Advertisment

Armed Robbery: ବଡ଼ଧରଣର ଲୁଟ୍, ବନ୍ଧୁକ ଦେଖାଇ ଲୁଟିନେଲେ ସୁନାଗହଣା

ବନ୍ଧୁକ ଦେଖାଇ ଲୁଟିନେଲେ ସୁନାଗହଣା। ନୀଳଗିରିରେ ବଡ଼ଧରଣର ଲୁଟ୍। ସୁନା ଦୋକାନୀଙ୍କଠାରୁ ଗହଣା ବ୍ୟାଗ୍ ଲୁଟ୍। ନୀଳଗିରି ଥାନା କୁଳିଗଡ଼ି ନିକଟର ଘଟଣା। ଅଭିଯୋଗ ପରେ ପୋଲିସର ଛାନଭିନ।

author-image
Chinmayee Sahoo
Loot

Loot Photograph: (OTV)

ନୀଳଗିରିରେ ବଡ଼ଧରଣର ଲୁଟ୍ । ସୁନା ଦୋକାନୀଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଗହଣା। ବିଳମ୍ବିତ ରାତିରେ ନୀଳଗିରି ଥାନା ସନ୍ତରାଗଡିଆ କୁଳିଗଡ଼ି ନିକଟରେ ଲୁଟେରାଙ୍କ ଉତ୍ପାତ ଦେଖିବାକୁ ମିଳିଛି । 

Advertisment

ଅଭିଯୋଗ ଅନୁସାରେ, କୁଳିଗଡ଼ି ଗ୍ରାମର ବ୍ୟବସାୟୀ କୃପାସିନ୍ଧୁ ରଣା ଜୁଏଲାରୀ ଦୋକାନ ବନ୍ଦ କରି ଫେରିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ବାଟରେ ଅଟକାଇବା ସହିତ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରିଥିଲେ । ପରେ ଗହଣା ଭର୍ତ୍ତି ବ୍ୟାଗ୍ ଧରି ଚମ୍ପଟ୍ ମାରିଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Loot Robbery
Advertisment