Advertisment

Heavy Rain on Dashami: ନବମୀରେ ଲଘୁଚାପ, ଦଶମୀରେ ଅବପାତ...୩ ଦିନ ନନଷ୍ଟପ୍ ବର୍ଷାରେ ଧୋଇଯିବ ଦଶହରାରୁ ଭସାଣି

ଅଷ୍ଟମୀରେ ଘୁର୍ଣ୍ଣିବଳୟ, ନବମୀରେ ଲଘୁଚାପ, ଦଶମୀରେ ଅବପାତ। କାଲୁଆ ପାଗରେ ଫିକା ପଡିବ ଦଶହରା ବୁଲା। କାହିଁକି ନା ଆସନ୍ତା ତିନି ଦିନ ରହିଛି ପ୍ରବଳ ବର୍ଷା।ଘୁର୍ଣ୍ଣିବଳୟ ପରେ ଉତ୍ତର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି।

author-image
Manas Ranjan Mohanty
LOW-PRESSURE

LOW-PRESSURE Photograph: (OTV)

ଅଷ୍ଟମୀରେ ଘୁର୍ଣ୍ଣିବଳୟ, ନବମୀରେ ଲଘୁଚାପ, ଦଶମୀରେ ଅବପାତ। କାଲୁଆ ପାଗରେ ଫିକା ପଡିବ ଦଶହରା ବୁଲା। କାହିଁକି ନା ଆସନ୍ତା ତିନି ଦିନ ରହିଛି ପ୍ରବଳ ବର୍ଷା।ଘୁର୍ଣ୍ଣିବଳୟ ପରେ ଉତ୍ତର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ପ୍ରବଳ ବର୍ଷା ନେଇ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ୨୫ ଜିଲ୍ଲାକୁ , ୧ ତାରିଖରେ ସାରା ରାଜ୍ୟକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆଉ ୨ ତାରିଖରେ ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଏବଂ କନ୍ଧମାଳ, ରାୟଗଡା, ଗଜପତି, କୋରାପୁଟ ଏବଂ ମାଲକାନଗିରିକୁ ଦିଆଯାଇଛି ଅରେଞ୍ଜ ୱାର୍ଣ୍ଣିଂ। ଏହି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। କିଛି ସ୍ଥାନରେ ଜୋରରେ ପବନ ବହିବା ସହ ଝଡ଼ ବର୍ଷା ହୋଇପାରେ ବୋଲି କୁହାଯାଇଛି। 

 ପୂର୍ବରୁ ଲଘୁଚାପ ବର୍ଷା ଯୋଗୁଁ ଦଶହରାର ପ୍ରାରମ୍ଭିକ ପ୍ରସ୍ତୁତି ସହ ଷଷ୍ଠୀ ପୂଜା ପ୍ରଭାବିତ ହୋଇଥିଲା । ଆଉ ପୁଣି ଏକ ଲଘୁଚାପ ନବମୀ, ଦଶହରା ଏବଂ ଭସାଣ ମଉଜକୁ ଧୋଇ ନେଇଯିବା ଆଶଙ୍କା ଦେଖାଦେଇଛି । ଏଣୁ ଏହାକୁ ନେଇ ଚିନ୍ତାରେ ପୂଜା ମଣ୍ଡପ କର୍ମକର୍ତ୍ତା । 

Advertisment

ଲଘୁଚାପ ପ୍ରଭାବରେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ ବୋଲି ଚେତାବନୀ ଦେଇଛି ପାଣିପାଗ ବିଭାଗ । ତେଣୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି।

Advertisment
Related Articles
Advertisment