/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645948608.jpg)
ମେଷ-
ସ୍ୱାସ୍ଥ୍ୟ ସମସ୍ୟା ଉପନ୍ନ ହୋଇପାରେ । ଆପଣ ଟିକେ ଆଳସ୍ୟ ଅନୁଭବ କରିବେ । ନୂତନ ଭାବରେ ଆରମ୍ଭ କରୁଥିବା କାର୍ଯ୍ୟରେ ବ୍ୟସ୍ତ ରହିବେ । ଅପେକ୍ଷା କରୁଥିବା ବନ୍ଧୁଙ୍କୁ ନପାଇ ବ୍ୟସ୍ତ ହୋଇ ପଡିବେ । ଯେତେ ଚେଷ୍ଟା କରିଲେ ମଧ୍ୟ ପରିଶ୍ରମ ମୁତାବକ କମ୍ ଫଳ ପାଇବେ । ଚାକିରିରେ ବଦଳି ହେବା ଦ୍ୱାରା ଅସୁବିଧାରେ ପଡି ପାରନ୍ତି । ସତର୍କ ରୁହନ୍ତୁ ଆପଣଙ୍କ ବ୍ୟବହାରରେ ଶତ୍ରୁ ବୃଦ୍ଧି ହୋଇପାରନ୍ତି । କୈାଣସି ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କଲେ କ୍ଷତିରେ ପଡିବେ । ମହିଳା ମାନେ ଅଧିକ କାର୍ଯ୍ୟକରି ପ୍ରଂଶସିତ ହେବେ । ସମ୍ପତି ବଢାଇବାର ଯୋଜନା ସଫଳ ହେବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ
ବୃଷ-
ଆପଣଙ୍କର ସମସ୍ୟାର ସମାଧାନ ଖୋଜିବାରେ ସଫଳ ହେବେ। ଆର୍ଥିକ ସ୍ଥିତିରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା। ବେପାରରେ ବିଶେଷ ସଫଳତା ହାସଲ ହେବ। ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛନ୍ତି ତେବେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ରାଜନୀତିରେ ମାନସମ୍ମାନ ପାଇବେ। କୋର୍ଟକଚେରି ମାମଲା ଠାରୁ ଦୂରରେ ରହନ୍ତୁ ଭଲ ହେବ। ଇଲେକ୍ଟ୍ରିକ୍ ବାଇକ୍ କିଣିବା ଯୋଗ ରହିଛି। ଘରର ସୁଖସମୃଦ୍ଧି ବୃଦ୍ଧି ହେବାର ସମ୍ଭାବନା। ଦାମ୍ପତ୍ୟ ଜୀବନରେ ମତଭେଦ ଦୂର ହେବ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- “ଓଁ ହ୍ରୀଂ ଶ୍ରୀଂ ଶୁକ୍ରାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ମିଥୁନ-
ପେଟ ସମସ୍ୟା ପ୍ରତି ସାବଧାନ ରହିବା ଆବଶ୍ୟକ । କର୍ମକ୍ଷେତ୍ରରେ ଶତୃମାନେ ଦୂରେଇ ଯିବା ଫଳରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ନୂତନ ଯୋନଜାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ ।
ରାଜନିତିରେ ଅନେକ ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବେ ଯାହାକି ସମ୍ଭବ ହେବ ନାହିଁ । ଶିକ୍ଷାକ୍ଷେତ୍ରରେ ମନୋବାଞିତ ସ୍ଥାନରେ ପଢିବାର ସୁଯୋଗ ପାଇବେ । ବିଶେଷ ବ୍ୟକ୍ତିଙ୍କ ଠାରୁ ଶୁଭ ଖବର ପାଇବେ । ବିଦ୍ୟାର୍ଥୀ ମାନେ ଗୁରୁଜନ ମାନଙ୍କ ଆଜ୍ଞା ପାଳନ କରିବେ । ମହିଳା ମାନେ ଅଳଙ୍କାର ମାନ କ୍ରୟ କରି ପାରନ୍ତି । କିଣା ବିକା ବେଳେ ସାବଧନତା ଅବଲମ୍ବନ କରନ୍ତୁ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ-
