/odishatv-khabar/media/media_files/2026/01/05/pushyavisekha-ritual-2026-01-05-10-28-07.jpg)
PUSHYAVISEKHA-RITUAL Photograph: (OTV)
ପୁରୀ ଗଜପତିଙ୍କ ଶ୍ରୀନଅରରେ ପାରମ୍ପରିକ ରୀତିରେ ଆଜି ଅନୁଷ୍ଠିତ ହେବ ପୁଷ୍ୟାଭିଷେକ। ଏହି ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସିଂହାସନ ଆରୋହଣ କରିବା ସହ ଅଭିଷିକ୍ତ ହେବେ। ଏଥିପାଇଁ ଶ୍ରୀନଅରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଗଜପତି ମହାରାଜାଙ୍କୁ ଅଭିମନ୍ତ୍ରିତ କରାଯିବା ସହ ରାଜ୍ୟର ମଙ୍ଗଳ କାମନା କରାଯାଇଥାଏ।
ଗଜପତିଙ୍କୁ ଆର୍ଶୀବାଦ ପ୍ରଦାନ କରିବେ
ଷୋଳ ଶାସନର ବ୍ରାହ୍ମଣ ପୁରୋହିତମାନେ ଏକତ୍ରିତ ହୋଇ ଗଜପତିଙ୍କୁ ଆର୍ଶୀବାଦ ପ୍ରଦାନ କରିବେ । ପୌଷପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି ସମ୍ପନ୍ନ ହେବା ପରେ ପରଂପରା ଅନୁଯାୟୀ ଆଜି ଶ୍ରୀନଅରରେ ମଧ୍ୟ ଗଜପତିଙ୍କର ରାଜାଭିଷେକ ଅନୁଷ୍ଠିତ ହେବ। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅଭିଷେକ ନୀତିକୁ ଆଧାର କରି ଗଜପତି ମହାରାଜାଙ୍କ ରାଜାଭିଷେକ ଉତ୍ସବ ପାଳନ କରାଯାଇଥାଏ।
ପୁରୀ ଗଜପତିଙ୍କ ଶ୍ରୀନଅରରେ ଆଜି ଅନୁଷ୍ଠିତ ହେବ ପୁଷ୍ୟାଭିଷେକ
ଗଜପତି ମହାରାଜା ସିଂହାସନ ଆରୋହଣ କରିବା ସହ ଅଭିଷିକ୍ତ ହେବେ
ଷୋଳ ଶାସନର ବ୍ରାହ୍ମଣ ପୁରୋହିତ ଗଜପତିଙ୍କୁ ଆର୍ଶୀବାଦ ପ୍ରଦାନ କରିବେ
Gold, Silver May Get Costlier Again: ଆହୁରି ବଢ଼ିବ ସୁନା ଓ ରୁପା ଦର ? ଆମେରିକା ନିୟନ୍ତ୍ରଣରେ ଭେନେଜୁଏଲାର...

Cow Takes the Bomb Hit: ନିଜେ ବୋମା ଖାଇ କୁନି କୁନି ପିଲାଙ୍କ ଜୀବନ ରକ୍ଷା କଲେ ଗୋମାତା

Today Panchang 5th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Daily Horoscope 5th January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)