/odishatv-khabar/media/media_files/2025/11/10/elephant-terror-in-village-2025-11-10-17-36-11.jpg)
ELEPHANT-Terror-in-Village Photograph: (OTV)
ଦଳ ଦଳ ହୋଇ ହାତୀ ଘୁରି ବୁଲୁଛନ୍ତି ଗାଁରୁ ଗାଁ । ଯେଉଁଠି ପାଇଲେ, ସେଠି ପଶି ଧାନ ପନିପରିବା ଫସଲ ନଷ୍ଟ କୁରୁଛନ୍ତି । ରାତି ଉଜାଗର ହୋଇ ନିଆଁ ଜାଳି ଫସଲ ରକ୍ଷାରେ ବ୍ୟସ୍ତ ଚାଷୀ । ତା ସହିତ ସହାୟତା ରାଶି ବଢାଇବାକୁ ଦାବି କରୁଛନ୍ତି । କେନ୍ଦୁଝରରେ ହାତୀ ଆତଙ୍କ ଏବେ ସବୁଦିନିଆ ଘଟଣା ହୋଇଯାଇଛି ।
ସଦର ରେଞ୍ଜ ଅଞ୍ଚଳରେ ୩୨ ଟିକିଆ ହାତୀ ପଲ ଗତ ୫ ଦିନ ହେବ ଡେରା ପକାଇଛି । ଦେଓବନ୍ଧ, ବାରଖଣ୍ଡା, ମଇଦାନକେଲ, ହରିହରପୁର ଓ ତାଳପଦା ଅଞ୍ଚଳରେ
ଧାନ ଓ ପନିପରିବା ଫସଲ ନଷ୍ଟ କୁରିଛନ୍ତି । ରାତି ଉଜାଗର ହୋଇ ମଶାଲ ଧରି ଫସଲ ରକ୍ଷାରେ ବ୍ୟସ୍ତ ଚାଷୀ ।
ଧାର କରଜ କରି ଚାଷ କରି ବର୍ଷ କର ଖାଦ୍ୟ ଯୋଗାଡ଼ କରେ ଚାଷୀ ହେଲେ ହାତୀ ସେ ସବୁକୁ ଉଜାଡ଼ି ଦେଉଛି । ଫଳରେ ତାଙ୍କୁ ମିଳୁଥିବା ସରକାରୀ ସହାୟତା ଯଥେଷ୍ଟ ହେଉ ନାହିଁ । ଏହି ରାଶିକୁ ବଢାଇ ଦୁଇଗୁଣ କରିବାକୁ ଚାଷୀମାନେ ଦାବି କରିଛନ୍ତି ।
ଏବେ ୩୨ ଟିକିଆ ହାତୀ ପଲ ଦେଓବନ୍ଧ ଅଞ୍ଚଳରେ ଡେରା ପକାଇ ଅଛନ୍ତି । ଏମାନଙ୍କ ମଧ୍ୟରେ ୧୨ଟି ଦନ୍ତା , ୧୩ ଟି ମାଇ ଓ ୭ଟି ଛୁଆ ହାତୀ ଅଛନ୍ତି । ହାତୀ ପଲ ରାତି ରାତି ବୁଲୁଥିବାରୁ ଗାଁ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ଏପଟେ ବନ ବିଭାଗ ସାଙ୍ଗରେ ଗଜ ସାଥି , ହାତୀ ସୁରକ୍ଷା ଦଳ, ପୋଲିସ୍ ଫୋର୍ସ ଧରି ହାତୀଙ୍କୁ ଧାନ ବିଲରୁ ଘଉଡାଇବା ସହ ସୁରକ୍ଷା ଦେବାରେ ଲାଗିଛି ।
20 Years of Struggle Nears an End: ୨୦ ବର୍ଷର ସଂଘର୍ଷରୁ ମିଳିଯିବ ମୁକ୍ତି, ସରକାର ବଦଳାଇବେ ଭାଗ୍ୟ

High Drama For Pet Dog: କୁକୁର ପାଇଁ ହଙ୍ଗାମା; ନାକ କାଟି ଦେଲେ ପଡୋଶୀ

Crisis Clouds Tehran: ଖାଲି ହୋଇଯିବ ଏହି ବଡ଼ ସହର ! ରହିବେନି ଆଉ ମଣିଷ...ସଙ୍କଟ ବି ଏମିତି

From Romance to Ruin: ଏମିତି ପ୍ରେମିକାକୁ ଦୂରୁ ଜୁହାର, ପ୍ରେମିକକୁ କରିଦେଲା ଅମଣିଷ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)