ଆପଣ ଖୁବ୍ ପରିଶ୍ରମ କରି ଆଗକୁ ବଢ଼ିବେ। ଆୟର ଉତ୍ସ ବୃଦ୍ଧି ହେବାର ଯୋଗ ରହିଛି। ପୁଞ୍ଜି ବଜାରରେ ନିବେଶ କରିବାକୁ ଚାହୁଁଥିଲେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ ଭଲ ରହିବ। ଅଫିସରେ ପରିବେଶ ଅନୁକୂଳ ବଜାୟ ରହିବ। ବରିଷ୍ଠଙ୍କର ସହଯୋଗ ପାଇବେ। ବୟସାଧିକ ବ୍ୟକ୍ତିମାନେ ସାମାଜିକ କାର୍ୟ୍ୟରେ ସହଯୋଗ କରିବେ। ଦାମ୍ପତ୍ୟ ଜୀବନରେ ସୁଖ ସୌହାର୍ଦ୍ଦ ବଢ଼ିବ। ଜୀବନସାଥୀ ସହିତ ଶ୍ରୀକ୍ଷେତ୍ରକୁ ଯିବା ପାଇଁ ଯୋଜନା କରିବେ। ଯେଉଁ ଛାତ୍ରଛାତ୍ରୀ ବିଦେଶରେ ଉଚ୍ଚଶିକ୍ଷା ପାଇଁ ଇଚ୍ଛୁକ ସେମାନଙ୍କର ଆଶା ପୂରଣ ହୋଇପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସମୟ ଭଲ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- “ଓଁ ଶ୍ରୀଂ କ୍ରୀଂ ଚଂ ଚନ୍ଦ୍ରାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ସିଂହ-
ମାନସିକ ଶାନ୍ତି ଅନୁଭବ କରିବେ । କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଶାନ୍ତି ପାଇବେ । ସରକାରୀ କାମ ପୂରା କରିବାରେ ସମୟ ଲାଗିପାରେ । ଆର୍ଥିକ ସ୍ଥିତି ପୂର୍ବପରି ରହିବ ଏବଂ ଅଭାବ ବୋଧ ବିଶେଷ ବାଧିବ ନାହିଁ ।ଏକତରଫା ଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇ ପାରେ । ବନ୍ଧୁ, ପରିଜନକୁ ନିଜର ମନ କଥା କୁହନ୍ତୁ । ପ୍ରେମ ଜୀବନ ଭଲ ରହିବ । ରାଜନିତିରେ ଲୋକଙ୍କ ପ୍ରିୟ ରହିବେ । ଖେଳକୁଦରେ ମନ ଦେବେ । କୈାଣସି କ୍ଷେତ୍ରରେ ନିବେଶ ପୂର୍ବରୁ ଦେଖିକି ନିବେଶ କରନ୍ତୁ । ଗୃହିଣୀଙ୍କ ଘର କାମରେ ଘର ଲୋକ ସାହାର୍ଯ୍ୟ କରିବେ । ରାଜନୀତିରେ ଆର୍ଥିକ ଲାଭ ହୋଇପାରେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ
କନ୍ୟା-
ଆପଣଙ୍କ ଭଲ ବ୍ୟବହାରରେ ଆଖପାଖର ଲୋକ ପ୍ରଭାବିତ ହେବେ। ଆୟ ବୃଦ୍ଧି ଲାଗି ଅଧିକ ଉତ୍ସ ପାଇବାର ସମ୍ଭାବନା। ପୁଞ୍ଜି ବଜାର କ୍ଷେତ୍ରରେ ଥିବା ଲୋକ ନିବେଶ କରିବା ସମୟରେ ଧୈର୍ଯ୍ୟ ଧରି କାମ କରନ୍ତୁ। ଅଫିସରେ ବାତାବରଣ ଟିକେ ଗମ୍ଭୀର ରହିପାରେ। ନିଜ କାମରେ ସତର୍କତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ସମ୍ବନ୍ଧରେ ଦୂରତ୍ବ ସମାପ୍ତ ହେବ। ସନ୍ତାନ ପକ୍ଷରୁ ଆପଣଙ୍କୁ ସୁଖର ଅନୁଭୂତି ହେବ। ଚାକିରି ପାଇଁ ପ୍ରୟାସ କରିଆସୁଥିବା ଛାତ୍ରଛାତ୍ରୀ ସନ୍ତୋଷଜନକ ଫଳ ପାଇବେ। ଭଲ ସ୍ବାସ୍ଥ୍ୟ ପାଇଁ ପ୍ରତିଦିନ ଯୋଗାସନ କରନ୍ତୁ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- “ଓଁ ଐଂ ସ୍ତ୍ରୀଂ ଶ୍ରୀଂ ବୁଧାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ତୁଳା-
