/odishatv-khabar/media/media_files/2025/11/23/liza-2025-11-23-16-34-02.jpg)
LIZA Photograph: (OTV)
ଗଣମାଧ୍ୟରେ ମନ୍ତବ୍ୟ ରଖି ବିବାଦକୁ ଆସିଥିବା ଆଙ୍କର ଲିଜାଙ୍କ ନାଁରେ ଥାନାରେ ଅଭିଯୋଗ । ବାଲେଶ୍ବର ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି ବାଲେଶ୍ବର ମେଲୋଡି ଆସୋସିଏସନ୍। ହ୍ୟୁମାନ ସାଗରଙ୍କ ମୃତ୍ୟୁ ବିବାଦକୁ ନେଇ ଗତ ୪ ଦିନ ତଳେ ଗଣମାଧ୍ୟମ ଆଗରେ ବାଲେଶ୍ବର ମେଲୋଡି ଆସୋସିଏସନକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ଯାହାକୁ ନେଇ ବାଲେଶ୍ବର ସହଦେବ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛି ମେଲୋଡି ଆସୋସିଏସନ୍। ଏପଟେ ନିଜ ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ଲିଜା। ବାଲେଶ୍ବର ଆର୍ଟିଷ୍ଟଙ୍କୁ ସୋସିଆଲ ମିଡିଆରେ ଭୁଲ୍ ମାଗି କ୍ଷମା ପ୍ରାର୍ଥନା କରିଛନ୍ତି । ସ୍ଲିପ୍ ଅଫ୍ ଟଙ୍ଗ୍ କହି ଭିଡିଓ ବାର୍ତ୍ତାରେ କ୍ଷମା ପ୍ରାର୍ଥନା କରିଛନ୍ତି ।
ସେପଟେ ହ୍ୟୁମାନଙ୍କ ସାଗରଙ୍କ ମୃତ୍ୟୁକୁ ୭ ଦିନ ବିତିଲାଣି। ତଥାପି ବିବାଦ ଥମିବାର ନାଁ ଧରୁନି । ହ୍ୟୁମାନ ସାଗରଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସଞ୍ଜୀବ କର ଏକ ବଡ଼ ସୂଚନା ଦେଇଛନ୍ତି । କହିଛନ୍ତି ମୁଁ ତାଙ୍କୁ କାମ କମ୍ କରି ବିଶ୍ରାମ ନେବା ପାଇଁ କହିଥିଲି । ୨୦୨୪ ସେପ୍ଟେମ୍ବରରେ ପ୍ରଥମେ ସେ ମୋ ପାଖକୁ ଆସିଥିଲେ । ଆଲକହଲ୍ ସେବନ ପାଇଁ ଲିଭର ସିରୋସିସ୍ରେ ପୀଡ଼ିତ ଥିଲେ । ପ୍ରତି ଦୁଇ ତିନି ମାସରେ ଆସି ଦେଖା କରି ଚିକିତ୍ସିତ ହୁଅନ୍ତି । ତାଙ୍କ ସପୋର୍ଟ ଷ୍ଟାଫ୍ ଆଣି ତାଙ୍କୁ ଚିକିତ୍ସା କରାଇ ନିଅନ୍ତି । ଅନିୟମିତ ଖାଦ୍ୟ ଓ କ୍ରମାଗତ ରାତି ଅନିଦ୍ରା ପାଇଁ ସମସ୍ୟା ହୋଇଥିଲା । ଥରେ ଲିଭର ସିରୋସିସ୍ ହେଲେ ଭଲ ହୁଏନି, ଚିକିତ୍ସା ଭିତରେ ରହିବାକୁ ହୁଏ । ଭଲ ଖାଦ୍ୟ ଖାଇବା, ରାତି ଅନିଦ୍ରା ନ ହେବା, ପୂରା ବିଶ୍ରାମ ଜରୁରୀ । ଚାପ ଭିତରେ ଥିବା ବି ବାରି ହୋଇ ପଡ଼ୁଥିଲା । ୧୨ ତାରିଖରେ ଆଣିଲା ବେଳକୁ ଜ୍ବର ହୋଇଥିଲ, ଯାହା ବହୁତ ଖରାପ । ଧଇଁସଇଁ ଲାଗିବା, ଗୋଡ଼ ଫୁଲିଲେ ବି ସିରୋସିସ୍ ଆକ୍ରାନ୍ତଙ୍କ ପାଇଁ ବିପଦ । ସେ ଯାହା ବି ହେଉ ହ୍ୟୁମାନଙ୍କ ମୃତ୍ୟୁ ପାଇଁ ବହୁତ ଦୁଃଖିତ ।
ବିବାଦୀୟ ମନ୍ତବ୍ୟ ପାଇଁ ଲିଜାଙ୍କ ନାଁରେ ଥାନାରେ ଅଭିଯୋଗ
ସହଦେବଖୁଣ୍ଟା ଥାନାରେ ବାଲେଶ୍ବର ମେଲୋଡି ଆସୋସିଏସନର ଏତଲା
ନିଜ ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ଆଙ୍କର ଲିଜା
No Network, Big Trouble: ମୋବାଇଲ୍ ନେଟୱର୍କ କଟିଯିବାରୁ… ଘଟିଲା ଏମିତି ଅଘଟଣ

Big Relief for Employees: ଏଣିକି ବର୍ଷକରେ ମିଳିବ ଗ୍ରାଚୁଇଟି, ଆଉ ୫ ବର୍ଷ କରିବାକୁ ପଡିବନି ଅପେକ୍ଷା

Terror Rift Exposed: ଅଲକାଏଦା ନା ISIS... ଏହାକୁ ନେଇ ଉମର ଏବଂ ଆଦିଲଙ୍କ ମଧ୍ୟରେ ଝଗଡ଼ା ଥିଲା, ଦିଲ୍ଲୀ ବିସ୍ଫୋରଣ ମାମଲାରେ ନୂଆ ଖୁଲାସା

Happiness And Prosperity: ରବିବାର ଦିନ ଜୀବନରେ ଆସିବ ସୁଖ-ସମୃଦ୍ଧି, କରନ୍ତୁ ଏହି ସବୁ କାମ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)