Advertisment

Odisha Tragedy: ଗୋଟିଏ ଜୁଇରେ ଜଳିଲେ ମା’ ପୁଅ, ମାତ୍ର କିଛି ମିନିଟ୍… ବୋହୂ ଜନ୍ମଦେଲା ଶିଶୁକନ୍ୟା

ଦୁନିଆର ସବୁ ଦୁଃଖ ଏକାଥରେ ଛିଡ଼ିପଡ଼ିଛି । ଗୋଟିଏ ଜୁଇରେ ଜଳିଛି ମା’-ପୁଅଙ୍କ ମୃତଦେହ । ପରିବାରର ଦୁଇଜଣଙ୍କ ମୃତ୍ୟୁର କିଛି ମିନିଟ ପରେ ଶିଶୁକନ୍ୟାକୁ ଜନ୍ମ ଦେଇଛି ବୋହୂ । ଆପଣଙ୍କୁ ଏହି କଥା କାହାଣୀ ପରି ଲାଗୁଥାଇପାରେ ।

author-image
Manas Ranjan Mohanty
RedhaKhol-Accident-Death

RedhaKhol-Accident-Death Photograph: (OTV)

ଦୁନିଆର ସବୁ ଦୁଃଖ ଏକାଥରେ ଛିଡ଼ିପଡ଼ିଛି । ଗୋଟିଏ ଜୁଇରେ ଜଳିଛି ମା’-ପୁଅଙ୍କ ମୃତଦେହ । ପରିବାରର ଦୁଇଜଣଙ୍କ ମୃତ୍ୟୁର କିଛି ମିନିଟ ପରେ ଶିଶୁକନ୍ୟାକୁ ଜନ୍ମ ଦେଇଛି ବୋହୂ । ଆପଣଙ୍କୁ ଏହି କଥା କାହାଣୀ ପରି ଲାଗୁଥାଇପାରେ । ହେଲେ ବାସ୍ତବତା ଆପଣଙ୍କ ଆଖି ଆଗରେ ନାଚିଉଠୁଛି । ଆପଣ ଏହାକୁ ଭାଗ୍ୟ କହିପାରନ୍ତି, ନହେଲେ କପାଳର ଲିଖନ । କାରଣ ସୁଖର ଦିନଟା ଆସୁ ଆସୁ ଦୁଃଖର ବାଦଲ ଏଠି ଛିଡ଼ିପଡ଼ିଛି । ହସ୍ପିଟାଲରୁ ଆମ୍ବୁଲାନ୍ସରେ ଆସି ମୃତଦେହ ପହଞ୍ଚିବା ପରେ ଅନ୍ତିମ ସତ୍କାର ସରିଛି । ଆଉ ସବୁଠାରୁ ବଡ଼ କଥା କ’ଣ ଜାଣନ୍ତି, ସେହି ସମୟରେ ମା’ କୋଳକୁ ଆସିଛି କୁନି ଝିଅ ।

Advertisment

ଏଭଳି ଏକ ହୃଦୟ ବିଦାରକ ଘଟଣା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରୁ ଆସିଛି । ରେଢ଼ାଖୋଲ ବ୍ଲକ, ବଡ଼ମାଳ ପଞ୍ଚାୟତ, ପିପିଲିକାନୀ ଗାଁର ମା’ ମଞ୍ଜୁ ମାଝୀ ଓ ପୁଅ ମନୋଜ ମାଝୀ ଉଭୟ ଗତକାଲି ସଂନ୍ଧ୍ୟରେ ଗର୍ଭବତୀ ପତ୍ନୀଙ୍କୁ ଦେଖା କରିବାକୁ ଝାରବେଡା ଗାଁକୁ ଯାଇ ବାଇକରେ ଫେରୁଥିଲେ । ସେହି ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା । ସେପଟେ ପତ୍ନୀଙ୍କ ପ୍ରସବ ପାଇଁ ଆଗକୁ ଆହୁରି ୧୦ ଦିନ ବାକି ଥିବାବେଳ ହଠାତ ଏମାନଙ୍କ ମୃତ୍ୟୁର କିଛିକ୍ଷଣ ମଧ୍ୟରେ କନ୍ୟା ସନ୍ତାନ ନେଇଥିଲା । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । 

ଜନ୍ମ ନେଉ ନେଉ କୁନି ଝିଅଟା ତା’ ବାପାକୁ ହରାଇଛି । ଜେଜେମା’ ବି ସବୁଦିନ ପାଇଁ ଆଖି ବୁଜିଛନ୍ତି । ଶିଶୁକନ୍ୟାଟି ଜନ୍ମନେଇ ଅଧା ଅନାଥ ହୋଇଯାଇଛି । ଗୋଟିଏ ପରିବାର ପାଇଁ ସୁଖ ବଦଳରେ ଦୁଃଖର ପାହାଡ ଭାଙ୍ଗିପଡ଼ିଛି । 

Advertisment
Related Articles
Advertisment