Advertisment

Heavy Rain Alert: ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷିବ, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି। ୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

author-image
Chinmayee Sahoo
Heavy Rain Alert

Heavy Rain Alert Photograph: (OTV)

ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ ଜିଲ୍ଲାରେ ପଶ୍ଚିମା ଝଡ଼ ପ୍ରଭାବ ଜାରି ରହିବ। ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ତେଣୁ ୫ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 

Advertisment

ଗତକାଲି ମୟୂରଭଞ୍ଜ, କେନ୍ଦୁଝର, ଗଜପତି, କୋରାପୁଟ, ସମ୍ବଲପୁର, ନୂଆପଡ଼ା, ଖୋର୍ଦ୍ଧା ଓ ବରଗଡ଼ ଜିଲ୍ଲାରେ ସାମାନ୍ୟ ଅଧିକ ବର୍ଷା ରେକର୍ଡ ହୋଇଛି। ମୟୂରଭଞ୍ଜ ଜିଲ୍ଲା ଯଶିପୁରରେ ସର୍ବାଧିକ ୪୦.୪ ମିମି ବର୍ଷା ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ୨୯.୪ ମିମି, ଗଜପତି ଜିଲ୍ଲାର ଆର୍.ଉଦୟଗିରିରେ ୨୮.୨ ମିମି, ଭୁବନେଶ୍ବରରେ ୧୭.୬ ମିମି, କୋରାପୁଟ ଜିଲ୍ଲା ପଟାଙ୍ଗିରେ ୧୧.୨ ମିମି ବର୍ଷା ରେକର୍ଡ ହୋଇଛି। 

ସେହିପରି ବାରିପଦା, ପାରାଦୀପ, ଦାରିଙ୍ଗବାଡ଼ି ଓ ବଲାଙ୍ଗୀର ସହରରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଛି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ଲଘୁଚାପ କ୍ଷେତ୍ର ଧୀରେ ଧୀରେ ପୂର୍ବ ଆଡ଼କୁ ଗତି କରିବା ସହ ଆଜି ଦୁର୍ବଳ ହୋଇଯିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

Advertisment
Heavy Rain Heavy Rain Alert Heavy Rain And Lightning Weather
Advertisment
Related Articles
Advertisment