/odishatv-khabar/media/media_files/2026/02/19/ai-summit-2026-02-19-09-09-21.jpg)
AI Summit Photograph: (OTV)
ଦିଲ୍ଲୀ ଭାରତ ମଣ୍ଡପମରେ ବିଶ୍ୱ ନେତାଙ୍କ ମହାମେଳି। ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟରେ ଏକାଠି ହେଲେ ୨୦ରୁ ଅଧିକ ରାଷ୍ଟ୍ରମୁଖ୍ୟ। ଏମାନଙ୍କ ସହ ଏହି ସମ୍ମିଳନୀରେ ସାମିଲ ହୋଇଛନ୍ତି ଏଆଇ ଦୁନିଆର ମହାରଥି ଓ ଟେକ୍ କମ୍ପାନୀ ସିଇଓ। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମହାନ ଅତିଥିଙ୍କୁ ଭାରତ ମଣ୍ଡପମରେ ଭବ୍ୟ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ସମ୍ମିଳନୀରେ ଯୋଗ ଦେଇଛନ୍ତି ଶ୍ରୀଲଙ୍କା, ସ୍ପେନ୍, ଇଷ୍ଟୋନିଆ ରାଷ୍ଟ୍ରପତି। ସେହିପରି ଭୁଟାନ୍, ଫିନଲାଣ୍ଡ, କାଜାଖାସ୍ତାନ, ଫିନଲାଣ୍ଡ, ମରିସସ, ଗ୍ରୀସ୍, କ୍ରୋଏସିଆ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଷ୍ଟ୍ରର ଉପରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ପ୍ରଧାନମନ୍ତ୍ରୀ।
ସମ୍ମିଳନୀରେ ମିଳିତ ଜାତିସଂଘର ମହାସଚିବ, IMF ଏମଡି, ଗୁଗୁଲ ସିଇଓ, ଓପନ୍ ଏଆଇ ସିଇଓ ଓ ମାଇକ୍ରୋସଫ୍ଟର ପ୍ରେସିଡେଣ୍ଟ ମଧ୍ୟ ଯୋଗ ଦେଇଛନ୍ତି। ସେହିପରି ଏଆଇ ଦାୟିତ୍ୱବୋଧ ଅଭିଯାନ ପାଇଁ ମାତ୍ର ୨୪ ଘଣ୍ଟାରେ ସର୍ବାଧିକ ପ୍ରତିଶ୍ରୁତି ବା ସଂକଳ୍ପ ଗ୍ରହଣ କରି ଭାରତ ଗିନିଜ୍ ୱାର୍ଲ୍ଡ ରେକର୍ଡ ନିଜ ନାଁରେ କରିଛି।
PEO Death Case: ବଢୁଛି ପିଇଓ ମୃତ୍ୟୁ ବିବାଦ, ଅଭିଯୋଗରେ ଥିଲା କି ସତ୍ୟତା? ସପକ୍ଷରେ ବାହାରିଲେ ସ୍ଥାନୀୟ ଲୋକ

Matric Exams Begin: ଆଜିଠୁ ମାଟ୍ରିକ୍ ପରୀକ୍ଷା, AI ସମ୍ପନ୍ନ ସିସିଟିଭି କ୍ୟାମେରା ନଜରରେ ସେଣ୍ଟର

Daily Horoscope 19th February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 19th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)