/odishatv-khabar/media/media_files/2025/11/10/jajpur-panikoili-chhaka-2025-11-10-17-22-28.jpg)
Jajpur-Panikoili-Chhaka Photograph: (OTV)
ରକ୍ତରେ ଭିଜୁଛି ପାଣିକୋଇଲି ଛକ । କଳା ପିଚୁରେ ନାଲି ରକ୍ତର ଛିଟା । ପ୍ରଶାସନ ଚୁପ୍, ଜୀବନ ନେଉଛି ଦୁର୍ଘଟଣା ରୂପୀ ବ୍ରହ୍ମରାକ୍ଷସ ! ପାଣିକୋଇଲିର ଚଳଚଞ୍ଚଳ ରାସ୍ତା। ଯେଉଁଠି ବାରମ୍ବାର ଦୁର୍ଘଟଣା ଘଟି ଶହ ଶହ ଲୋକଙ୍କ ଜୀବନ ଯାଇଛି । କାହା ସିନ୍ଦୂର ଲିଭୁଛି । ତ ପୁଣି କେଉଁ ମା’ର କୋଳ ଖାଲି ହେଉଛି । ସରକାରୀ ରିପୋର୍ଟ ଅନୁସାରେ, ଗତ ୧୦ ବର୍ଷରେ ଏଠି ୧୯୬ ଜଣଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଛି । ଆଉ ବେସରକାରୀ ଭାବେ ୩୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଥିବା କୁହାଯାଉଛି । ତେଣୁ ଏଭଳି ପରିସ୍ଥିତିରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ତୁରନ୍ତ ଏଠି ଟ୍ରାଫିକ ପୋଷ୍ଟ ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇଛି ।
ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଭାରିଯାନ କେନ୍ଦୁଝର, କଳିଙ୍ଗନଗର, ଅନୁଗୁଳ ଓ ତାଳଚେରକୁ ଯାତାୟାତ କରନ୍ତି । ସେହିଭଳି କୋଲକତା, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ବିହାରକୁ ଲୋକମାନେ ଯାଆଆସ କରନ୍ତି । ତେଣୁ ଗୋଟିଏ ସମୟରେ ଶହ ଶହ ଯାନ ଯାତାୟାତ ଯୋଗୁ ରାସ୍ତା ଜାମ୍ ରହିବା ସହ ଦୁର୍ଘଟଣା ଘଟୁଛି । ତଥ୍ୟ ଅନୁସାରେ ପ୍ରତି ୩ ଦିନରେ ପାଣିକୋଲି ଛକରେ ୨ଟି ଦୁର୍ଘଟଣା ଘଟେ । କିନ୍ତୁ ପୋଲିସ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗେନି । ସେପଟେ ଏନେଇ ଯାଜପୁର ଏସପି ୟଶପ୍ରତାପ ଶ୍ରୀମଲଙ୍କ ସହ ଆମେ ଯୋଗାଯୋଗ କରିବାକୁ ଟ୍ରାଫିକ ପୋଷ୍ଟ ନିର୍ମାଣ ପାଇଁ ସରକାରଙ୍କୁ ଜଣାଯାଇଛି, ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି ।
ପାଣିକୋଲି ଛକରୁ ମାତ୍ର ୫୦୦ ମିଟର ପାଣିକୋଇଲି ଥାନା । ପ୍ରତିଟି ଦୁର୍ଘଟଣା ସମ୍ପର୍କରେ ପୋଲିସ ପାଖରେ ଖବର ରହିଛି । ତଥାପି ଯାତ୍ରୀଙ୍କ ସୁରକ୍ଷା ପ୍ରତି କୌଣସି ପଦକ୍ଷେପ ନିଆଯାଉନଥିବା ସାଧାରଣରେ ଚିନ୍ତାର ବିଷୟ ପାଲଟିଛି ।
Major IPL Trade Buzz: ଜାଡେଜାଙ୍କୁ ହଟାଇ ସଞ୍ଜୁଙ୍କୁ ଆଣିବ CSK, ରାଜସ୍ଥାନ ରଖିଲା ସର୍ତ୍ତ

Gold And Silver Prices Update: ପୁଣି ଉପର ମୁହାଁ ସୁନା ଦର, ବଢିଲା ରୁପା ମୂଲ୍ୟ

20 Years of Struggle Nears an End: ୨୦ ବର୍ଷର ସଂଘର୍ଷରୁ ମିଳିଯିବ ମୁକ୍ତି, ସରକାର ବଦଳାଇବେ ଭାଗ୍ୟ

High Drama For Pet Dog: କୁକୁର ପାଇଁ ହଙ୍ଗାମା; ନାକ କାଟି ଦେଲେ ପଡୋଶୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)