Advertisment

Ferry Sinking: ମଝି ସମୁଦ୍ରରେ ବୁଡିଲା ଜାହାଜ, ୧୫ରୁ ଉର୍ଦ୍ଧ୍ବ ମୃତଦେହ ଉଦ୍ଧାର, ଅନେକ ନିଖୋଜ

ଦକ୍ଷିଣ ଫିଲିପାଇନ୍ସରେ ଏକ ଭୟଙ୍କର ସାମୁଦ୍ରିକ ଦୁର୍ଘଟଣା ଘଟିଛି। ସମୁଦ୍ରରେ ଏକ ଜାହାଜ ବୁଡ଼ିଯିବାରୁ ଅନେକ ଲୋକ ସମୁଦ୍ରରେ ବୁଡି ଯାଇଛନ୍ତି। ଜାହାଜରେ ୩୫୦ରୁ ଅଧିକ ଲୋକ ଥିଲେ।

author-image
Chinmayee Sahoo
Ferry Sinks

Ferry Sinks Photograph: (OTV)

ଦକ୍ଷିଣ ଫିଲିପାଇନ୍ସରେ ଏକ ଭୟଙ୍କର ସାମୁଦ୍ରିକ ଦୁର୍ଘଟଣା ଘଟିଛି। ସମୁଦ୍ରରେ ଏକ ଜାହାଜ ବୁଡ଼ିଯିବାରୁ ଅନେକ ଲୋକ ସମୁଦ୍ରରେ ବୁଡି ଯାଇଛନ୍ତି। ଜାହାଜରେ ୩୫୦ରୁ ଅଧିକ ଲୋକ ଥିଲେ। ଉଦ୍ଧାରକାରୀ ଦଳ ଅତି କମରେ ୨୧୫ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି। ଏପର୍ଯ୍ୟନ୍ତ ୧୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। କିଛି ରିପୋର୍ଟରେ ମୃତ୍ୟୁ ସଂଖ୍ୟା ୧୮ ବୋଲି ଦର୍ଶାଯାଇଛି, କିନ୍ତୁ ପ୍ରାରମ୍ଭିକ ତଥ୍ୟ ଆଧାରରେ ପରିସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ। ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।

Advertisment

ତଟରକ୍ଷୀ ବାହିନୀର ଅଧିକାରୀମାନେ କହିଛନ୍ତି ଯେ ଏମ/ଭି ତ୍ରିଶା କର୍ଷ୍ଟିନ୍-୩ ଆଲେସାନ୍ ସିପିଂ ଲାଇନ୍ସ ଦ୍ୱାରା ପରିଚାଳିତ ଏକ ଆନ୍ତଃଦ୍ୱୀପ ମାଲ ଏବଂ ଯାତ୍ରୀବାହୀ ଜାହାଜ ଥିଲା। ଜାମ୍ବୋଆଙ୍ଗାରୁ ବାହାରି ଦକ୍ଷିଣ ସୁଲୁ ପ୍ରଦେଶର ଦକ୍ଷିଣ ଜୋଲୋ ଦ୍ୱୀପକୁ ଯାଉଥିଲା। ଏଥିରେ ମୋଟ ୩୫୯ ଜଣ ଲୋକ ଯାତ୍ରା କରୁଥିଲେ, ଯେଉଁଥିରେ ୩୩୨ ଜଣ ଯାତ୍ରୀ ଏବଂ ୨୭ ଜଣ କ୍ରୁ ସଦସ୍ୟ ଥିଲେ। ଅଧିକାରୀମାନେ କହିଛନ୍ତି ଯେ ଜାହାଜରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବୁଡ଼ି ଯାଇଥିଲା। ଏହି ଦୁର୍ଘଟଣା ବାସିଲାନ୍ ପ୍ରଦେଶ ନିକଟରେ ଘଟିଥିଲା। ଏପରିକି ସେଠାରେ ପାଗ ଅନୁକୂଳ ଥିଲା ଏବଂ କୌଣସି ଝଡ଼ ବତାସ ବି ନଥିଲା।

ଫିଲିପାଇନ୍ସ ଏକ ଦ୍ୱୀପପୁଞ୍ଜ। ତେଣୁ ସେଠାରେ ଦ୍ୱୀପପୁଞ୍ଜ ମଧ୍ୟରେ ଜାହାଜରେ ଯାତାୟତ କରିବା ଅତି ସାଧାରଣ କଥା ଏବଂ ଏକମାତ୍ର ମାଧ୍ୟମ ବି। ଝଡ଼, ଜାହାଜରେ ଯାନ୍ତ୍ରିକ ତ୍ରୁଟି, ଓଭରଲୋଡିଂ ଏବଂ ସୁରକ୍ଷା ନିୟମାବଳୀର ପାଳନର ଅଭାବ ଯୋଗୁଁ ଅନେକ ସମୟରେ ଏପରି ଦୁର୍ଘଟଣା ଘଟିଥାଏ। ଫିଲିପାଇନ୍ସରେ ସବୁଠୁ ଅଧିକ ସୁଲୁ, ବାସିଲାନ ଏବଂ ଜୋଲୋ ଭଳି ପ୍ରଦେଶରେ ଏପରି ଦୁର୍ଘଟଣା ଘଟେ।

Advertisment
Boat Capsizes Philippines
Advertisment
Related Articles
Advertisment