/odishatv-khabar/media/media_files/2025/10/25/cyclone-2025-10-25-17-37-50.jpg)
cyclone Photograph: (OTV)
ଆନ୍ଧ୍ରରେ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍! ଭୀଷଣ ବାତ୍ୟା ‘ମୋନ୍ଥା’କୁ ନେଇ ବଡ଼ ଅପଡେଟ୍ । ଆନ୍ଧ୍ର ମଚ୍ଛଲିପଟ୍ଟନମ୍-କଳିଙ୍ଗପଟନମ୍ ଭିତରେ ଛୁଇଁବ ସ୍ଥଳ ଭାଗ! ୨୮ ତାରିଖ ସଂଧ୍ୟାରୁ ରାତି ଭିତରେ କରିପାରେ ଲ୍ୟାଣ୍ଡଫଲ୍ । କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁପାରେ । ଲ୍ୟାଣ୍ଡଫଲ୍ ବେଳେ ସର୍ବାଧିକ ୧୧୦ କିମି ବେଗରେ ବହିବ ପବନ।
#କେନ୍ଦ୍ରାପଡ଼ାରେ_ମୁଖ୍ୟାଳୟ_ଛାଡ଼ିବା_ମନା
— ଓଟିଭି (@otvkhabar) October 25, 2025
-ସମ୍ଭାବ୍ୟ ବାତ୍ୟା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ମୁଖ୍ୟାଳୟ ଛାଡ଼ିବା ମନା
-ସରକାରୀ କର୍ମଚାରୀଙ୍କୁ ମୁଖ୍ୟାଳୟ ନ ଛାଡ଼ିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
-୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ କେହି ମୁଖ୍ୟାଳୟ ଛାଡ଼ି ପାରିବେନି#Kendrapara#Cyclone#Montha#LeaveCancel#Odisha#OTVpic.twitter.com/GuxMjOcdP8
ସେପଟେ ବାତ୍ୟା ପ୍ରଭାବରେ ଓଡ଼ିଶାରେ ହେବ ଅତିପ୍ରବଳ ବର୍ଷା। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆନ୍ଧ୍ର ଉପରେ ବାତ୍ୟାର ପ୍ରଭାବ ଅଧିକ ରହିବ। କିନ୍ତୁ ଓଡ଼ିଶାରେ ପ୍ରଭାବରେ ପ୍ରବଳ ବର୍ଷା ହେବ। ଆଜିଠୁ ପାଗ ବଦଳୁଥିବାବେଳେ ୨୭ରୁ ୨୯ ତାରିଖ, ତିନି ଦିନ ଯାଏଁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ କାଚିବ।
'ସମ୍ଭାବ୍ୟ ବାତ୍ୟାକୁ ମୁକାବିଲା କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ।'। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ବାତ୍ୟା ମୁକାବିଲା ସମ୍ପର୍କିତ ସୂଚନାଦେଇ କଣ କହିଛନ୍ତି ଶୁଣନ୍ତୁ #Cyclone#Preparation#SureshPujari#OTV#OdishaTV#Odishapic.twitter.com/c2nCZF8XJ4
— ଓଟିଭି (@otvkhabar) October 25, 2025
୨୭ରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିକୁ ବି ଦିଆଯାଇଛି ସମାନ ଚେତାବନୀ। ସେହିପରି ୨୮ରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ୨୯ରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକକୁ ବି ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।
#ଗଞ୍ଜାମରେ_ଛୁଟି_ବାତିଲ
— ଓଟିଭି (@otvkhabar) October 25, 2025
-ସମ୍ଭାବ୍ୟ ବାତ୍ୟା ପାଇଁ ଗଞ୍ଜାମରେ ୨୫ରୁ ୩୦ ଛୁଟି ବାତିଲ
-ମୁଖ୍ୟାଳୟ ଛାଡ଼ି କେହି ନ ଯିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ#OdishaCyclone#GanjamHoliday#Odisha#OTVpic.twitter.com/DStH7Oaslc
ଏହି ସମୟରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତର ଚେତାବନୀ ଦିଆଯାଇଛି। ଝଡ଼ତୋଫୋନ ସହ ଏହି ସମୟରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ମଧ୍ୟ ବହିବ। ୩୦ ତାରିଖରୁ ପାଗରେ ପରିବର୍ତ୍ତନ ଆସିବ। ସେପଟେ କାଲିଠୁ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
#୨୮_ଓ_୨୯ରେ_ବର୍ଷା_ପବନ: #ମନୋରମା
— ଓଟିଭି (@otvkhabar) October 25, 2025
-ଓଡ଼ିଶାରେ ୨୮ ଓ ୨୯ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା
-ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା
-‘ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କିମି ବେଗରେ ପବନ ବହିବ’
-‘ଉପକୂଳବର୍ତ୍ତୀ ପୁରୀ, ଖୋର୍ଦ୍ଧା, କନ୍ଧମାଳରେ ୫୦ରୁ ୭୦ କିମି ପବନ’#OdishaWeatherAlert#HeavyRainOdisha… pic.twitter.com/d9PqBI2h8S
ସମ୍ଭାବ୍ୟ ବାତ୍ୟାକୁ ନେଇ ବାଲେଶ୍ୱରରେ ସବୁ ସରକାରୀ କର୍ମୀଚାରୀଙ୍କ ଛୁଟି ବାତିଲ। ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ଯାଏଁ ଛୁଟି ବାତିଲ କଲେ ଜିଲ୍ଲାପାଳ। ଛୁଟିରେ ଥିବା ସମସ୍ତ ସରକାରୀ କର୍ମଚାରୀ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ । ବିନା ଅନୁମତିରେ ହେଡକ୍ୱାର୍ଟର୍ସ ନଛାଡିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।
ସେହିପରି ସମ୍ଭାବ୍ୟ ବାତ୍ୟା ପାଇଁ ଗଞ୍ଜାମରେ ୨୫ରୁ ୩୦ ଛୁଟି ବାତିଲ କରାଯାଇଛି। ମୁଖ୍ୟାଳୟ ଛାଡ଼ି କେହି ନ ଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ...
Villagers Risk Lives : ଖାଲି ଭୋଟ ବେଳେ ଆସ, ଆମେ ମଲୁଣି...ଅଭିଶପ୍ତ ଜୀବନ କାଟୁଛନ୍ତି ଗ୍ରାମବାସୀ

Afghanistan Follow India: ଶୋଷରେ ଛଟପଟ ହେବ ପାକ୍ , ବନ୍ଦ ହେବ ଆଉ ଗୋଟେ ନଦୀର ପାଣି

Cyclone Montha: ମାଡି ଆସୁଛି ବାତ୍ୟା ମୋନ୍ଥା , ୧୯୯୯ ପରି ହେବ କି ଭୟଙ୍କର ?

After 1999 Super Cyclone: ବଢୁଛି ଭୟ , ଆସୁଛି ପୁଣି ଏକ ବାତ୍ୟା...ଆଜିକୁ ୨୬ବର୍ଷ ପୂର୍ବରୁ ଓଡିଶା ଦେଖିଥିଲା ମହାବାତ୍ୟା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)