/odishatv-khabar/media/media_files/2025/10/23/weather-2025-10-23-09-50-35.jpg)
WEATHER Photograph: (OTV)
ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡ଼ୁ ମୁହାଁ ୱେଲମାର୍କଡ ଲୋ-ପ୍ରେସର। ଆଜି ଦୁର୍ବଳ ହୋଇ ପୁଣି ଲଘୁଚାପରେ ପରିଣତ ହୋଇପାରେ । ତେବେ ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର ୧୧ ଜିଲ୍ଲାରେ ମଧ୍ୟମ ଧରଣ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିପାଇଁ ଦକ୍ଷିଣ ଓ ଉପକୂଳ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଏହାପରେ ୨୬ ବେଳକୁ ଦ୍ବିତୀୟ ଓ ୨୯ ବେଳକୁ ତୃତୀୟ ଲଘୁଚାପ ସୃଷ୍ଟି ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ। ତେବେ ଦ୍ବିତୀୟ ଲଘୁଚାପ ବେଶୀ ଘନୀଭୂତ ହୋଇପାରେ। ଯାହା ୨୬ ଓ ୨୭ ବେଳକୁ ସୃଷ୍ଟି ହେଇପାରେ। ଲଘୁଚାପ ସଂପର୍କରେ ଏଯାଏଁ IMD ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)