Advertisment

15 Maoists To Surrender: ଆତ୍ମସମର୍ପଣ କରିବେ ୧୫ ମାଓବାଦୀ, OTV ହାତରେ ମାଓବାଦୀଙ୍କ ପ୍ରସ୍ତାବ ଓ ଛତିଶଗଡ଼ ଗୃହମନ୍ତ୍ରୀଙ୍କ ରେଡ଼ିଓ ମେସେଜ

ଆତ୍ମସମର୍ପଣ କରିବେ BBM ଡିଭିଜନର ୧୫ ମାଓବାଦୀ। BBM ଡିଭିଜନର ମୁଖିଆ ବିକାଶ ବି କରିବେ ଆତ୍ମସମର୍ପଣ। ବିକାଶ ମୁଣ୍ଡ ଉପରେ ୬୫ ଲକ୍ଷର ଘୋଷଣା କରାଯାଇଥିଲା।

author-image
Chinmayee Sahoo
Maoists Surrender

Maoists Surrender Photograph: (OTV)

ଆତ୍ମସମର୍ପଣ କରିବେ BBM ଡିଭିଜନର ୧୫ ଜଣ ମାଓବାଦୀ। ମୁଣ୍ଡ ଉପରେ ୬୫ ଲକ୍ଷର ଘୋଷଣା ଥିବା ବଲାଙ୍ଗିର, ବରଗଡ଼ ଓ ମହାସମୁନ୍ଦ ଡିଭିଜନର ମୁଖିଆ ବିକାଶଙ୍କ ସମେତ ଅନ୍ୟ ୧୪ ଜଣ ମାଓବାଦୀ ଆତ୍ମସମର୍ପଣ କରିବେ । ଏଥିପାଇଁ ଛତିଶଗଡ଼ ସରକାରର ଗୃହମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ମାଓବାଦୀ।

Advertisment

ମାଓବାଦୀଙ୍କ ପ୍ରସ୍ତାବ ଅନୁଯାୟୀ, ବନ୍ଧୁକ ଧରି ଏବେ ଜନଯୁଦ୍ଧ କରିବା ଅସମ୍ଭବ । ତେଣୁ ଆତ୍ମସମର୍ପଣ କରି ଜନତାଙ୍କ ସହ ରହି ଲଢେଇ କରିବା ଠିକ ପଦକ୍ଷେପ ବୋଲି ମାଓବାଦୀ ଉଲ୍ଲେଖ କରିଛନ୍ତି। ଏଥିସହ ଆତ୍ମସମର୍ପଣ ସମୟ ଭିତରେ ସୁରକ୍ଷାକର୍ମୀଙ୍କୁ କମ୍ବିଂ ଅପରେସନ ନକରିବାକୁ ନିର୍ଦ୍ଦେଶ ଦିଆଯାଉ । 

କାରଣ ଆତ୍ମସମର୍ପଣ କରିବାକୁ ଥିବା ମାଓବାଦୀ ସୁରକ୍ଷାକର୍ମୀଙ୍କୁ ଦେଖି ଭୟରେ ଏଣେତେଣେ ହୋଇଯିବେ । ଏପଟେ ମାଓବାଦୀଙ୍କ ପ୍ରସ୍ତାବ ଗ୍ରହଣ କରି ମାଓବାଦୀଙ୍କୁ ରେଡ଼ିଓ ବାର୍ତ୍ତା ଦେଇଛନ୍ତି ଛତିଶଗଡ଼ ଗୃହମନ୍ତ୍ରୀ ବିଜୟ ଶର୍ମା। OTV ହାତରେ ଲାଗିଛି ମାଓବାଦୀଙ୍କ ପ୍ରସ୍ତାବ ଓ ଛତିଶଗଡ଼ ଗୃହମନ୍ତ୍ରୀଙ୍କ ରେଡ଼ିଓ ମେସେଜ।

Advertisment

Chhattisgarh Maoists Surrender
Advertisment
Related Articles
Advertisment