/odishatv-khabar/media/media_files/2025/09/30/vijaya-2025-09-30-16-59-19.jpg)
vijaya Photograph: (OTV)
ତାମିଲନାଡୁ କରୁର ଦଳଚକଟା ଘଟଣାରେ ମୁହଁ ଖୋଲିଲେ TVK ମୁଖ୍ୟ ବିଜୟ । କହିଲେ ମୁଁ ମୋ ଜୀବନରେ ଏପରି ଦୁଃଖଦାୟକ ପରିସ୍ଥିତିର ସାମ୍ନା କେବେ କରିନାହିଁ । ଶୀଘ୍ର ପୀଡ଼ିତମାନଙ୍କୁ ଭେଟିବି, ଶୋକାକୁଳ ପରିବାରଙ୍କୁ ସମବେଦନା ଜଣାଉଛି। ଯାହା ହେବା ଉଚିତ ନ ଥିଲା, ତାହା ହୋଇଛି। ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ, ଦୟାକରି TVK କର୍ମୀମାନଙ୍କର କ୍ଷତି କରନ୍ତୁ ନାହିଁ । ମୋ ଘରକୁ କିମ୍ବା ଅଫିସକୁ ଆସି ମୋ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ।
ଦଳାଚକଟାରେ ଏତେ ଲୋକଙ୍କ ମୃତ୍ୟୁ ମୋତେ ବ୍ୟଥିତ କରିଛି। ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ମୋ ବିରୋଧରେ ନିଅନ୍ତୁ, ମୋ ସମର୍ଥକ ମାନଙ୍କୁ ହଇରାଣ କରାନଯାଉ। ଟିଭିକେ ପ୍ରତିଷ୍ଠାତା ବିଜୟ#TVK#Vijay#Politicalrally#Stampede#Odisha#OTVpic.twitter.com/FA6sJcHOcd
— ଓଟିଭି (@otvkhabar) September 30, 2025
TVK ସାଧାରଣ ସମ୍ପାଦକ ବୁସି ଆନନ୍ଦ, କରୁର ପଶ୍ଚିମ ଜିଲ୍ଲା ସମ୍ପାଦକ ଭି.ପି. ମାଥିୟାଜଗନ୍ ଓ ରାଜ୍ୟ କାର୍ଯ୍ୟକର୍ତ୍ତା ସିଟି. ନିର୍ମଳ କୁମାରଙ୍କ ନାଁରେ ମାମଲା ହୋଇଛି। ସେମାନଙ୍କ ନାଁରେ BNSର ଧାରା ୧୦୫, ୧୧୦, ୧୨୫, ୨୨୩ରେ ରୁଜୁ ହୋଇଛି ମାମଲା। FIRରେ ଆହୁରି କୁହାଯାଇଛି ଯେ, ଭିଡ଼ରେ ଲୋକ ୧୧ ଘଣ୍ଟା ଅପେକ୍ଷା କରିଥିଲେ। ରାଲି ସକାଳ ୯ଟାରେ ଆରମ୍ଭ ହେବ ବୋଲି କୁହାଯାଇଥିବାରୁ ୧୧ ବେଳକୁ ଅସମ୍ଭାଳ ଭିଡ଼ ହୋଇଥିଲା। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ବିଜୟ ରାଲିକୁ ମଧ୍ୟାହ୍ନ ବେଳକୁ ସମ୍ବୋଧିତ କରିବାର ଥିଲା। କିନ୍ତୁ ସେ ଜାଣିଶୁଣି ସନ୍ଧ୍ୟା ୭ଟା ବେଳରୁ ଆସିବାରୁ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା।
#WATCH | Chennai | On Karur stampede, General Secretary, Tamil Maanila Congress, A.S. Munavar Basha says, "I don't know why such a small place was given for a rally of Vijay...Most of the political parties in Tamil Nadu will ask for a CBI inquiry into the incident...The incident… pic.twitter.com/q3U7I1NwXR
— ANI (@ANI) September 30, 2025
ଅନ୍ୟପଟେ ମାଡ୍ରାସ ହାଇକୋର୍ଟ ଦ୍ବାରସ୍ଥ ହୋଇଛନ୍ତି ଥାଲାପତି ବିଜୟ । ଜାଣିଶୁଣି ବିଜୁଳି କାଟି ଦେଇଥିବା ଓ ରାଲିରେ ବିଶୃଙ୍ଖଳା ପାଇଁ ଷଡ଼ଯନ୍ତ୍ର ହୋଇଥିବା ସେ ଅଭିଯୋଗ କରିଛନ୍ତି। ଘଟଣାରେ CBI ତଦନ୍ତ ଦାବି କରିଛନ୍ତି ବିଜୟ।
Missiles Pound Kyiv: ଭୀଷଣ ଯୁଦ୍ଧ, ଅନ୍ଧାର ହୋଇଗଲା କିଭ୍ ...ମିସାଇଲ ମାଡରେ ଛାର୍ଖାର୍ ୟୁକ୍ରେନ ରାଜଧାନୀ

OPRB: ହେଲ୍ପ ଲାଇନ୍ ନମ୍ବର ଜାରି, ଅଭିଯୋଗ ଥିଲେ ତୁରନ୍ତ କଲ୍ କରନ୍ତୁ

Two Pets In Flight: ବଦଳିଲା ନିୟମ, ୨୪ ଘଣ୍ଟା ପୂର୍ବରୁ କରିବାକୁ ପଡ଼ିବ ବୁକିଂ...ପୁରା ଖବର ପଢ଼ନ୍ତୁ ଗୋଟିଏ କ୍ଲିକରେ

Gold Prices: ବଢିଲା ସୁନା ଦର, ଜାଣନ୍ତୁ କେତେ ରହିଛି...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)