Advertisment

Rayagada Registration Reveals Odisha Link: ଆନ୍ଧ୍ର ବସ୍ ପୋଡି ଘଟଣାର ଓଡ଼ିଶା ଲିଙ୍କ୍, ବସଟି ରାୟଗଡା ପରିବହନ କାର୍ଯ୍ୟାଳୟରେ ହୋଇଥିଲା ପଞ୍ଜୀକୃତ

ବସଟି ରାୟଗଡା ପରିବହନ କାର୍ଯ୍ୟାଳୟରେ ପଞ୍ଜୀକୃତ ହୋଇଛି । ଏହାର ମାଲିକ ରାୟଗଡା ସହର ସାଇପ୍ରିୟ ନଗରର ଭେଙ୍କେଟେଶ ୱାଲୁ ଭେମୁରିଙ୍କ ନାମରେ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି । ବସ୍ ଟି ରାୟଗଡ଼ା RTOରେ ପଞ୍ଜୀକରଣ ହୋଇଥିବା ସ୍ପଷ୍ଟ ହୋଇଛି ।

author-image
Tapan Swain
Bus Fire

Bus Fire Photograph: (OTV)

ଆନ୍ଧ୍ର ବସ୍ ପୋଡି ଘଟଣାର ଚେର ଓଡ଼ିଶାକୁ ଲମ୍ବିଛି । ବସଟି ରାୟଗଡା ପରିବହନ କାର୍ଯ୍ୟାଳୟରେ ପଞ୍ଜୀକୃତ ହୋଇଛି । ଏହାର ମାଲିକ ରାୟଗଡା ସହର ସାଇପ୍ରିୟ ନଗରର ଭେଙ୍କେଟେଶ ୱାଲୁ ଭେମୁରିଙ୍କ ନାମରେ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି । ବସ୍ ଟି ରାୟଗଡ଼ା RTOରେ ପଞ୍ଜୀକରଣ ହୋଇଥିବା ସ୍ପଷ୍ଟ ହୋଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

Advertisment

କେଉଁ ପରିସ୍ଥିତିରେ ବସ୍ ଟି ହାଇଦ୍ରାବାଦରୁ ବେଙ୍ଗାଳୁରୁ ଚାଲିଥିଲା ଅସ୍ପଷ୍ଟ ରହିଛି। ବେଆଇନ ନା ଆଇନ ଭାବେ କରାଯାଇଛି ତାହାର ଯାଞ୍ଚ କରାଯାଉଛି ବୋଲି ଜିଲାପାଳ କହିଛନ୍ତି। ରାୟଗଡ଼ା RTOଙ୍କୁ ତଦନ୍ତ ପାଇଁ କୁହାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ...

ହାଇଦ୍ରାବାଦରୁ ବେଙ୍ଗାଳୁରୁ ଅଭିମୁଖେ ଯାଉଥିବା ବସ୍ କୁର୍ଣ୍ଣୁଲ ଜିଲ୍ଲା ଚିନାଟେକୁର ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ନିଆଁ ଲାଗିଯାଇଥିଲା । ଗୋଟିଏ ଦୁଇଚକିଆ ଗାଡିକୁ ଧକ୍କା ଦେବା ପରେ ବସରେ ନିଆଁ ଲାଗିଯାଇଥିଲା । ଏହି ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଓଡ଼ିଶାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି।

Advertisment

ମୃତ ଯୁବକ ଜଣକ ହେଲେ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗାଁର କେ.ଦୀପକ କୁମାର ।  ସେ ଆଇଟି ସେକ୍ଟରରେ ସଫ୍ଟୱେର ଇଞ୍ଜିନିୟର ଭାବେ ବେଙ୍ଗାଳୁରୁରେ କାର୍ଯ୍ୟରତ ଥିଲେ। ଗତ ୨୩ ତାରିଖ ଦିନ ହାଇଦ୍ରାବାଦରୁ ବସ ଯୋଗେ ବେଙ୍ଗାଳୁରୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି। କେ ଦୀପକ କୁମାର ତାଙ୍କ ବାପାମାଆଙ୍କର ଏକମାତ୍ର ସନ୍ତାନ ଥିଲେ। ଖବର ପାଇ  ତାଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ ।  ତାଙ୍କର ଡି.ଏନ୍.ଏ ଟେଷ୍ଟ ହୋଇ ସାରିଛି। ଏନେଇ ରାୟଗଡା ଜିଲ୍ଲାପାଳ ପ୍ରତିକ୍ରିୟା ଦେଇଛନ୍ତି ।  

