Advertisment

Cricket Update: ଭାରତ ସାଙ୍ଗରେ ଖେଳିବନି ପାକିସ୍ତାନ, ୧୫ ଫେବୃଆରୀରେ ଶ୍ରୀଲଙ୍କା ଯାତ୍ରା କରିବ ଟିମ୍ ଇଣ୍ଡିଆ

ଭାରତ ବିପକ୍ଷରେ T-20 ବିଶ୍ବକପ୍ ମ୍ୟାଚ୍ ଖେଳିବ ନାହିଁ ପାକିସ୍ତାନ। ପାକିସ୍ତାନ ସରକାରଙ୍କ ପକ୍ଷରୁ ସୋସିଆଲ୍ ମିଡିଆ ଜରିଆରେ ଏହି ବଡ଼ ସୂଚନା ଦିଆଯାଇଛି। ତେବେ ଆଇସିସିର ପ୍ରୋଟୋକଲ୍ ଅନୁଯାୟୀ, ୧୫ ଫେବୃଆରୀରେ ଶ୍ରୀଲଙ୍କା ଯାତ୍ରା କରିବ ଟିମ୍ ଇଣ୍ଡିଆ।

author-image
Tapan Swain
T20

T20 Photograph: (OTV)

ଭାରତ ବିପକ୍ଷରେ T-20 ବିଶ୍ବକପ୍ ମ୍ୟାଚ୍ ଖେଳିବ ନାହିଁ ପାକିସ୍ତାନ। ପାକିସ୍ତାନ ସରକାରଙ୍କ ପକ୍ଷରୁ ସୋସିଆଲ୍ ମିଡିଆ ଜରିଆରେ ଏହି ବଡ଼ ସୂଚନା ଦିଆଯାଇଛି। ତେବେ ଆଇସିସିର ପ୍ରୋଟୋକଲ୍ ଅନୁଯାୟୀ, ୧୫ ଫେବୃଆରୀରେ ଶ୍ରୀଲଙ୍କା ଯାତ୍ରା କରିବ ଟିମ୍ ଇଣ୍ଡିଆ।

Advertisment

କାର୍ଯ୍ୟସୂଚୀ ଅନୁସାରେ ସେଠାରେ ଅଭ୍ୟାସ କରିବ ଦଳ। ତା’ସହ ସାମ୍ବାଦିକ ସମ୍ମିଳନୀ କରିବେ ଏବଂ ସମୟ ଅନୁସାରେ ଷ୍ଟାଡିୟମରେ ପହଞ୍ଚିବେ। ମ୍ୟାଚ୍ ରେଫରି ମ୍ୟାଚକୁ ବାତିଲ ଘୋଷଣା ନକରିବା ଯାଏଁ ଦଳ ଅପେକ୍ଷା କରିବ ବୋଲି ବିସିସିଆଇ ସୂତ୍ରରୁ ସୂଚନା ମିଳିଛି।...

ସୋସିଆଲ୍ ମିଡିଆ ଜରିଆରେ ବଡ଼ ସୂଚନା

ଟି-20 ବିଶ୍ୱକପ୍ ପୂର୍ବରୁ ପାକିସ୍ତାନର ନୂଆ ପାଗଳାମୀ। ଭାରତ ବିପକ୍ଷରେ T-20 ବିଶ୍ୱକପ୍ ମ୍ୟାଚ୍ ଖେଳିବ ନାହିଁ ବୋଲି କହିଲା ପାକିସ୍ତାନ। ପାକିସ୍ତାନ ସରକାରଙ୍କ ପକ୍ଷରୁ ସୋସିଆଲ୍ ମିଡିଆ ଜରିଆରେ ଏହି ବଡ଼ ସୂଚନା ଦିଆଯାଇଛି। ଚଳିତ ମାସ ୧୫ ତାରିଖରେ ଶ୍ରୀଲଙ୍କାରେ ଖେଳାଯାଇଥାନ୍ତା ଭାରତ-ପାକିସ୍ତାନ ମ୍ୟାଚ୍। କିନ୍ତୁ ଭାରତ ବିପକ୍ଷ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ମନା କରିଦେଇଛି। 

Advertisment

ରବିବାର ପାକିସ୍ତାନ ସରକାର କହିଛନ୍ତି, 2026 ଟି-20 ବିଶ୍ୱକପରେ ପାକିସ୍ତାନ ଅଂଶଗ୍ରହଣ କରିବ। କିନ୍ତୁ ଭାରତ ବିପକ୍ଷରେ ମୈଦାନକୁ ଓହ୍ଲାଇବ ନାହିଁ। ମ୍ୟାଚ୍ ବୟକଟ୍ କରିବା ସମ୍ପର୍କରେ ଯଦିଓ ସ୍ପଷ୍ଟ କାରଣ ଦର୍ଶାଇନି ପାକିସ୍ତାନ, କିନ୍ତୁ ମୋହସିନ୍ ନକଭିଙ୍କର ଇଏ ନୂଆ ନାଟକ ବୋଲି କୁହାଯାଉଛି।  

ଟି-୨୦ ବିଶ୍ୱକପରୁ ବାଂଲାଦେଶ ବାଦ୍ ପଡ଼ିବା ପରଠାରୁ, ଚିହିଁକି ଉଠିଥିଲା ପାକିସ୍ତାନ। ଏପରିକି ପୂର୍ବତନ ପାକିସ୍ତାନୀ ଖେଳାଳିମାନେ ଅଜବ ବୟାନ ବି ଦେଇ ଆସୁଥିଲେ। ପୂର୍ବତନ ଅଧିନାୟକ ରସିଦ ଖାନ ମଧ୍ୟ ପାକିସ୍ତାନ କ୍ରିକେଟ ଦଳକୁ ପ୍ରତିବାଦ ସ୍ୱରୂପ ଟି-୨୦ ବିଶ୍ୱକପ ବର୍ଜନ କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ ।

କିଛିଦିନ ତଳେ PCB ଅଧ୍ୟକ୍ଷ ମୋହସିନ ନକଭି ଏବଂ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ମଧ୍ୟରେ ଏକ ବୈଠକ ମଧ୍ୟ ବସିଥିଲା। ଆଉ ବାଂଲାଦେଶ ସମର୍ଥନରେ ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। 

ପାକିସ୍ତାନ ସରକାରଙ୍କ ଏହି ନିଷ୍ପତ୍ତି ପରେ ଏବେ ଆଇସିସି କଣ ପଦକ୍ଷେପ ନେବ, ତାକୁ ଅପେକ୍ଷା। ଭାରତ ବିପକ୍ଷରେ ନଖେଳିଳେ ପାକିସ୍ତାନ 2 ପଏଣ୍ଟ ହରାଇବା ନିଶ୍ଚିତ। ଆସନ୍ତା ଫେବ୍ରୁଆରୀ 7ରୁ ଆରମ୍ଭ ହେବ ଟି-20 ବିଶ୍ୱକପ୍। ଏନେଇ ବିସିସିଆଇ କଣ ପ୍ରତିକ୍ରିୟା ରଖୁଛି, ଆଉ ପାକିସ୍ତାନର ଏହି ଡ୍ରାମାକୁ ନେଇ ଆଇସିସିର ଆଭିମୁଖ୍ୟ ଉପରେ ରହିଛି ପୂରା ବିଶ୍ୱର ନଜର। 

India Pakistan T20
Advertisment
Related Articles
Advertisment