/odishatv-khabar/media/media_files/2026/02/01/balangir-political-football-match-2026-02-01-17-32-34.jpg)
Balangir Political Football Match Photograph: (OTV)
ଗୋଟିଏ କିକରେ ଗୋଲ କରିଦେଲେ ଦିବ୍ୟଶଂକର । ହେଲେ ଏ ଗୋଲ୍ ସାଧାରଣ ଗୋଲ୍ ନୁହେଁ, ଇଏ ପଲିଟିକାଲ୍ ଫୁଟବଲ୍ ଗୋଲ୍ । ପୁଣି ଦେହରାଇଲେ ସେ ପୁରୁଣା କଥା । କଳିକେଶଙ୍କ ଅଜା ରାଜେନ୍ଦ୍ର ନାରାୟଣ ସିଂଦେଓ ମୁଖ୍ୟମନ୍ତ୍ରୀ ଥିଲେ । ପଶ୍ଚିମ ଓଡିଶା ପାଇଁ ଗର୍ବ ଥିଲେ । ଠିକ ସେମିତି ଆମେ ସମସ୍ତେ ମିଶି କଳିକେଶଙ୍କୁ ବି ଆମ ଲିଡରସିପ ଦେବା, ଯାହାକୁ ପୂରା ଓଡିଶା ଗ୍ରହଣ କରିବ ।
ବାସ୍, ଏତିକ କହି ରାଜ୍ୟ ବିଜେଡିରେ ପୁଣି ଦିଆସିଲି ମାରିଦେଲେ ଦିବ୍ୟଶଙ୍କର । ସେପଟେ ଦିବ୍ୟଶଙ୍କରଙ୍କ କହିବାର ଠିକ୍ ପର ଦିନ, ବରଗଡର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ଫୁଟବଲ ଖେଳରେ ଅତିଥି ହୋଇ, ପୁଣି ଆଉ ଗୋଟିଏ ପଲିଟିକାଲ ଗୋଲ କରିଦେଲେ । ଦିବ୍ୟଶଂକରଙ୍କ ମତାମତକୁ ସମର୍ଥନ କରି ଦେବେଶ କହିଲେ, କଳିକେଶ ନିଅନ୍ତୁ ରାଜ୍ୟ ନେତୃତ୍ବ ।
କଳିକେଶଙ୍କୁ ନେତୃତ୍ବ ଦେବା କହି, ରାଜ୍ୟ ବିଜେଡି ରାଜନୀତିରେ ନିଆଁ ଲଗାଇଥିବା ଦୁଇ ନେତା, ଦୁଇଦିନରେ ବଦଳିଗଲେ । ବଲାଙ୍ଗିରରୁ କଳାହାଣ୍ଡି ଗଲା ପରେ, ଠିକ ପରଦିନ ଗଣମାଧ୍ୟମ ସମ୍ମିଳନୀ କରି, ନିଜ କଥାକୁ ଢୋକିଦେଲେ ଦିବ୍ୟଶଂକର । କହିଲେ, ମୁଁ ଏପରି କହିନାହିଁ । ଗଣମାଧ୍ୟମ ଯୋଡତୋଡ କରି ଦେଖାଇଛି । କିନ୍ତୁ ଦେବେଶ କହିଲେ, କଳିକେଶଙ୍କ ଅଭିଜ୍ଞତା ଓ ରାଜନୀତିରେ ପରିବାରର ସଫଳତାକୁ ଦେଖିଲେ, କଳିକେଶ ବାବୁ ଆମର ନେତୃତ୍ବ ନେବା କଥା ।
ଘଟଣାର ତିନିଦିନ ପରେ, ମୁହଁ ଖୋଲିଥିଲେ ବଲାଙ୍ଗିର ବିଜେଡି ଜିଲ୍ଳା ସଭାପତି ଓ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆୟୁବ ଖାନ । କଳିକେଶଙ୍କ ନେତୃତ୍ବକୁ ଖୋଲାଖୋଲି ଚ୍ୟାଲେଞ୍ଜ କରି ଏହା ଦିବାସ୍ବପ୍ନ ବୋଲି କହିଲେ । ସେହିଭଳି ଜିଲ୍ଳା ସଭାପତି ସରୋଜ ମେହେର କହିଛନ୍ତି ଆମ ନେତା ନବୀନ ପଟ୍ଟନାୟକ । ସେ ଯାହାକୁ ବାଛିବେ ଆମେ ମାନିନେବୁ ।
Budget Size Increases to ₹53.47 Lakh Crore: ଆୟ ୩୫ ଲକ୍ଷ କୋଟି, ଖର୍ଚ୍ଚ ୫୩ ଲକ୍ଷ କୋଟି... ଦେଶ କିପରି ଚଲାଇବେ ସରକାର?

PM’s Budget Take: ଲୋକାଲରୁ ଗ୍ଲୋବାଲ୍ ଚମତ୍କାର ଗତିରେ… ପ୍ରଧାନମନ୍ତ୍ରୀଙ୍କ ମୁହଁରେ ବଜେଟର ସାରାଂଶ

Budget Introduces SHE-Marts Scheme: ବଜେଟରେ ଘୋଷିତ SHE-Marts ଯୋଜନା କ’ଣ? ମହିଳାମାନେ ଗାଁ ଏବଂ ସହରରେ ଖୋଲିବେ ସୁପରମାର୍କେଟ୍

How Budget 2026 Plans to Reduce Migration: ଛୋଟ ସହର ହେବେ ଭାରତର ଆଗାମୀ ଅର୍ଥନୈତିକ ବିକାଶ କେନ୍ଦ୍ର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)