ଏହି ବସର ମାଲିକ ରାୟଗଡା ସହର ସାଇପ୍ରିୟ ନଗରର ଭେଙ୍କଟେଶ ୱାଲୁ ଭେମୁରି । ଏହି ନାମରେ  ରାୟଗଡ଼ା ପରିବହନ କାର୍ଯ୍ୟାଳୟରେ ବସଟି ପଞ୍ଜୀକୃତ ହୋଇଛି । ତେବେ ତାହା ଲିଗାଲ ନା ଇଲିଗାଲ ସେ ନେଇ ଯାଞ୍ଚ କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି। 

ହାଇୱେରେ ଗଡୁଥିଲା ବସ୍, ନିଘୋଡ଼ ନିଦରେ ଶୋଇଥିଲେ ଯାତ୍ରୀ। ହଠାତ୍ ଚଳନ୍ତା ବସରେ ଲାଗିଲା ନିଆଁ। ତାପରେ ଯାହା ଘଟିଲା ଆପଣଙ୍କ ସାମନାରେ। ଦେଖିଲେ ଛାତି ଥରି ଉଠୁଛି, ହୃଦୟ କାନ୍ଦି ଉଠୁଛି। ଅତି ଭୟଙ୍କର ଆଉ ହୃଦୟ ବିଦାରକ। ଚାହୁଁ ଚାହୁଁ ବସକୁ ଗିଳିଦେଲା ନିଆଁ। ଜୀଅନ୍ତା ଜଳିଗଲେ ଯାତ୍ରୀ। ଗେଟ୍ ନଖୋଲିବାରୁ ବାହାରକୁ ବାହାରି ପାରିଲେନି, ଛଟପଟ ଆଉ କଲବଲ ହୋଇ ନିଆଁ ଆଁରେ ଚାଲିଗଲା ଏକାଧିକ ଅମୂଲ୍ୟ ଜୀବନ। 

ଘରୋଇ ବସଟି ୪୧ ଯାତ୍ରୀଙ୍କୁ ଧରି ହାଇଦ୍ରାବାଦରୁ ବାହାରିଥିଲା ବେଙ୍ଗାଳୁରୁ। କେହି ଭାବି ନଥିଲେ ଏରାତି ସେମାନଙ୍କ ପାଇଁ କାଳ ରାତି ହେବ। ସକାଳର ସୂର୍ଯ୍ୟ ଉଦୟ ସେମାନେ ଆଉ ଦେଖିପାରିବେନି। ପ୍ରତ୍ୟକ୍ଷଦର୍ଶୀଙ୍କ ବଖାଣିଛନ୍ତି ସେହି ସମୟର ଛାତିଥରା କାହାଣୀ। ସେମାନଙ୍କ କହିବା କଥା, ଭୋର୍ ୩ଟା ବେଳେ କୁର୍ଣ୍ଣୁଲ ଜିଲ୍ଲା ଚିନ୍ନାଟେକୁର ନିକଟରେ ବସ୍ ସହ ସ୍କୁଟରର ଧକ୍କା ହୋଇଥିଲା। ସ୍କୁଟରଟି ବସ୍ ତଳେ ଲାଖି ଯିବାରୁ ବିସ୍ଫୋରଣ ହୋଇ ଲାଗିଥିଲା ନିଆଁ। ଜୀବନ ବଞ୍ଚାଇବାକୁ ସମସ୍ତେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ।

ସର୍ଟ ସର୍କିଟରୁ ଖୋଲି ନଥିଲା ବସ୍ ଗେଟ୍। କେହି କେହି ଏମର୍ଜେନ୍ସୀ ଗେଟ୍ ପଟେ ତ ଆଉ କିଏ ଝରକା କାଚ ଭାଙ୍ଗି ବାହାରକୁ ଡେଇଁଥିଲେ। ଯେଉଁମାନେ ବାହାରି ପାରିଲେନି ନିଆଁରେ ପୋଡ଼ିଗଲେ। 

Accident Passenger Bus Fire
Advertisment
Related Articles
Advertisment