ଶାରିରୀକ କ୍ରିଡା ଭୋଗିଲେ ମଧ୍ୟ ଅନ୍ୟ ସମସ୍ତ କର୍ମରେ ଶୁଭଫଳ ପାଇବେ । ପ୍ରେମିକ ପ୍ରେମିକା ମାନେ ବିଶ୍ୱାସ ଭାଜନ ହେବେ । ନୂଆ ଲୋକଙ୍କ ସହ ସାକ୍ଷାତରେ ଆପଣଙ୍କୁ ଲାଭ ହେବ । ଘରର ବାତାବରଣ ଶାନ୍ତିମୟ ରହିବ । ରାଜନୀତିରେ ନିଜକୁ ଦୃଢ ରôଖବେ । ଛାତ୍ରଛାତ୍ରୀ ମାନେ ଉତମ ଫଳ ପ୍ରଦର୍ଶନ କରିବେ । କୈାଣସି ବିଶେଷ ଖବର ମିଳିବାର ଯୋଗ ଅଛି । ଡାକ୍ତରୀ ଛାତ୍ରୀ କିଛି ନୂଆ ଶିଖିବେ । ଆୟନ୍ ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂର ହେବ । ନୂତନ ବାହନ ଆଦି ପ୍ରାପ୍ତି ହେବାର ଯୋଗ ଅଛି । ମହିଳା ମାନେ ଅଚାନକ କୈାଣସି ନିର୍ଣ୍ଣୟ ନିଅନ୍ନୁ ନାହିଁ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ
ବିଛା-
ପେସାଦାର ବ୍ୟବସାୟୀଙ୍କ ଲାଗି ବହୁତ ଭଲ ସୁଯୋଗ ଅପେକ୍ଷା କରି ରହିଛି। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ। ଚାକିରିରେ ପଦୋନ୍ନତି ସହ ମନ ଚାହୁଁଥିବା ଅଞ୍ଚଳକୁ ବଦଳି ହୋଇପାରନ୍ତି। ରାଜନୀତିକ ଲୋକଙ୍କ ଲାଗି ସମୟ ଭଲ। ନିଜର ପରିସର ବଢ଼ାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିବେ। ବରିଷ୍ଠ ଓକିଲଙ୍କ ସହିତ କୌଣସି ମାମଲାର ଆଲୋଚନା ପାଇଁ ତାଙ୍କ ଘରକୁ ଯିବେ। ପରିବାରରେ ହର୍ଷ ଉଲ୍ଲାସ ଓ ତାଳମେଳ ବଜାୟ ରହିବ। ଜୀବନସାଥୀ ଆପଣଙ୍କ ପାଇଁ କିଛି ବିଶେଷ କରିବେ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ ରହିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସୁସ୍ଥ ସବଳ ରହିବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- “ଓଁ ହୂଂ ଶ୍ରୀଂ ମଙ୍ଗଳାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ଧନୁ-
ପିତାମାତାଙ୍କ ଓ ସହଯୋଗ ପାଇବେ । ଗମନା ଗମନ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ସକାରତ୍ମକ ବିଚାର କ୍ୟାରିୟରକୁ ନୂଆ ଦିଶା ଦେବ । ଫିଲ୍ମି ଉଦ୍ୟୋଗି କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ । ଅନେକ ଦିନରୁ ଲାଗି ରହିଥିବା ଦେହ ପିଡାରୁ ମୁକ୍ତ ରହିବେ । କୈାଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହିବେ । କାମରେ ଭାଇ,ଭଉଣୀଙ୍କ ସହଯୋଗ ପାଇବେ । ନୂଆ ନୂଆ ବନ୍ଧୁ ସୃଷ୍ଟି କରିବେ । ଚାକିରିରେ ପ୍ରାଧାନ୍ୟ ବୃଦ୍ଧି ପାଇବ । ପଢାପଢିରେ ଶୁଭଫଳ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଏଭଳି ସୁଯୋଗ ପାଇବେ , ଯାହା ଦ୍ୱାରା ଭବିଷ୍ୟତ ଉଜ୍ଜଳ ହେବ । ଅଫିସ୍ କାମରେ ବ୍ୟସ୍ତ ରହିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହନୁମାନଙ୍କ ପାଖରେ ବୁନ୍ଦିଲଡୁ ଭୋଗ ଲଗାଇ ଛୋଟ ପିଲାଙ୍କୁ ଖାଇବାକୁ ଦିଅନ୍ତୁ
ମକର-
ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ବେପାରରେ ବଡ଼ ସୁଯୋଗ ମିଳିବା ଯୋଗୁଁ ଧନଲାଭ ହେବ। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିବିଶେଷଙ୍କ ଲାଗି ସମୟ ଲାଭଦାୟକ। ନୂଆ ଚାକିରିର ସୁଯୋଗ ଆସିବ। ରାଜନୀତିକ ନେତା କିଛି ଭଲ କାମରେ ସହଯୋଗ ଦେଇପାରନ୍ତି। ପରିବାରରେ ସୁଖ ସୌଭାଗ୍ୟ ବଢ଼ିବ। ସନ୍ତାନ ତରଫରୁ ଖୁସି ଖବର ପାଇବେ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଛାତ୍ରଛାତ୍ରୀ କାମ ଓ ପାଠପଢ଼ାରେ ଭାରସାମ୍ୟ ବନାଇ ଚାଲିବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତ ଓ ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- “ଓଁ ଐଂ ହ୍ରୀଂ ଶ୍ରୀଂ ଶନୈଶ୍ଚରାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
କୁମ୍ଭ-
ବାପା, ମାଙ୍କ ଆର୍ଶୀବାଦ ଲକ୍ଷ୍ୟ ସ୍ଥଳରେ ପହଞିବାରେ ସାହାର୍ଯ୍ୟ କରିବ । କର୍ମକ୍ଷେତ୍ରରେ କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବାକୁ ପଡିପାରେ । କବିଙ୍କର କୈାଣସି କବିତାରେ ପ୍ରଂଶସା ମିଳିପାରେ । ନେତା ବା ଉଚ୍ଚପଦସ୍ଥ ଅଧୀକାରୀଙ୍କ ସହିତ ରହିବାର ସୁଯୋଗ ମିଳିବ । ନିଜ ସାମର୍ଥ୍ୟ ଅନୁଯାୟୀ ସରଳ ଭାବେ କାମ ପୁରା କରିବେ । ବିଦ୍ୟାର୍ଥୀ ମାନେ ନାନା ସମସ୍ୟାରେ ଆଗେଇବେ । ଭଗବାନ୍କୁ ସୁମରଣ ଦ୍ୱାରା ମନସ୍କାମନା ପୂରଣ ହେବ । ମହିଳା ମାନେ ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ । ପଢାପଢିରେ ଓ ପରିକ୍ଷାରେ ସମଫଳ ମିଳିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ
ମୀନ-
ଆର୍ଥିକ ସ୍ଥିତି ମଜଭୁତ କରିବା ଲାଗି ଅଧିକ ପରିଶ୍ରମ କରିବେ। ବ୍ୟବସାୟରେ ଭଲ ଲାଭ ମିଳିବା ଯୋଗୁଁ ନୂଆ ଶାଖା ଆରମ୍ଭ କରିବା ଲାଗି ପରିବାର ସହିତ କଥା ହେବେ। ସରକାରୀ ଚାକିରିଜୀବୀଙ୍କ ଲାଗି ସମୟ ବହୁତ ଭଲ। ବିଦେଶ ଯିବାର ଯୋଗ ରହିଛି। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ଭଲ। ପାରିବାରିକ ମାମଲାରେ ପରିବାରର ସବୁ ଲୋକଙ୍କ ସହଯୋଗ ପାଇବେ। ଛାତ୍ରାବାସରେ ରହୁଥିବା ଛାତ୍ରମାନେ ଲେଖାପଢ଼ାରେ ଧ୍ୟାନ ଦିଅନ୍ତୁ। ଛାତ୍ରୀମାନଙ୍କର ବୃଦ୍ଧି ହେଉଥିବା ଆତ୍ମବିଶ୍ବାସ କାମରେ ଆସିବ। ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ।
ଶୁଭ ରଙ୍ଗ - ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- “ଓଁ ବୃଂ ବୃହସ୍ପତୟେ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
Daily Horoscope 9th March 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Ayurveda Hair Care Tips: ଚୁଟିରେ ତେଲ ଲଗାଉଥିଲେ ସାବଧାନ! ଉପୁଡିବାର ଏକ କାରଣ ହୋଇପାରେ

T20 World Cup: ଟ୍ରୋଲରଙ୍କୁ ଧୋଇଲେ ଟିମ୍ ଇଣ୍ଡିଆ ଗୌତମ ଗମ୍ଭୀର , ଦେଲେ କଡ଼ା ଜବାବ

T20 World Cup: ସାରା ଦେଶରୁ ଛୁଟୁଛି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)