Advertisment

Auto rickshaw overturns: ଭୟଙ୍କର ଦୁର୍ଘଟଣା; ୧୦ ଫୁଟ୍ ତଳକୁ ଖସିଲା ଅଟୋ, ୧୨ ଆହତ

ଭାରସାମ୍ୟ ହରାଇ ଜରଉ ଘାଟିରେ ୧୦ ଫୁଟ୍ ତଳକୁ ଖସିଲା ଅଟୋ। ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ଅଛନ୍ତି। ପୋଲିସ୍ ତଦନ୍ତ ଆରମ୍ଭ କରିଛି।

author-image
Chinmayee Sahoo
Accident

Accident Photograph: (OTV)

ଭାରସାମ୍ୟ ହରାଇ ଜରଉ ଘାଟିରେ ୧୦ ଫୁଟ୍ ତଳକୁ ଖସିଲା ଅଟୋ। ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ଅଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛିl

Advertisment

ମିଳିଥିବା ସୂଚନା ମୁତାବକ, ୪ ଗୋଟି ଗାଁର ଅଭିଭାବକ ମାନେ ୪ଟି ଅଟୋରେ ଭଡ଼ା କରି ନିଜ ପିଲାମାନଙ୍କୁ ଗଡଗଡ ସ୍ଥିତ ଏକ ଆଶ୍ରମ ବିଦ୍ୟାଳୟକୁ ନେଇ ଯାଉଥିବା ବେଳେ ଘାଟିରେ ଘଟିଛି ଏହି ଦୁର୍ଘଟଣାl ଭାରସାମ୍ୟ ହରାଇ ଜରଉ ଘାଟିରେ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ୧୦ ଫୁଟ୍ ତଳକୁ ଖସି ପଡିଥିଲା ଅଟୋ। 

ଖବର ପାଇ ବଡ଼ଗଡ଼ ଓ ମୋହନାର ଦୁଇଟି ଆମ୍ବୁଲାନ୍ସ ପହଞ୍ଚି ସମସ୍ତ ଆହତମାନଙ୍କୁ ଉଦ୍ଧାର କରି ବଡ଼ଗଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଆହତଙ୍କ ମଧ୍ୟରେ ୩ ଜଣ ମହିଳା ଓ ୨ ଜଣ ଛାତ୍ର ଅଛନ୍ତି। ଖବର ପାଇ ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

Advertisment

Accident
Advertisment
Related Articles
Advertisment