/odishatv-khabar/media/media_files/2025/09/30/bmp-police-job-racket-2025-09-30-16-39-01.jpg)
BMP Police Job Racket Photograph: (OTV)
ବିକ୍ରି ହୋଇଥିଲା କି ପୋଲିସ ଚାକିରି ? ୧୦୦ରୁ ଅଧିକ ଆଶାୟୀଙ୍କ ସହ କ’ଣ ହୋଇଥିଲା ଡିଲ୍ ? କାହିଁକି ଚାକିରି ଆଶାୟୀଙ୍କୁ ସ୍ପେଶାଲ୍ କୋଚିଂ ଦେଉଥିଲା ପରୀକ୍ଷା ପରିଚାଳନା ସଂସ୍ଥା ? ରାଜ୍ୟରେ ମାଳମାଳ ବେକାରୀ, ଚାକିରି ଖଣ୍ଡିଏ ନପାଇ ଯୁବପିଢ଼ି ଚିନ୍ତାରେ ରହୁଛନ୍ତି । ଅନେକ ସମୟରେ ଖୁବ୍ କମ୍ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଲକ୍ଷ ଲକ୍ଷ ଆଶାୟୀ ଆବେଦନ କରୁଥିବା ଦେଖିବାକୁ ମିଳୁଛି । ଏପରି ସମୟରେ ପୁଣି ଚାକିରିକୁ ନେଇ ଆସିଛି ଚଞ୍ଚକତା ଅଭିଯୋଗ । ବ୍ରହ୍ମପୁରରେ ଚାକିରି ରାକେଟର ପର୍ଦ୍ଦାଫାସ୍ କରିଛି ପୋଲିସ ।
ପୋଲିସ ସବ-ଇନ୍ସପେକ୍ଟର ଚାକିରିରେ ଜାଲିଆତି ପାଇଁ ବଡ଼ ଡିଲ୍ ହୋଇଥିଲା । ଖୋଦ୍ ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଥିବା ସଂସ୍ଥା ଆଶାୟୀଙ୍କୁ ସ୍ପେଶାଲ୍ କୋଚିଂ ଦେବାକୁ ନେଉଥିଲା ହାଇଦ୍ରାବାଦ । ୧୦୦ରୁ ଅଧିକ ଆଶାୟୀଙ୍କୁ ହାଇଦ୍ରାବାଦ ନେଇ ସ୍ପେଶାଲ୍ କୋଟିଂ ଦେବାକୁ ପ୍ରୟାସ କରୁଥିଲା । ସେମାନଙ୍କ ପିଛା କରି ପରୀକ୍ଷାର୍ଥୀଙ୍କୁ ଅଟକ ରଖିଛି ବ୍ରହ୍ମପୁର ପୋଲିସ । ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରେ ପୋଲିସ ଧରିବା ପରେ ବ୍ରହ୍ମପୁର ଆଣି ପଚରାଉଚୁରା କରୁଥିବା ସୂଚନା ମିଳିଛି ।
ତେବେ ଚାକିରି ଜାଲିଆତି ପଛରେ କିଏ ସେନେଇ ପୋଲିସ ଛାନଭିନ ଚଳାଇଛି । ହେଲେ ଏଠି ପ୍ରଶ୍ନ ଉଠୁଛି- ପରୀକ୍ଷା ପରିଚାଳନା ଦାୟିତ୍ବ ପାଇଥିବା ସଂସ୍ଥା କିଭଳି ପିଲାଙ୍କୁ ଦେଉଥିଲା ସ୍ପେଶାଲ୍ କୋଚିଂ ? ପୂର୍ବରୁ ବି ଏଭଳି ସ୍ପେଶାଲ କୋଚିଂ ଦେଇନି ତ ସଂପୃକ୍ତ ସଂସ୍ଥା ? କେବେଠାରୁ ଚାଲିଛି ଏଭଳି ଚାକିରି ଜାଲିଆତି ? ଏହା ପଛରେ ଟଙ୍କା କାରବାର ହୋଇନି ତ ? ବିକ୍ରି ହୋଇନି ତ ପୋଲିସ ସବ-ଇନ୍ସପେକ୍ଟର ପଦବୀ ? ଏନେଇ ବିଭିନ୍ନ ଦିଗରୁ ଛାନଭିନ ଚଳାଇଛି ବ୍ରହ୍ମପୁର ପୋଲିସ । ତେବେ ଏନେଇ ପୋଲିସ କିମ୍ବା ସଂପୃକ୍ତ ସଂସ୍ଥା ତରଫରୁ ପ୍ରତିକ୍ରିୟା ମିଳିପାରିନି ।
Jajpur: ଜଣଙ୍କ ବଦଳରେ ଅନ୍ୟ ଜଣେ ଶିଶୁକୁ ଇଞ୍ଜେକସନ୍ !

Missiles Pound Kyiv: ଭୀଷଣ ଯୁଦ୍ଧ, ଅନ୍ଧାର ହୋଇଗଲା କିଭ୍ ...ମିସାଇଲ ମାଡରେ ଛାର୍ଖାର୍ ୟୁକ୍ରେନ ରାଜଧାନୀ

OPRB: ହେଲ୍ପ ଲାଇନ୍ ନମ୍ବର ଜାରି, ଅଭିଯୋଗ ଥିଲେ ତୁରନ୍ତ କଲ୍ କରନ୍ତୁ

Two Pets In Flight: ବଦଳିଲା ନିୟମ, ୨୪ ଘଣ୍ଟା ପୂର୍ବରୁ କରିବାକୁ ପଡ଼ିବ ବୁକିଂ...ପୁରା ଖବର ପଢ଼ନ୍ତୁ ଗୋଟିଏ କ୍ଲିକରେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)