/odishatv-khabar/media/media_files/2025/11/03/shreemayee-mishra-2025-11-03-10-43-07.jpg)
Shreemayee Mishra Photograph: (OTV)
କିଏ ବୁଡ଼ାଉଛି ‘ଟାଇଟାନିକ୍’?। ବିଜେଡିକୁ ‘ଟାଇଟାନିକ୍’ ସହ ତୁଳନା କରି ପୁଣି ମାଡ଼ ମାରିଛନ୍ତି ଶ୍ରୀମୟୀ ମିଶ୍ର। ବହୁଚର୍ଚ୍ଚିତ ‘ଟାଇଟନିକ୍’ ଜାହାଜ ଯେମିତି ବୁଡ଼ିଥିଲା ସେମିତି ବିଜେଡିକୁ ବୁଡ଼ାଇବାକୁ ବିଶ୍ବସ୍ତରୀୟ ଯୋଜନା ହେଉଛି। ଶକ୍ତି ନାନୀ କହି ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କୁ ଇସାରା ଦେଇ ଫେସବୁକରେ ପୋଷ୍ଟ କରି ସେ ଲେଖିଛନ୍ତି।
ବିଜେଡିରେ ଶକ୍ତି ନାନୀଙ୍କୁ ଏଣ୍ଟ୍ରି ଦେଇ ଉତ୍ତରାଧିକାରୀ ହାଇଜାକ୍ ପ୍ଲାନ ହେଉଛି। ପୂର୍ବରୁ ବିଜେଡି, ନବୀନ, ପାଣ୍ଡିଆନଙ୍କୁ କଡ଼ା କଥା କହିଥିବା ଶ୍ରୀମୟୀ ଏଥର ପାଣ୍ଡିଆନଙ୍କ ପତ୍ନୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। କୁଆଡ଼େ ସୁଜାତା ବିଜେଡି ଉତ୍ତରାଧିକାରୀ ମୁକୁଟ ପିନ୍ଧିବା ପାଇଁ ଯୋଜନା ଚାଲିଛି। ଏଥିପାଇଁ ନୂଆପଡ଼ାରେ ଡେରା ପକାଇଥିବା କିଛି ହାତ ଗଣତି ଚାଟୁକାର ଉତ୍ସାହିତ ଅଛନ୍ତି।
ଖାଲି ଏତିକି ନୁହେଁ ପାଣ୍ଡିଆନଙ୍କ ନାଁ ନନେଇ ସେ ଲେଖିଛନ୍ତି କି, ରାଜ୍ୟବାସୀ ତାମିଲ ପୁଅକୁ ପ୍ରତ୍ୟାଖାନ କଲେ, ତାଙ୍କ ସ୍ତ୍ରୀଙ୍କୁ କେତେ ଆଦର କରିବେ। ନୂଆପଡ଼ାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନି ଛୁରିଆଙ୍କ ନାଁ ନନେଇ ସେ ଲେଖିଛନ୍ତି କି, ଯେମିତି ନୂଆପଡ଼ାରେ ମାମୁଘର ମିଳୁନି... ସେମିତି କେନ୍ଦ୍ରାପଡ଼ାରେ ବାପା ଘର ଖୋଜିବାକୁ ଡ୍ରାମା ହେବ। କାରଣ ଯିଏ, ଝାଡ଼ଖଣ୍ଡ ଜାମସେଦପୁର ପାଣି ପବନରେ ବଢ଼ିଛି, ସେ ଓଡ଼ିଆଙ୍କ ସ୍ପନ୍ଦନ କଥା ବୁଝିବ କେମିତି? ନିର୍ବାଚନ କମିଶନ ଯାହାଙ୍କ ‘ଶକ୍ତି’ରେ ବେଡ଼ି ପକାଇଥିଲେ, ସେ ଏବେ କୁଆଡ଼େ ନୂଆ ପରିଚୟ ଅପେକ୍ଷାରେ। ବିଜେଡି କର୍ମୀଙ୍କୁ ପ୍ରଶ୍ନ କରିଛନ୍ତି କି, ସେମାନେ ଅଣଓଡ଼ିଆ ଦମ୍ପତ୍ତିଙ୍କ ନିର୍ଦ୍ଦେଶରେ ପରିଚାଳିତ ହେବେ ତ?
ନୂଆପଡ଼ା ନିର୍ବାଚନ ପାଇଁ ନବୀନ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି, ତା ପୂର୍ବରୁ ଶ୍ରୀମୟୀଙ୍କ ଏହି ଲେଖି ଅନେକ ଚର୍ଚ୍ଚା ବଢ଼ାଇଛି।
Accident: ବସ-ଟ୍ରକ ମୁହାଁମୁହିଁ ଧକ୍କା: ୧୭ ମୃତ.. ଅନେକ ଆହତ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

Earthquake: ଭୟଙ୍କର ଭୂମିକମ୍ପ... ୭ ମୃତ, ଅନେକ ଆହତ

SI Recruitment Scam: ପୋଲିସ SI ନିଯୁକ୍ତି କେଳେଙ୍କାରୀ ମାମଲା: କ୍ରାଇମବ୍ରାଞ୍ଚ ଓଗାଳିବ ସ୍କାମ୍ର ସତ

Blood-soaked body recovered: ଘର ଭିତରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)