇକ |

author-image
Niharika Rout
ACCIDENT

ACCIDENT Photograph: (OTV)

ଡାକ୍ତରୀ ଛାତ୍ରୀଙ୍କ ଜୀବନ ନେଲା ସ୍ପିଡ଼ ବାଇକର | ଗତ ଶନିବାର ଦିନ ସକାଳୁ ସକାଳୁ ବଲାଙ୍ଗିର ଆୟୁର୍ବେଦିକ କଲେଜ ସମ୍ମୁଖରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଧକ୍କା ଦେଇଥିଲା ସ୍ପିଡ଼ ବାଇକ | ଗୁରୁତର ପ୍ରଥମ ବର୍ଷର ଆୟୁର୍ବେଦିକ ଡାକ୍ତରୀ ଛାତ୍ରୀ ସିମରନ ଷଡ଼ଙ୍ଗୀଙ୍କୁ ବରଗଡ଼ର ଘରୋଇ ହସ୍ପିଟାଲକୁ ନିଆଯାଇଥିଲା | ସେଠାରେ ସେ ମରଣ ସହ ସଂଘର୍ଷ କରୁଥିବା ବେଳେ  ଆଜି ସକାଳୁ ଆଖି ବୁଜିଛନ୍ତି ।

Advertisment

ଗତ ଶନିବାର ସକାଳେ ସିମରନ କଲେଜ ଯିବା ସମୟରେ ହାତରେ କିଛି ପୂଜା ଜିନିଷ ଧରି ନିକଟସ୍ଥ ଜଳାଶୟକୁ ପକାଇବାକୁ ଯାଉଥିଲା। ଉକ୍ତ ସମୟରେ ଆସୁଥିବା ଏକ ସ୍ପିଡ ବାଇକ୍ ତାଙ୍କୁ  ଜୋରରେ ଧକ୍କା ଦେଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲକୁ ନେଇଥିଲେ। ସେଠାରୁ ତାଙ୍କୁ ବରଗଡ଼ର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତରଙ୍କ ଶତଚେଷ୍ଠା ସତ୍ତ୍ବେ ଆଜି ସକାଳୁ ସିମରନଙ୍କ ମୃତ୍ୟୁ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। 

ବଲାଙ୍ଗିର ସହର ଭିତରେ ଦାମୀ ବାଇକ ଧରିକି ସ୍ପିଡ଼ ବାଇକର ମାନେ ବାରମ୍ବାର ଦୁର୍ଘଟଣା ଘଟାଉଛନ୍ତି | ଏବେ ଡାକ୍ତରୀ ଛାତ୍ରୀଙ୍କୁ ଜୀବନ ଯିବା ପରେ ଉତ୍ତେଜନା ଦେଖାଦେଇଛି | ମୃତା ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ସହ କଲେଜ ନିକଟରେ ତୁରନ୍ତ ସ୍ପିଡ ବ୍ରେକର ନିର୍ମାଣ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। 

Advertisment

Advertisment
Related Articles
Advertisment