Advertisment

Tragic Accident :ପୁରୀ ବଡ଼ଦାଣ୍ଡରେ ସ୍କୁଟିକୁ ଧକ୍କା ଦେଇ ଘୋଷାଡି ନେଲା ବୋଲେରୋ, ନାବାଳକ ମୃତ

ଜଣେ ବ୍ୟକ୍ତି ତାଙ୍କ ନାତି ଓ ଅନ୍ୟ ଜଣେ ପିଲାକୁ ସ୍କୁଟିରେ ନେଇ ବଡ଼ଦାଣ୍ଡରେ ମେଡିକାଲ ଛକ ଆଡୁ ଆସୁଥିବା ବେଳେ ଭକ୍ତ ସାଲବେଗ ମନ୍ଦିର ନିକଟରେ ପଛ ଆଡ଼ୁ ଆସୁଥିବା ବୋଲେରୋ  ଧକ୍କା ଦେଇଥିଲା।  ସ୍କୁଟିକୁ ବଳଗଣ୍ଡି ଛକ ପର୍ଯ୍ୟନ୍ତ ଘୋଷାଡି ନେଇଥିଲା ।

author-image
Tapan Swain
Accident

Accident Photograph: (OTV)

ପୁରୀ ବଳଗଣ୍ଡି ଛକରେ ସିରିଜ୍ ଦୁର୍ଘଟଣା। ସ୍କୁଟିକୁ ଘୋଷାଡି ନେଲା ବୋଲେରୋ। ବୋଲେରୋ ଧକ୍କାରେ ସ୍କୁଟିରେ ଥିବା ତିନିଜଣ ଗୁରୁତର‌। ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ ଟାଉନ ଥାନା ଅଞ୍ଚଳର ଶ୍ରେୟାନ୍ସ ଦେ। ଅନ୍ୟ ଦୁଇଜଣଙ୍କ ଚିକିତ୍ସା ଜାରି ରହିଛି । ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି । ଆଜି ସକାଳେ ଘଟିଛି ଅଭାବନୀୟ ଘଟଣା। 

Advertisment

ଟାଉନଥାନା କୁମୁଟିସାହି ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ନାତି ଓ ଅନ୍ୟ ଜଣେ ପିଲାକୁ ସ୍କୁଟିରେ ନେଇ ବଡ଼ଦାଣ୍ଡରେ ମେଡିକାଲ ଛକ ଆଡୁ ଆସୁଥିବା ବେଳେ ଭକ୍ତ ସାଲବେଗ ମନ୍ଦିର ନିକଟରେ ପଛ ଆଡ଼ୁ ଆସୁଥିବା ବୋଲେରୋ  ଧକ୍କା ଦେଇଥିଲା।  ସ୍କୁଟିକୁ ବଳଗଣ୍ଡି ଛକ ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଫଳରେ ଘଟଣାସ୍ଥଳରେ ଶ୍ରୀଆନ୍ସୁ ଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେପଟେ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଦୁର୍ଘଟଣାଗ୍ରସ୍ତ ଗାଡି ଜବତ ହେବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଛି । ଜଣେ ସାଇକେଳ ଚାଳକ ମଧ୍ୟ ଆହତ ହୋଇଛନ୍ତି ।

Advertisment

ପୁରୀ ବଡ଼ଦାଣ୍ଡରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମୃତକ ପଞ୍ଚମ ଶ୍ରେଣୀର ଜଣେ ଛାତ୍ର ହୋଇଥିବା ସୂଚନା ମିଳିଛି । ସ୍କୁଟି ଚାଳକ ଓ ଅନ୍ୟ ଜଣେ ନାବାଳକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଲୋକମାନେ ବୋଲେରୋକୁ ଘେରି ଯାଇଥିଲେ । କୁମ୍ଭାରପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ କରୁଛି । 

ପୁରୀ ବଡ଼ଦାଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା

ବଳଗଣ୍ଡି ଛକରେ ସ୍କୁଟିକୁ ଧକ୍କା ଦେଲା ବୋଲେରୋ
ଦୁର୍ଘଟଣାରେ ଜଣେ ନାବାଳକ ମୃତ
ମୃତକ ପଞ୍ଚମ ଶ୍ରେଣୀର ଛାତ୍ର
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା
ଘଟଣାସ୍ଥଳରେ କୁମ୍ଭାରପଡ଼ା ପୋଲିସର ତଦନ୍ତ

Accident Badadanda
Advertisment
Related Articles
Advertisment