/odishatv-khabar/media/media_files/2025/11/10/angul-elephant-child-2025-11-10-17-46-47.jpg)
Angul-Elephant-Child Photograph: (OTV)
ମା’ ମୋ ଭୁଲ୍ କଣ ? ମୁଁ କ’ଣ ଦୋଷ କରିଛି । ଦୁନିଆର ଆଲୋକ ଦେଖାଇ କାହିଁକି ପର କରିଦେଲୁ। ମୁଁ ଏବେ ଏକା ହୋଇଯାଇଛି । ବନ ବିଭାଗର ଏହି ଯନ୍ତା ମୋତେ ଭଲ ଲାଗୁନି । ଏଠି ଥିବା ଲୋକମାନେ ମୋର ଖୁବ୍ ଯତ୍ନ ନେଉଛନ୍ତି, କିନ୍ତୁ କ’ଣ ହେବ ମୁଁ ତୋ ସହ ଖୋଲା ଆକାଶ ତଳେରହିବାକୁ ଚାହେଁ । ତୋ ସହ ଜଙ୍ଗଲରେ ଚରି ବୁଲିବାକୁ ମୋର ଇଚ୍ଛା । ଏ ମଣିଷମାନେ ଛୁଇଁଦେଲେ ବୋଲି ମୋତେ ନେଉନୁ ନା ମା’ । ମୋର ଉପରେ ଅଭିମାନ କରିଛୁନା ମା’ । ମା’ଠୁଅଲଗାହେବାପରେପାଟିଫିଟାଇପାରୁନଥିବାଏ ନବଜାତ ହାତୀଛୁଆଟାମନରେଏମିତିକିଛିଚାଲୁଥିବ।
ଗତ ଶନିବାର ଦିନ ୨୨ ଟିକିଆ ହାତୀପଲ ଅନୁଗୁଳ ଜିଲ୍ଲାର ଶ୍ୟାମସୁନ୍ଦରପୁର ଗାଁରେ ଥିବା ଏକ ଧାନ କିଆରିରେ ଧାନଖାଇଥିଲେ।ସେହିସମୟରେ ମା’ ହାତୀ ଏକ ଛୁଆଟିକୁ ଜନ୍ମ ଦେଇ ଛାଡ଼ି ପଳାଇଯାଇଥିଲା। । ରାତି ସାରା ଧାନବିଲ କାଦୁଅରେ ଛଟପଟ ହେଉଥିଲା ହାତୀ ଛୁଆ । ପାଟି ଖୋଲୁନଥିଲେ ବି ନିଜ ମା’କୁ ଭାରି ଖୋଜିଥିଲା । ଏହି ସମୟରେ ବନ ବିଭାଗ ପାଖରେ ଖବର ପହଞ୍ଚିଥିଲା । କିଛି ସମୟ ଭିତରେ ବନ ବିଭାଗ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ହାତୀ ଛୁଆଟିକୁ ଉଦ୍ଧାର କରିଛି।
ପ୍ରଥମେହାତୀଛୁଆଟିକୁ କୁଲାସିଂହା ନର୍ସରୀରେ ରଖାଯାଇ ଚିକିତ୍ସା କରାଯାଇଥିଲା । ଛୁଆଟି ସୁସ୍ଥ ହେବା ପରେ ତାକୁ ହାତୀ ପଲରେ ଛାଡ଼ିବାକୁ ଅନେକ ଚେଷ୍ଟା କରିଥିଲା ବନ ବିଭାଗ । ଏଥିପାଇଁ ରାତିସାରା ଅଧିକାରୀମାନଙ୍କୁ ଅନିଦ୍ରା ହେବାକୁ ପଡ଼ିଥିଲା । ରାତିରେ ଜଙ୍ଗଲରୁ ହାତୀ ପଲ ସହ ମା’ ହାତୀ ଧାନ ଖାଇବାକୁ ଆସିଥିଲେ ବି ଛୁଆ ହାତୀଟିକୁ ନନେଇ ଚାଲିଯାଇଥିଲେ । ପରେ ବନ ବିଭାଗ ହାତୀ ଛୁଆକୁ ନେଇ ଫେରିଆସିଥିଲା। ବନ ବିଭାଗ ଛୁଆ ହାତୀର ଯତ୍ନ ନେବା ସହିତ ଆଉଥରେ ତାର ମାଆ ପାଖକୁ ପଠାଇବାକୁ ଉଦ୍ୟମ କରିବ ବୋଲି ସୂଚନା ମିଳିଛି ।
High Drama For Pet Dog: କୁକୁର ପାଇଁ ହଙ୍ଗାମା; ନାକ କାଟି ଦେଲେ ପଡୋଶୀ

Crisis Clouds Tehran: ଖାଲି ହୋଇଯିବ ଏହି ବଡ଼ ସହର ! ରହିବେନି ଆଉ ମଣିଷ...ସଙ୍କଟ ବି ଏମିତି

From Romance to Ruin: ଏମିତି ପ୍ରେମିକାକୁ ଦୂରୁ ଜୁହାର, ପ୍ରେମିକକୁ କରିଦେଲା ଅମଣିଷ

Govinda's Wife Sunita Confesses: ଗୋବିନ୍ଦା ନୁହଁନ୍ତି ଭଲ ସ୍ବାମୀ , ହିରୋଇନଙ୍କ ସହ ବିତାନ୍ତି ଅଧିକ ସମୟ...ସୁନୀତା କହିଲେ ଏଭଳି କଥା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)