Advertisment

Go-Mafia Busted Odisha: ଗୋ-ମାଫିଆଙ୍କ ଛାତି ଧଡ଼ଧଡ଼, ଖୋଲିବ ୫୦ ବ୍ୟାଙ୍କ ଆକାଉଣ୍ଟ, ୨୦ରୁ ଅଧିକ ଲକର୍

ଭଦ୍ରକରୁ ମୟୂରଭଞ୍ଜ ଘନ ଘନ ରେଡ, ଯାଞ୍ଚ ଓ ତଲାସୀ ପରେ ଗିରଫ ହୋଇଛନ୍ତି ୧୦ ଗୋ ମାଫିଆ। ଦୀର୍ଘ ଦିନ ଧରି ବେଆଇନ ଗୋରୁ ଚାଲାଣ ଓ ତସ୍କରୀ କରୁଥିବା ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କେନ୍ଦୁଝର ପୋଲିସ୍।

author-image
Madhupriya Mistry
Go Mafia

Go Mafia Photograph: (OTV)

ଗୋ-ମାଫିଆଙ୍କ ଖୋଲିବ ଲକର୍। ଭଦ୍ରକରୁ ମୟୂରଭଞ୍ଜ ଘନ ଘନ ରେଡ, ଯାଞ୍ଚ ଓ ତଲାସୀ ପରେ ଗିରଫ ହୋଇଛନ୍ତି ୧୦ ଗୋ ମାଫିଆ। ଦୀର୍ଘ ଦିନ ଧରି ବେଆଇନ ଗୋରୁ ଚାଲାଣ ଓ ତସ୍କରୀ କରୁଥିବା ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କେନ୍ଦୁଝର ପୋଲିସ୍।

Advertisment

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମୁଖ୍ୟ ଖଳନାୟକ ଶେଖ୍ ତାଜୁଦ୍ଦିନ୍ ଓରଫ୍ ରାଜନ୍ ମଧ୍ୟ ଅଛି। ଭଦ୍ରକରୁ ଗିରଫ କରିବା ପରେ ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲା ସାରା ଚଢ଼ାଉ କରି ୧୦ ମାଫିଆଙ୍କୁ ବାନ୍ଧିଥିଲା ପୋଲିସ୍।

ଗିରଫ ଅଭିଯୁକ୍ତଙ୍କ ୫୦ଟି ବ୍ୟାଙ୍କ ଆକାଉଣ୍ଟ ସହିତ ୨୦ରୁ ଉର୍ଦ୍ଧ୍ବ ଲକର୍ ଖୋଲାଯିବ। ବେଆଇନ ବେପାର କରି କେତେ ସମ୍ପତ୍ତି ଅର୍ଜିଛନ୍ତି, କେତେ ରଖିଛନ୍ତି ସେସବୁର ଯାଞ୍ଚ ହେବ।

Advertisment

ଦୁଇ ଦିନ ତଳେ ୫ ଜିଲ୍ଲାର ଗୋମାଫିଆଙ୍କ ୪୬ଟି ଠିକଣାରେ ବଡ଼ ଧରଣର ରେଡ୍ କରିଥିଲା କେନ୍ଦୁଝର ପୋଲିସ। ଏଥିରେ ମାଫିଆଙ୍କ ଘର, ବ୍ୟାଙ୍କ ଜମା, ଜମିବାଡ଼ି ସହ ଅନ୍ୟାନ୍ୟ ସମ୍ପତ୍ତି ଜବତ କରିଥିଲା।

ଚଢ଼ାଉ ସମୟରେ ୧୦ ଜଣ ଗୋମାଫିଆଙ୍କଠାରୁ ୧ କୋଟି ୫୨ଲକ୍ଷ ୮୨ ହଜାରରୁ ଅଧିକ କ୍ୟାସ୍, ୧ କେଜି ୧୩୧ ଗ୍ରାମ୍ ସୁନା, ୩ କେଜି ୮୦ ଗ୍ରାମ୍ ରୁପା, ୨୩ଟି ଚାରି ଚକିଆ ଗାଡ଼ି, ୨୩ଟି ଦୁଇ ଚକିଆ ଗାଡ଼ି, ୧୩ଟି ମୋବାଇଲ୍ ଫୋନ୍ ଏବଂ ୨୧ଟି ହାତଘଣ୍ଟା ଜବତ ହୋଇଛି।

Police Raid Kendujhar cow smuggler raid Cow Smuggling
Advertisment
Related Articles
Advertisment